STORYMIRROR

Ananya Sushree Bal

Others

3  

Ananya Sushree Bal

Others

ଏକ ଅଳନ୍ଧୁ ଲଗା ଲୁହା ସିନ୍ଧୁକ ଭିତରେ

ଏକ ଅଳନ୍ଧୁ ଲଗା ଲୁହା ସିନ୍ଧୁକ ଭିତରେ

1 min
39


ସାଇତି ରଖିଛି ସ୍ମୃତି ସବୁ ଲୁଚାଇ ନ ପଡୁ କେବେ ଦୁନିଆ ଆଖିରେ

କାଲି ପରି ଲାଗେ ମୋର ସେଇ ଅଭୁଲା ଅତୀତ 

ମନ ବସିଥିଲା ତୁମ ସହ ମିତ 

ବନ୍ଧୂତାରୁ ପ୍ରେମର ବନ୍ଧନରେ ବାନ୍ଧି ହେଇଯାଇଥଲା

ଅଜଣା କୋଉ ଏକ ଦୂର ରାଇଜରେ ଘର ସେ କରି ନେଇ ଥିଲା

ତୁମର ଏମିତି ହଠାତ୍ କୋଉଠି ହଜିଯିବା ଏବେ ବି ସ୍ବପ୍ନ ପରି ଲାଗେ

ମନ ଏବେ ବି ଏଇ ଅଭୁଲା ଅତୀତର ସ୍ମୃତିରେ ତୁମକୁ ଖୋଜିବାକୁ ଲାଗେ

ତୁମ ବିନା ସାଥୀ ଆଜି ଏକା ଏକା ଲାଗେ

ରାତିର ଅନ୍ଧାର ଭିତରେ ଜହ୍ନ ଆଲୁଅରେ ତୁମ ସ୍ମୃତିରେ ମନ ହଜିବାକୁ ଲାଗେ

ଏବେ ବି ସାଇତି ସାଥୀ ରଖିଛି ତୁମ ସ୍ମୃତି ସବୁ

ଏକ ଅଳନ୍ଧୁ ଲଗା ଲୁହା ସିନ୍ଧୁକ ଭିତରେ ।


Rate this content
Log in