ବର୍ଷା
ବର୍ଷା
1 min
216
ଝିପି ଝିପି ଏଇ ବର୍ଷା ଟୋପା
ମନେ ପଡେ ସେ ପିଲାଦିନ କଥା
କେତେ ବରଷା ରେ ,ପାଣି କାଦୁଅରେ
ମନେ ଆଣୁଥାଏ ନୂଆ ନୂଆ ବାର୍ତ୍ତା ,
ଝିପି ଝିପି ଏଇ ବର୍ଷା ଟୋପା ।।
ମା ମନା କରେ ଭିଜିବାକୁ ବର୍ଷା ରେ
ଅଝଟିଆ ମନ ମୋର ଜିଦି କରେ
କେତେ ମାଡ କେତେ ଗାଳି ଯେ ଖାଇଛି
ତଥାପି ମନ ବୁଝେନା ,
ଇଚ୍ଛା ହୁଏ ଭିଜିବାକୁ ବର୍ଷା ରେ
ସୁନ୍ଦର ଏଇ ମନୋହର ଦୃଶ୍ୟ
ଝିପି ଝିପି ଏଇ ବର୍ଷା ଟୋପା।।
ଆଜି ଅତୀତର ସ୍ମୃତି ଜାଗ୍ରତ କଲା ସେ
ଆଣି ଦେଲା ମନେ ନୂଆ ବାର୍ତ୍ତା ।
ଝିପି ଝିପି ଏଇ ବର୍ଷା ଟୋପା।।
