I'm Madhulita and I love to read StoryMirror contents.
Share with friends
ଅଦିନିଆ ବର୍ଷା "ଆଜି କାହିଁ ଟପ୍ ଟପ୍ ଝରିଯାଏ ବରଷା ର ଧାରା ବୁକୁତଳେ ଲୁଚିଥିବା ଅକୁହା କଥା ବରଷି ଯାଉଚି ଅଦିନିଆ ବର୍ଷା ପରି ଉଡିଯାଏ ପକ୍ଷୀ ପରି ଦିଏ ନାହିଁ ଧରା"
ସମ୍ପର୍କ ଗୋଟେ ଥୁଣ୍ଟା ବରଗଛ ଆଉ ନୁଆଁଣିଆ ଚାଳଘର ର, ଖରା, ବର୍ଷା, ଶୀତ, କାକର ରୁ, ସୁରକ୍ଷିତ ରହିବାର ଅଦମ୍ୟ ପ୍ରଚେଷ୍ଠା, ଯାହା ଭିତିହୀନ, କିନ୍ତୁ ଭଲପାଇବାର ଏକ ନିଆରା ନିଦର୍ଶନ ।।
"ଟିପି ଟିପି ଟିପି ଟିପି ବରଷାର ଧାରା ଭୂମିରେ ପଡୁଛି ଝରି, ଝରକା ଫାଙ୍କରେ ସୁଲୁସୁଲୁ ବାଆ ଦେହେ ଶିହରଣ ଦିଏ ଭରି"...।।।
"ଟିପି ଟିପି ଟିପି ଟିପି ବରଷାର ଧାରା ଭୂମିରେ ପଡୁଛି ଝରି, ଝରକା ଫାଙ୍କରେ ସୁଲୁସୁଲୁ ବାଆ ଦେହେ ଶିହରଣ ଦିଏ ଭରି"...।।।
"ରାକ୍ଷୀ ଏକ ଡୋରି ନୁହେଁ ସେ ଯେ ସେନେହର ବନ୍ଧନ, ସ୍ନେହ ମମତାର ସେତୁ ସୁମଧୁର ସମ୍ପର୍କର ଅଞ୍ଜନ, ଭାଇ ର ହାତରେ ବନ୍ଧା ସୂକ୍ଷ୍ମ ସୁତା ଖିଅ, ଭଉଣୀର ସୁରକ୍ଷା ର ବଚନ"...।।।
"ସମୁଦ୍ରର ଅଗଭୀର ଜଳରାଶି ପବନର କ୍ଷିପ୍ର ଗତିରେ ଅଶାନ୍ତ ରୂପ ଧରେ, ଦିଆସିଲିର ଗୋଟିଏ କାଠି ଉଚ୍ଚ ଅଟାଳିକା କୁ ମାଟିରେ ପରିଣତ କରେ ଝିମିଟି ଖେଳରୁ ମହାଭାରତର ସୃଷ୍ଟି ଜାଣି ମଧ୍ୟ ପ୍ରାଣୀ ମନ ସେହିଦିଗେ ପ୍ରସରେ"..।।।
"ସାତ ସିଆଁ ଲୁଗା ପିନ୍ଧେ ପଣତରେ ଲୁହ ପୋଛେ, ପେଟ ଖାଲି ମୁହେଁ ହସ ସବୁ ଦୁଃଖ ନିଜେ ସହି ସନ୍ତାନର ସୁଖ ପାଇଁ ଝଡ଼ ଝଞ୍ଜା କନ୍ଧେ ବୋହି କଣ୍ଟା ପଥେ ସେ ଚାଲଇ, କେବେ କିଛି ମାଗେ ନାହିଁ, ସେ ମାଆ, ତା ପରି ଏ ସଂସାରରେ କେହି ନାହିଁ "।।।।
"ସାରୁ ପତରରେ ପାଣି ଢଳ ଢଳ ଗଗନୁ ଝରଇ ନୀର, କ୍ଷଣ ଭଙ୍ଗୁର ଏ ଦୁନିଆ ବୁକୁରେ ସ୍ଥାନ କାହିଁ ଜୀବନର, ପାଣି ଫୋଟକାଟି ଯେଉଁଥିରୁ ସୃଷ୍ଟି ସେଥିରେ ହୁଅଇ ଲୀନ, ମୋର ମୋର କହି ଯେତେ କୋଳେଇଲେ, ନିଜର ହୁଏନି ଏ ପ୍ରାଣ "।।।।