Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Action Classics Thriller

3  

Sunanda Mohanty

Action Classics Thriller

ବଡଠାକୁରଙ୍କ କରୁଣା

ବଡଠାକୁରଙ୍କ କରୁଣା

1 min
183



ମିଛ ହେଉ ପଛେ ସପନ ମୋର

ପାଖେ ପାଖେ ମୋର ରୁହ ଠାକୁର

ତୁମ ଛଡା ତୁଳସୀରେ ମନ ବେଭାର

କସ୍ତୁରୀ ଟିକିଏ ଦିଅ ସତ୍ୱର

ଚନ୍ଦନ ଲଗାଇ ମଥାରେ ମୋର

ଦେଖିବାକୁ ସାର ଅସାର ଜୀବନର

ପାପ ପୁଣ୍ୟ ପୁଣି କର ବିଚାର

ଭକ୍ତିରେ ଭକ୍ତର ମାନ ରଖ ମୋହର

ସପନ ହେଉ ପଛେ ମିଛ ମୋହର

ଦେଇଛ ଯାହା ସବୁ ମତେ ମୋ ନିଜର

ତାଙ୍କୁ ଘଣ୍ଟ ଘୋଡାଇ ରଖ ଲକ୍ଷ ମୋହର

ସପନ ଅଳୀକ ତୁମେ ସତ୍ୟ ଶିବ ସୁନ୍ଦର

ତାରିପାର ପୁଣି ମାରିପାର ବିଚାରକ ସଭିଙ୍କର

ମିଛ ସପନରେ କିଲାଭ ପାଇବି ହେ ଅଣାକାର

ନିରାକାର ତୁମେ ସଚରାଚାର ଠାକୁର

ସୁକ୍ଷ୍ମରେ ଅସ୍ତି ସ୍ୱାର୍ଥରୁ ମୁକ୍ତି ସର୍ତ୍ତ ବାହାର

ମିଛ ସପନ ଦେଖିବି କାହିଁକି କରୁଣାକର

ସପନେ ଗୋପନେ ଭାବ ହେବ ଅନ୍ତର

ନିରନ୍ତର ଭଜେ ଠାକୁର, ତେଜି ସପନ ଛାର

ମିଛ ହେଉ ପଛେ ସପନ ମୋର ତୁମେ ଠାକୁର

ପଥ ରଥ ଜଗନ୍ନାଥ ପ୍ରଣିପାତ ଘେନା କର

ତୁମେ ଥିଲେ ପାଶେ ଭାବକୁ ନିକଟ ପାରାବାର

ଧନ ଜନ ଗୋପ ଲଷ୍ମୀ ଆସିବେ ତୁମବିଚାର

କାହିଁକି ଦେଖିବି ମିଛ ସପନ ମୁଁ ନିରନ୍ତର 

ମଉଡମଣୀ ନୀଳମଣୀ ପୂର୍ଣ୍ଣ ହେଉ ଇଛା ତୁମର

ତୁମେ ମୋ ମାର୍ଗଦର୍ଶକ ସପନ ମିଛ ପ୍ରହରର ।


Rate this content
Log in