Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Others

3  

ABADHOOT PANDA

Others

ଆନ୍ତରିକ ବିନତି

ଆନ୍ତରିକ ବିନତି

1 min
165



ପୃଥିବୀ କାନ୍ଦେ ଆଜି କରୋନାର ଅତ୍ୟାଚାର କ୍ଲୀଷ୍ଟେ,

ନ ହଟି ପଛକୁ ଆଗାଏ ଦୁର୍ବୃତ୍ତ କୋଭିଡ ଭିନ୍ନ ରୂପ ଧରି ହୃଷ୍ଟେ l


ପ୍ରାଣବାୟୁକୁ କରେ ଆମ ସଦା ବଶୀଭୂତ ଦିନ ରାତେ,

ଲଙ୍ଘି ଚାଲେ ବିଧିର ବିଧାନକୁ ବିଶୃଙ୍ଖଳିତେ l


ମହା ମହା ମନୀଷୀଙ୍କୁ କଲାଣି ବହୁଦିନୁ ତା ଧୂର୍ତ୍ତତାରେ କଣ୍ଠାଗ୍ରତ,

ତଥାପି ନ ଛାଡ଼େ ଜିଦ୍ଦି ଅଡ଼ି ବସି କବଳିତ କରିବାକୁ ମାନବ ନିୟତ l


ସାରା ବିଶ୍ୱ ଆଜି ବିବ୍ରତ ଆଉ ଚେଷ୍ଟିତ ବିତାରିତ କରିବାର୍ଥେ କରୋନା ବାପୁଡ଼ା,

ଭୀଷଣ ଦୁର୍ଦ୍ଦାନ୍ତ ସେଇ ଆତତାୟୀ ବାୟବ୍ୟ ଭୂତାଣୁ ଖାଇବ ସେ ନିଶ୍ଚୟ ଦଇବ ଚାପୁଡ଼ା l


ଡରି ମରି ବାଧ୍ୟ ହେବ ଲେଉଟି ଯିବାକୁ ତାର ଜନ୍ମ ଭୂମି ଅଚିରେ କାନ୍ଦି କାନ୍ଦି ଦ୍ୱେଷ ଭରେ,

ରାଗ ଦ୍ୱେଷେ ସେଠି ନିଶ୍ଚୟ କରିପାରେ ଚେଷ୍ଟା ନାଶିବାକୁ ନିରୀହ ଜନ ଗଣେ l


ଦୁଷ୍ଟ କରୋନା ସେତ ଏକବିଂଶ ଶତାବ୍ଦୀର ଏକ ଅଯାଚିତ କଳଙ୍କ ବସୁମାତାର,

କୁ ଆଶା ପୁରଣାର୍ଥେ ବର୍ବର ଯାଯାବର ରୂପେ ଭ୍ରମି ଭ୍ରମି ହରୁଛି ମାନବ ସ୍ୱାଛନ୍ଦ୍ୟତା ସେ ଯେ ଈର୍ଷାର ଅବତାର l


ପ୍ରାଣ ବିକଳେ ଆମେ କରି ଚାଲୁଛୁ ବିନତି ଯୋଡ଼ ହସ୍ତେ ବିଶ୍ୱ ନିର୍ମାତା ଜଗତର ନାଥଙ୍କ ଆଗେ,

ନାଶିବାକୁ ମାନବ ଜଗତପ୍ରାଣାରି ଆତତାୟୀ କରୋନା ମହାମାରୀ ସୁଦର୍ଶନ ଚକ୍ରେ କାତ୍ୟାୟନୀ ଖଡ଼ଗେ l

        ********* *********


Rate this content
Log in