Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AJ creativity

Others

4.0  

AJ creativity

Others

ଦରଦୀ ବନ୍ଧୁ ସବ୍ୟସାଚୀ

ଦରଦୀ ବନ୍ଧୁ ସବ୍ୟସାଚୀ

1 min
250



ସ୍ୱାର୍ଥ ଅହଂଭାବ ନ କରେ ପ୍ରଭାବ

ନିଜକୁ ଦେଇଛି ବାଜି

ଗରିବ ସେବାରେ ଥାଏ ଯେ ତତ୍ପର

ସଦା ଦେବଦୂତ ସାଜି ।


କଳାକାର ହୋଇ କଳାରଙ୍ଗ ମାଖୀ

କରି କେତେ ଅଭିନୟ

ବୁଝି ଦୁଖୀଚିତ ସାଜି ତାଙ୍କ ମିତ

ନିକଟ ହୁଏ ସଦୟ ।


କରୋନା ପ୍ରଭାବେ ଭୟଙ୍କର ଭାବେ

ଏ ବିଶ୍ୱ ପଡିଛି ବଳି

ଏ ତାଣ୍ଡବ ଦୁଃଖ ଦେଖିଯେ ପ୍ରତ୍ୟକ୍ଷ

ସାଜିଛି ସେ ବାହୁବଳୀ ।


ଶ୍ୱେତବସ୍ତ୍ର ଧାରୀ ଧରି ମହାମାରୀ

କରେ ଏଠି କିଣାବିକା

ରାଜା ନେତା ମନ୍ତ୍ରୀ କେନୁହେଁ କାହାରି

ସବ୍ୟସାଚୀ ସାଥି ଏକା।


ଗରୀବର ପ୍ରାଣ ଓଡିଶା ସ୍ପନ୍ଦନ

ବୁଝେ ଯେ ଓଡ଼ିଆ ଦୁଖ

ସେ ମହାନୁଭବ ତାର ଆତ୍ମତ୍ୟାଗ

ରଖେ ଓଡ଼ିଶାର ଟେକ।


କେତେ ଅଭାଗାର ଭାଗ୍ୟ ଗଢିତୋଳି

ଅନାଥକୁ ଅନୁଦାନ

ସ୍ନେହ ପ୍ରେମ ଶ୍ରଦ୍ଧା ବିସ୍ତାରିତ କରି

ଜିତିଛି ଓଡ଼ିଆ ମନ।


ପାଗଳ ପ୍ରେମିଟେ ଦୁଖୀଜନ ସାଥେ

ଭାବ ସୌଦାଗର ସିନ୍ଦୁ

ଦୁଃଖ ନ ସହି ସୁଖ ବାଂଟିଦିଏ

ଗରିବ ଦରଦୀ ବନ୍ଧୁ।


Rate this content
Log in