ପ୍ରେମ
ପ୍ରେମ
1 min
362
ତୁମେ ଏକ ଶୀତୁଆ ସକାଳର ଉଷୁମ କମ୍ଵଳ
ବସନ୍ତର ଦକ୍ଷିଣା ମୃଦ୍ୟୁ ମଳୟ
ତୁମ ପାଇଁ ସହିହୁଏ ବୈଶାଖର ଝାଞ୍ଜି
ଧାରା ଶ୍ରାବଣର ଟପ୍ ଟପ୍ ଅସରନ୍ତି ଲୁହ
ପକ୍ଷୀରାଜ ଘୋଡାରେ ନିଅ ଉଡାଇ
ପହଁରାଅ କେଉଁ ଏକ ନୀଳ ସ୍ଵପ୍ନ ରାଇଜେ ।
କେତେବେଳେ ଆସ ଛପି ଛପି
ପୁରା ଆକାଶଟାକୁ କରିନିଅ ନିଜର
ଜହ୍ନରେ ତୋଳିଦିଅ ଏକ ଝାଟିମାଟି ଘର
ବିଶ୍ଵାସର ଅମୃତ ଝରଣାଟିଏ ଝରାଇ
ମାଗିନିଅ ଆଖିରୁ ଲୁହ ଓଠରୁ ହସ
ଆନମନା କରୁଥାଅ କାହିଁ ବାରମ୍ଵାର
ଆଇନା ଆଗେ ବସି ଖୋଜୁଥାଏ ମୁଁ ନିଜକୁ ନିଜେ ।
