STORYMIRROR

Balabanta Sahu

Others

2  

Balabanta Sahu

Others

ଚାଲ୍ ଜୀବନ ଜିଇଁବା

ଚାଲ୍ ଜୀବନ ଜିଇଁବା

1 min
7.0K


ତାଲା ପକେଇ ଦେ..ପରୀ !
ମୋ ଉପର୍ ରେ ଗଜୁରୀ ଉଠୁଥିବା
ତୋ ଫାଜେଲୀ ଭାବନା ଗୁଡାକୁ....
ଯାହାକି ଅହରହ ଦଂଶୁଛି ମୋ ସର୍ବାଙ୍ଗର ମର୍ଦାଙ୍ଗୀକୁ
ଅନ୍ଧାର ଭୋଗଉଛି ଦିନମଣୀ ଉପସ୍ଥିତିରେ
ପୁଣି ଅଳି କରି କହୁଛି
ନିଶ୍ୱାସ ଟାକୁ ଛଡେଇ ନେବ ବୋଲି..।

ମୋ ଭାବନା ପଚାରୁଛୁ ?
ତାହେଲେ ଏଯାଏଁ ତୁ ପଢି ପାରିନୁ ମୋ ଆଖିରୁ !
ହଉ ଶୁଣ୍ ! କିନ୍ତୁ ଦୂରେଇକି ସେ ଫାଜେଲାମୀକୁ ।

ମୁଁ ଜାଣିଛି !
ଫୁଲ ଫୁଲ ହୋଇ ରହିବା ପାଇଁ
ଆବଶ୍ୟକ କରେ କଣ୍ଟା ବା କଣ୍ଟାବାଡ଼
ଭୁର୍ ଭୁର୍ ପବନରେ ନିଜକୁ ଲୁଚାଇବା ପାଇଁ
ଯୋଗାଡ଼ କରେ ଚାରିପଟେ ଗହଳ ପତ୍ର
ପ୍ରେମିକ ଠୁ ମୁକ୍ତି ପାଇବା ପାଇଁ
ଲାଜକୁଳୀ ଠାରୁ ଧାର କରେ
ଲାଜ ଲାଜ ଫାଜେଲାମୀ ।
ଯାହାକୁ ମୁଁ , ତିଳେ ବି ଘୃଣା କରେନି ଲୋ..
ବରଂ ଭଲପାଏ ନିଜଠୁ ବି ଅଧିକ !

ତୁ ଯାହାବି କ' , କିନ୍ତୁ କ'...
କାହିଁକିନା , ତୋ ସ୍ୱର ହିଁ ପାଲଟି ସାରିଛି
ଆଜି , ମୋ ପାଇଁ ଜୀବନ ସଂଜୀବନି
ଦିନ ଆସିବ ତୁ ବୁଝିବୁ....।

ତୋ ଅପେକ୍ଷାରେ..ଥିଲେବି !
ଛାତି ପତେଇଦେଇପାରିବି
ତୋ ଚଲାପଥର କଣ୍ଟା ଉପରେ..
ହୁଏତ ଆଜି ବିଶ୍ୱାସ ହେଉନଥିବ..ତୋତେ..!
ଦିନ ଆସିବ ଗଜୁରୀଉଠି, ଦ୍ରୁମ ପାଳଟିବ ବିଶ୍ୱାସ
ତା' ପରେ ପରେ ଲାଜଗହଣା ପିନ୍ଧି ଘୁରିବୁ
ମୋ ସାଥେ ବ୍ରହ୍ମାଣ୍ଡର ସପ୍ତଗ୍ରହ ;
ସେଇଠୁ ଫେରି..,
ଚାଲିଯିବା ସେଇ ହାତ ଧରାଧରି ହୋଇଥିବା
ପାହାଡ଼ ଆରପାଖକୁ
ଯେଉଁଠି ବିଶ୍ୱାସରେ ହିଁ ତୋଳିହେବ ଗୋଟେ ଘର
ତୋର ମୋର ରକ୍ତ ମାଂସ ନେଇ
ଗଢିହେବ ଦୁଇ ଜୀବନ
ଗୋଟିଏ ତୋର ଗୋଟିଏ ମୋର..।

#Bab_L_U 💝


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍