🌼ଶୁଭ ସକାଳ 🌼 “ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।” ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l ମା ଜଗତଜନନୀ ଦୁର୍ଗତିନାଶିନୀ ଶକ୍ତି, ଶାନ୍ତି, ଜ୍ଞାନ, ଧନଧାନ୍ୟ, ଐଶ୍ୱର୍ଯ୍ୟ, ସୁଖ ଓ ସମୃଦ୍ଧି ପ୍ରଦାୟିନୀ ହୁଅନ୍ତୁ l ଆପଣଙ୍କ ଦିନ ସର୍ବଦା ଶୁଭ ମଙ୍ଗଳମୟ ହେଉ l ଏହା ହିଁ ଶୁଭକାମନା l 🙏🙏
କାହା ଉପରେ ଯଦି ରାଗ ଅଭିମାନ କର, କିନ୍ତୁ କଥାବାର୍ତ୍ତା କେବେ ବନ୍ଦ କର ନାହିଁ, କାରଣ କଥାବାର୍ତ୍ତା ବନ୍ଦ ହୋଇଗଲେ ସମାଧାନର ସବୁ ବାଟ ବନ୍ଦ ହୋଇ ଯାଇଥାଏ। ସବୁବେଳେ ହସ ହସ ମୁହଁରେ କଥାବାର୍ତ୍ତା ହେଲେ ତାହା ଶତ୍ରୁ ଙ୍କୁ ବି ମିତ୍ର କରିଦିଏ। ବିଶ୍ୱ ରଞ୍ଜନ ମହାନ୍ତି ଜଗତସିଂହପୁର
ଭୂଲ ରେ ବି ନିଜ ହୃଦୟର କଥା ଅନ୍ୟ କାହାକୁ କହିବ ନାହିଁ... କାହିଁକି ନା ଏଠି କାଗଜ ବି କିଛି ସମୟ ମଧ୍ୟରେ ଖବର କାଗଜ ହୋଇ ଯାଏ ...!! ବିଶ୍ୱ ରଞ୍ଜନ ମହାନ୍ତି ଜଗତସିଂହପୁର
ଜୀବନରେ ଯଦି ଯାହାକୁ ଅଧିକ ଭଲ ପାଇବ ସେ ତୁମକୁ ଅଧିକ ଅବହେଳା କରିବ। ସେ ପ୍ରେମିକ, ପ୍ରେମିକା ହୁଅନ୍ତୁ କି ବନ୍ଧୁ। ତୁମ ଠାରୁ ଅଧିକ ଯୋଗ୍ୟ ଯଦି ତାଙ୍କୁ ମିଳିଯାଏ ତେବେ ସେ ତୁମକୁ ପ୍ରତାରଣା କରି ଓ ଧୋକା ଦେଇ ଚାଲିଯିବ। ତେଣୁ କେବଳ ବାପା ଓ 'ମା' କୁ ହିଁ ଅଧିକ ଭଲ ପାଅ । କାରଣ ଏହି ଭଲପାଇବାରେ କେବେ ବି ଧୋକା କି ପ୍ରତାରଣା ନଥାଏ । ଆଉ "ବାପା" "ମା" ର ସ୍ନେହ ଅନ୍ୟ କେଉଁଠି ବି ମିଳି ନଥାଏ। ବିଶ୍ୱ ରଞ୍ଜନ ମହାନ୍ତି ଜଗତସିଂହପୁର
ଧନ ଠାରୁ କର୍ମର ମହତ୍ଵ ଅଧିକ। ଯେପରି ପାଉଁଜି ହଜାରେ ଟଙ୍କାରେ କିଣିକି ଆଣିଲେ ମଧ୍ୟ ତାହା ପାଦରେ ହିଁ ବନ୍ଧା ଯାଏ, ଆଉ ଟିକିଲି ଏକ ଟଙ୍କାରେ ମିଳେ ହେଲେ ତାକୁ ମଥାରେ ଲଗାଯାଏ । ସେଥିପାଇଁ କୁହାଯାଏ ଯେ ମୂଲ୍ୟର ମହତ୍ତ୍ବ ନଥାଏ ସର୍ବଦା କୃତ୍ୟର ମହତ୍ତ୍ବ ଅଧିକ । ବିଶ୍ୱ ରଞ୍ଜନ ମହାନ୍ତି ଜଗତସିଂହପୁର
ମଣିଷ ସବୁବେଳେ ସମୟର ଦାସ। ମଣିଷ କେବେ ବଳବାନ ନୁହେଁ ସମୟ ସବୁବେଳେ ବଳବାନ। ସମୟ ଏପରି ଆସେ ଯେ ମାଟି ଧରିଲେ ସୁନା ହୋଇଯାଏ ଓ ସେହି ସମୟରେ ଯେଉଁ କାମ କଲେ ତାହାର ସୁଫଳ ମିଳେ। ପୁଣି ସେହି ସମୟ କେତେବେଳେ ଏପରି ହୋଇଯାଏ ଯେ ସୁନା ଧରିଲେ ମାଟି ହୋଇଯାଏ ଓ ବିରାଟ ଧନୀକୁ ସାମାନ୍ୟ ଭିକାରୀଟିଏ ସଜାଇ ଦିଏ। ତେଣୁ କୌଣସି ସମୟରେ ନିଜକୁ ଗର୍ବ ନକରି ସବୁ "ସମୟର ଖେଳ" ବୋଲି ନିଜ କର୍ତ୍ତବ୍ୟ ରେ ଆଗେଇଯିବା ଉଚିତ। ବିଶ୍ୱ ରଞ୍ଜନ ମହାନ୍ତି ଜଗତସିଂହପୁର
ଧନ ସମ୍ପତ୍ତି ଓ ଚେହେରାକୁ ନେଇ କେବେ ବି ଗର୍ବ କରନ୍ତୁ ନାହିଁ। ଏ ସବୁ କ୍ଷଣସ୍ଥାୟୀ। ଗର୍ବ ଓ ଅହଂକାର ମଣିଷ କୁ ନଷ୍ଟ କରିବା ସହିତ ଓଜନିଆ କରିଦେଇଥାଏ । ଯଦି ଉପରକୁ ଉଠିବାର ଅଛି ତ ନିଜ ଭିତରେ ଥିବା ଗର୍ବ ଅହଙ୍କାରକୁ କାଢି ହାଲୁକା କର କାରଣ ହାଲୁକା ଜିନିଷ ହିଁ ସବୁବେଳେ ଉପରକୁ ଉଠିଥାଏ। ବିଶ୍ୱ ରଞ୍ଜନ ମହାନ୍ତି ଜଗତସିଂହପୁର
ମଣିଷ ଜୀବନରେ ସବୁଠୁ ବଡ ସତ୍ୟ ହେଲା ମୃତ୍ୟୁ। ସମସ୍ତେ ଜାଣନ୍ତି ଯେ ଦିନେ ନା ଦିନେ ସମସ୍ତେ ମରିବା, ତଥାପି ବଞ୍ଚିବା ପାଇଁ କିଏ କେତେ ସୁନେଲି ସ୍ବପ୍ନ ଦେଖିବାକୁ ପଛାଏ ନାହିଁ l ଏପରିକି ଜଣେ ବ୍ୟକ୍ତି ଆସନ୍ନ ମୃତ୍ୟୁକୁ ଜାଣି ମଧ୍ୟ ଏ ମୋ ଘର, ଏ ମୋ ସମ୍ପତ୍ତି, ଏ ମୋ ସ୍ତ୍ରୀ।, ଏ ମୋ ପୁଅ ବୋଲି କହିଥାଏ। କିନ୍ତୁ ଗୋଟିଏ ମିନିଟ ପରେ ସେ ଆଉ ନଥାଏ। ଏଣୁ ଯେତେ ଦିନ ପର୍ଯ୍ୟନ୍ତ ଅଛ ଲୋଭ କୁ ଛାଡି ହସ ଖୁସିରେ ବଞ୍ଚିବାକୁ ଚେଷ୍ଟା କର l