ଦ୍ଵିତୀୟ ସ୍ଵର୍ଗ
ଦ୍ଵିତୀୟ ସ୍ଵର୍ଗ
1 min
571
ସ୍ନେହ ଶ୍ରଦ୍ଧା ମମତାର ଇଟାବାଲି କାନ୍ଥେ
ବିଶ୍ଵାସର ଛାତ ତଳେ
ପ୍ରେମର ରଙ୍ଗ ବୋଳିଦେଲେ
ବାସ୍ ଏକ ସୁନ୍ଦର ଘରଟିଏ ହୁଏ
ଖରା ବର୍ଷା ଶୀତ କାକର
ସବୁ ସହିହୁଏ ତା କୋଳେ ।
ଘର ପାଇଁ ଲୋଡା ନାହିଁ
କୁଟା କାଠି ମାଟି ଇଟା ପଥର
ମନ ଯେଉଁଠି ଏକାକାର ଅଭିନ୍ନ
ପରସ୍ପରେ ଆନନ୍ଦେ କୋଳାହଳ
ସ୍ନେହ ପ୍ରେମ ରଙ୍ଗ ଝରୁଥାଏ ନିରନ୍ତର
ସ୍ଵର୍ଗସୁଖ ମିଳୁଥାଏ ସେଠି ସବୁବେଳେ ।
ସଂସ୍କାରର ମାଟି ପରେ ଥାପି ମୂଳଦୁଆ
ଲୁହଲହୁକୁ ଫେଣ୍ଟାପେଣ୍ଟି କରି
କାନ୍ଥ ଚଟାଣକୁ ମଜଭୁତ କରିବାକୁ ହୁଏ ।
ଉଦାରତାର ଯାଉଁଳି କବାଟ ମୁଖ୍ୟଦ୍ଵାରେ ଲଗାଇ
ସାହାଣ ମେଲା କରେ ସଭିଙ୍କ ପାଇଁ
ଦୟା କ୍ଷମା କରୁଣାର ଶୀତଳ ପବନ
ଚନ୍ଦନ ପରି ବାସ୍ନାୟିତ ହୁଏ ।
କହି କୋମଳ ଅମୃତ ବଚନ
ମନେ ପରୋପକାର ସହନଶୀଳତାର ସୁଗୁଣ
ସଂସ୍କାରିତ ହୁଏ ପରା ସାରା ଜୀବନ ।
ଏଇଠି ତ୍ ସ୍ଵର୍ଗ ଏଇଠି ନର୍କ
ସ୍ଵର୍ଗ ଖୋଜିବାର ନାହିଁ ଆଉ ପ୍ରୟୋଜନ
ଚାଲ ନିଜ ହାତେ ଗଢିବା
ବାଜି ଲଗାଇ ନିଜ ନିଜର ପରାଣ ।