Mamata Jena

4
Posts
0
Followers
0
Following

None

Share with friends
Earned badges
See all

ପ୍ରେମ ଯିଏ କରେ କେବେ ଭାଙ୍ଗିସେ ଯାଏନା ହେଲେ ସବୁ ସହିଯାଏ ଓଠ ସେ ଖୋଲେ ନା..... ମରିଗଲେ ଖୋଲା ଥିବ ଏ ଆଖି ସାଥିରେ ସାଥିରେ..... ପଡ଼ିବନି ପଲକ ମୋ ନ ଦେଖି ତୋତେରେ...... ଏକା ଛାଡି ଯିବିନାହିଁ ସାଥିରେ ନେଇ ଯିବି ଛବି ତୋର ଆଖିରେ ବଳିଦାନ ଦେଖେନା ପ୍ରେମ ଯୁଗେ ଯୁଗେ ଅମର ସେ ନାମ ଜୀବନ ମାଟି କହେନା କିନ୍ତୁ ଜୀବନ ଦିଶୁନି ଦିଶୁଛି ଖାଲି ତୁ......||

ତୁ ଏକା ମୋର ଆଖି ମୋର ପ୍ରତିଟି ମୁହୂର୍ତ୍ତରେ ତୁମକୁ ଖୋଜୁଥାଏ ହୃଦୟର ସ୍ପନ୍ଦନ ମୋର ତୁମରି ନାଁରେ ଚାଲିଥାଏ || ସ୍ୱପ୍ନରେ ତୁମର ଛବି ଯେ ଅଙ୍କେଇ ରଙ୍ଗ ଯେବେ ବୋଳିଦିଏ ଲାଗେ ସତେ ଯେମିତି ସ୍ୱପ୍ନରେ ନୁହଁ ସତରେ ତୁମକୁ ପାଖରେ ପାଏ || ତୁମକୁ ଯେବେ ପାଖରେ ପାଏ ଲାଜ଼ରେ ମୁଁ ଝାଉଁଳି ଯାଏ ଦୂରେଇ ଗଲେ ତୁମେ ପାଖରୁ ଶରୀରରୁ ମୋର ପ୍ରାଣ ଚାଲିଯାଏ ||

ବିଶ୍ୱାସ ତିଆରି କରେ ବି ମଣିଷ ଭାଙ୍ଗିଦିଏ ବି ମଣିଷ ଆଉକିଛି ନୁହେଁ କେବଳ ବିଶ୍ୱାସ || ପାହାଡ଼ରୁ ଆକାଶ, ନଦୀରୁ ଝରଣା ପ୍ରତ୍ୟେକର ନିଶ୍ୱାସରୁ ପ୍ରଶ୍ୱାସ ସବୁଠି ରହିଥାଏ ଏଇ ବିଶ୍ୱାସ || ପୁଅ ରହେ ମା' କୋଳରେ କିଛି ଚିନ୍ତା ନକରି ନିର୍ଭୟରେ ଭାଇ ରହେ ଭାଇ ପାଖରେ ସନ୍ଦେହ ନ ରଖି ମନରେ ସଭିଏଁ ବନ୍ଧା ଏଠି ବିଶ୍ୱାସର ଡୋରରେ || ଜୋର କରି ତାକୁ ଧରି ହୁଏନି ବୁଝିବାକୁ ଚେଷ୍ଟା କରି ତାକୁ ବୁଝି ହୁଏନି ଥରେ ଭାଙ୍ଗିଗଲେ କେବେ ଯୋଡ଼େନି ଶେଷ ସୀମା କେବେ ବିଶ୍ୱାସରେ ମାପି ହୁଏନି ||

ତୁମକୁ ମୁଁ ଭଲପାଏ ବୋଲି ତୁମ କଥାରେ କେବେ ରାଗିପାରେନା, ଯେତେ ବାଧିଲେ ବି ମୋତେ ତୁମକୁ ମୁଁ ଛାଡି ପାରେନା || ତୁମ ଛଡା ମୋ ଆଖିରେ କେବେ ଭଲ କେହି ଲାଗନ୍ତିନି, ସେଇଥିପାଇଁ ତୁମକୁ କାହା ସହ ତୁଳନା କରିବାକୁ ଚାହେଁନି || ତୁମକୁ ଯେ କେତେ ଭଲପାଏ ସେକଥା ମୁଁ କହିପାରେନା, ତୁମ ବିନା ମୋ ଜୀବନରେ କେବେ ମାନେ କିଛି ରୁହେନା ||


Feed

Library

Write

Notification
Profile