STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ପ୍ରେମ

ପ୍ରେମ

1 min
365


ତୁମେ ଏକ ଶୀତୁଆ ସକାଳର ଉଷୁମ କମ୍ଵଳ

ବସନ୍ତର ଦକ୍ଷିଣା ମୃଦ୍ୟୁ ମଳୟ

ତୁମ ପାଇଁ ସହିହୁଏ ବୈଶାଖର ଝାଞ୍ଜି

ଧାରା ଶ୍ରାବଣର ଟପ୍ ଟପ୍ ଅସରନ୍ତି ଲୁହ

ପକ୍ଷୀରାଜ ଘୋଡାରେ ନିଅ ଉଡାଇ

ପହଁରାଅ କେଉଁ ଏକ ନୀଳ ସ୍ଵପ୍ନ ରାଇଜେ ।

କେତେବେଳେ ଆସ ଛପି ଛପି

ପୁରା ଆକାଶଟାକୁ କରିନିଅ ନିଜର

ଜହ୍ନରେ ତୋଳିଦିଅ ଏକ ଝାଟିମାଟି ଘର

ବିଶ୍ଵାସର ଅମୃତ ଝରଣାଟିଏ ଝରାଇ

 ମାଗିନିଅ ଆଖିରୁ ଲୁହ ଓଠରୁ ହସ 

ଆନମନା କରୁଥାଅ କାହିଁ ବାରମ୍ଵାର

ଆଇନା ଆଗେ ବସି ଖୋଜୁଥାଏ ମୁଁ ନିଜକୁ ନିଜେ ।



Rate this content
Log in