Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balabanta Sahu

Others

3  

Balabanta Sahu

Others

ଡବାଘିଅ

ଡବାଘିଅ

1 min
5.7K


ମୋ ଅଙ୍ଗେନିଭା ଡାଏରୀର

ପ୍ରତିଟି ଫବିତାକୁ କବିତା କହି

ଯେତେ ଉସୁକାଇଲେ ,

କି ଧୁମ୍ ମିଠା ସ୍ୱରରେ

ମୋତେ କବି ମହାଶୟ ଡାକିଲେ ବି

ମୁଁ ଠିକ୍ ଚିହ୍ନିଛି ତୁମକୁ.. !!


ପୁଣି ଚିହ୍ନିଛି ଯେ !

ତୁମ ପରି ପ୍ରତିଟି ଝିଅ ଗୋଟେ ଗୋଟେ ଡବାଘିଅ

ତୁମକୁ ମୁଁ' ଅବା କବିକୂଳ ବାରଂବାର ଦେବୀ କହିଦେଲେ

ହୋଇଯିବନି ତମେ ଦିଅଁ ।


କାହିଁକିନା ; ମୁଁ ଜାଣିଚି !

ବିଶ୍ୱାସ ଓ ନିଶ୍ୱାସ ବୋଲା ଗୋଟେ ଚୁମା

ତୁମକୁ ତରଳାଇ ଭାଙ୍ଗି ଦେଇପାରେ ;

ଦହନର ଗୋଟେ ମୁହୂର୍ତ୍ତ ଓ ସ୍ପର୍ଶ

ତୁମ ନିଜତ୍ବ ଓ ଦେବୀତ୍ୱକୁ

ଜାଳିପୋଡି ଛାରଖାର କରିଦେଇପାରେ..।


ଥାଉ ହୋ !! ତୁମ ଅଗ୍ନିପରୀକ୍ଷା ;

ଏବେ ଆସ..! ମୋ' ଠି ବି ଥରେ ଲେସି ହୋଇଯାଅ

ମୋତେ ବି ଥରେ ନିଜ ଭିତରେ ନିବୁଜ୍ କରିଦିଅ

ତେବେ ଯାଇ ମୋକ୍ଷପ୍ରାପ୍ତି ହେବ

ମୋ ଦେହର ନଈବାଲି ଭଳି ପୁରୁଷତ୍ୱ.. ।


ଅଗତ୍ୟା, ପରେ ଦେଖିବ !

ନିଜକୁ ଜଳାଞ୍ଜଳି ଦେଇ ତୁମେ ଯେବେ ଆଲୁଅ ଯାଚୁଥିବ ;

ପୃଥିବୀର ଗାଢ଼ତମ ଅନ୍ଧାରକୁ ମୁଁ ନିଜର କରିସାରିଥିବି ।


ବଳବନ୍ତ ସାହୁ

ମୋ- ୯୦୭୮୧୦୫୨୩୪


Rate this content
Log in