Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

3  

Nilamani Thapa

Inspirational Others

ଛେର୍ ଛେର୍ ଛେରା

ଛେର୍ ଛେର୍ ଛେରା

1 min
114


ଛେର୍....ଛେର୍.......ଛେରା

                ଇ ଘରର ବୁଢୀ କାହିଁଗଲା

ପିଠାମଡା ଖାଇ ଛେରେଇ ହେଲା

                ଇଆଡେ ସେଆଡେ ଦେଖ୍

ଦେମି.....ଦେମି.....କହୁଛେ

                ଘର ଟା ନାଇଁ ଛାଡୁଛେ 

      ଛେର୍......ଛେର୍......ଛେରା ।


ଆଏଜ୍ ପୁନିପୁନି କାଏଲକେ ପୁନି

                ଲୁଗା ପଟା ବୁନା ବୁନି

ଛେର ଛେରା ବୋଲି ଗାଏଲି ଗୀତ

                କପଡା ଲତା ନେଲା ଶୀତ୍ 

      ଛେର୍......ଛେର୍....... ଛେରା ।


ବଛରେ ପରେ ଆଇଛେ ପରବ୍

                 ଆସ ଭାଇ ମାନେ ଆସ

ବଜା ନିଷାନ୍ ଧରମା

                 ମାଁ ଠାନେଁ ଗୁହାରୀ କରି

ଛେର୍ ଛେରା ଗୀତ ଗାଏମା

                ଶୀତ କାକର୍ କେ ଦେମା ତଡି

ଠିଆ ହେମା ଧାଡକେ ଧାଡି

                ମାଗି ଆନମା ମିଶି କରି

   ଛେର୍........ଛେର୍......ଛେରା ।


ଦେଖ ରେ ପିଲେ ମାନେ ଦେଖ

                ନୂଆ ବୁହାସେନ୍ କେ ଦେଖ

ଧାନ ଚାଉଳ୍ ଟକା ପଇସା

                ଯତନ୍ ପାତନେ ରଖ୍

ଗାଁର ଗଅତିଏନ୍ ଟହଲ୍ ମହଲ୍

                 ଦେଖ......ଦେଖ......ଦେଖ  

ଭଲ୍ କରି ଟିକେ ମାଗ୍  

     ଛେର୍.......ଛେର୍.......ଛେରା ।


ଛେର୍ ଛେରା ମାଗମୁ ବଲି

                ବୁଲୁଛୁଁ ଆମେ ଖୁଲିକେ ଖୁଲି

ଯିଏ ଯେନତା ପିଠା ମଡା

                ଉସତ୍ ଆନନ୍ଦ ଥି ଦେଲେ

ମନର ସଉକ୍ ଟାକାର୍ ଗଲା

                ଆଈ କେ ଦେଖି ଗୁଲଗୁଲା

ନାତି ଟୁକା ତାର କାହିଁଗଲା

       ଛେର୍.....ଛେର୍......ଛେରା  ।


ଆମର ପରବ ଆମର ଗରବ

                   ଦୁଲକି ଯାଉଛେ ଗାଁ ଯାକର

ଗାଁ ମାଟିର ପରବ୍ ହଉଛେ ବଲି

                 ବାଜି ଉଠୁଛେ ଢୋଲ ମହୁରୀ

ଦୁଲକି ଉଠୁଛେ ଖୁଲି

     ଛେର୍ .......ଛେର୍..........ଛେରା  ।


ଦିନବାର ସବ ଯାଉଛେ ବଦଲି

                   ଗାଁନୁ ସହରକେ ଯାଉଛନ ଚାଲି

ପାସରିବ୍ ନାଇଁ ଆମର୍ ପରବକେ

                   ସହରେ ଥିଲେ ବି ସୋର କରବ

ପୁଷପୁନିର ଛେର ଛେରା କେ.....

       ଛେର୍.......ଛେର୍......ଛେରା  ।



Rate this content
Log in