STORYMIRROR

ABADHOOT PANDA

Others

3  

ABADHOOT PANDA

Others

ଭକ୍ତି ଅର୍ଘ୍ୟ

ଭକ୍ତି ଅର୍ଘ୍ୟ

1 min
149


ହେ ଅନାଦି ସକଳ ଘଟସ୍ଥ ନାରାୟଣ ପରମ କାରଣ

 କାହିଁକି କରୁନା ଆମ ଧରାବାସୀଙ୍କ ମନସ୍କାମ ପୂରଣ ।


 ଅକାଳ ମରଣ ଦୈବୀ ଅଭାବ ଅନାଟନ ଦୁର୍ବିପାକ

 କରୁଛି ଆଜି ସଭି ବିଶ୍ଵବାସୀଙ୍କୁ ପୂର୍ଣ୍ଣ ସର୍ବଦା ହତ ବାକ ।


ଏକବିଂଶ ଶତାବ୍ଦୀର ଚୀନା ମହାମାରୀ ହେଲା ଆମକୁ କାଳ

ଛଡ଼ାଇ ନେଲା ଆମଠୁଁ ଭାବ ପ୍ରିତି ଆଦାନ ପ୍ରଦାନ ଚିରକାଳ ।


ରୋଗ ପ୍ରତିକାର ଔଷଧ ଅଭାବେ ବ୍ୟାକୁଳେ ଅଛନ୍ତି ନର

ମୁହଁ ହାତ ଧୋଇ ଦୂରତା ରଖି ମୁଖେ ତୁଣ୍ଡି ବାନ୍ଧି ବାରମ୍ବାର ।


ଟୀକାକୁ ଅପେକ୍ଷା କରି କରି ଲୋକେ ଆଖିରୁ ଶୁଖାନ୍ତି ପାଣି

ଆମ ସାଧ୍ୟାତିତ ଏହି ମହାମାରୀ ହଜାଇ ଦେଲାଣି ଆମ ଠାଣି ।


ମୁଲିଆ ବାପୁଡ଼ା ବଡ଼ ହନ୍ତସନ୍ତ ଭୋଗନ୍ତି କଷ୍ଟ ହୋଇ ଦହଗଞ୍ଜ

ମିଳେ ନାହିଁ ମୁଲ ମିଳେନାହିଁ କାମ ଢୋକେ ଖାଇ ବଞ୍ଚି ଅଖଞ୍ଜ ।


ଛାତ୍ର ଛାତ୍ରୀବୃନ୍ଦ ବିଦ୍ୟାଭ୍ୟାସ ବିନା ଘରେ ବସି ଆଜି ହଇରାଣ

ଆକାଶଜାଲ ମଧ୍ୟମେ ଅଧୟନରତ ଆମ ଭାବୀ ଦାୟାଦ ଗଣ ।


ଗୁରୁଗୁରୁମାମଣ୍ଡଳୀ ହେଲେ ଶିକ୍ଷାଦାନୁ ବଞ୍ଚିତ ସହି ବହୁ କଷଣ

ଦୂରଭାଷ ମାଧ୍ୟମେ କରି ଶିକ୍ଷା ଦାନ କରୁଛନ୍ତି ମହାପୁନ୍ୟାର୍ଜନ ।


ଦୂରଯାତ୍ରୀ ଚାକିରିଆଗଣ ଭୋଗିଲେ ହୀନସ୍ଥା ନପାଇ ଯାନ

ଏବେ ଟିକେ ସେମାନଙ୍କ ପଡ଼ିଲା ଭଲ ଚାଲିବାରୁ ଯାନବାହାନ ।


ଖାଦ୍ୟପେୟ ସବୁ ବ୍ୟତିକ୍ରମ ସ୍ୱାସ୍ଥ୍ୟ ହାନୀକଲା କରୋନା ।

ରକ୍ଷା କରୁଛି ସର୍ବ ସାଧାରଣଙ୍କୁ ଆମ ପତିତ ପାବନ ବାନା ।


ହେ ନୀଳାଚଳ ବାସୀ କରୁଣାକର ଢାଳ ଟିକେ ପ୍ରଭୁ କୃପାବାରି

ରକ୍ଷାକର ବାରେ ରୋଗ ବିନାଶି ଦେଇ ସ୍ୱାସ୍ଥ୍ୟଶାନ୍ତି ହେ ମୁରାରୀ


ବିନମ୍ର ପ୍ରାର୍ଥନା କର ବାରେ ଘେନା ଆହେ ପ୍ରଭୁ ଚକା ଡୋଳା ସୁଦର୍ଶନଚକ୍ରବଳେ ଅବିରତ କାଟ ଅରାତି ଶିର ନକରି ହେଳା ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍