Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AJ creativity

Others

2.9  

AJ creativity

Others

ଗାଁ ମଶାଣି

ଗାଁ ମଶାଣି

1 min
212



ଗର୍ବ ଅହଂକାର ଖର୍ବ ହୁଏ ଯହିଁ

ଶେଷ ଠିକଣା ସେ ଭୁଇଁ

ମର୍ତ୍ତ୍ୟେ ଦେହଧାରୀ ହାଡମାସଂ ଧରି

ପାଉଁଶ ହୁଅଇ ତହିଁ ।


ଏନ୍ତୁଡିଶାଳରେ କୁଆ କୁଆ କାନ୍ଦି

ଆରମ୍ଭି ଥିଲୁ ତ ବେଳ

ଜୀର୍ଣ୍ଣ ଭୁଇଁରେ ଜୁଇ ନିଆଁପରେ 

ଶରିଯିବ ଭବ ଖେଳ ।


ଜୀବ ଅରଜୀବା ଶୂନ୍ୟାଦି ହୋଇବ

ପାପପୂଣ୍ୟ କର୍ମ ମାନ

ଘୋର ଅନ୍ଧକାରେ ପଞ୍ଚଭୂତାଦିରେ

ଆତ୍ମାବି ହୋଇବ ଲିନ ।


ମୋହମାୟା ଆଉ ରୋଷ ଅଭିମାନ

ଶୂନ୍ୟତାରେ ଯିବ ଉଡି

ପ୍ରେମ ପ୍ରତାରଣା ସବୁ ବାଟବଣା

ଆତ୍ମୀୟ ବି ଦେବ ତଡି ।


ନିନ୍ଦା ଅପବାଦ ଅବା ଜୟନାଦ

ପାରିବୁନି ଆଉ ଶୁଣି

ତୋ ଯିବା ବାଟର ମୂକସାକ୍ଷୀ ହୋଇ

ଥିବ ତୋ ଗାଁ ମଶାଣି ।।


Rate this content
Log in