ମୁଠେ ଚାଉଳ ବି ଭାଗ୍ୟରେ ନାହିଁ ମୋର ତୁମେ ଦିନ ବିତେ ଘି ଅନ୍ନ ରେ ହସି କେମିତି ଗଢିଲ ମୋ ହୀନ କପାଳ ଶ୍ରେଷ୍ଠ ଦୁଃଖୀ କରି ପାଉଛ ଖୁସି
"କେବେ ମୁକ୍ତା ଭଳି ଦୁର୍ମୂଲ୍ୟ ଲାଗେ କେବେ ପ୍ରେମ ଭଳି ସୌଭାଗ୍ୟ ଭୋଗେ କେବେ ସ୍ୱପ୍ନ ମଖା ରାତିଟିଏ ସାଜେ କେବେ ବିଭୋର ବେଳାର ସାଥିଟିଏ ଲାଗେ ଜୀବନ ସବୁବେଳେ ଭିଯାଏ ଅନେକ ରଙ୍ଗେ କେବେ ହସ ଟିକେ ପୁଣି କେବେ ଲୁହ ବୁନ୍ଦେ "
ଯେବେ ତୋ ହାତ ଧରି ଚାଲିଲି ଧନ ତୁ ମୋର ଜୀବନରେ ଭରିଲୁ ସ୍ୱପ୍ନ ହଜେଇ ନିଜକୁ ତୋ ଭିତରେ ସୁନା ପାଇଲି ନିଜକୁ ପୁଣି ଥରେ ସିନା
ତୁମ ଲାଗି ଯେବେ ଦେଲି ନିଜକୁ ସାମର୍ପି ମିଳିଗଲା ପରିଚୟ ଭରିଗଲା ପ୍ରୀତି ମୃତ୍ୟୁ ଯେବେ ଓଗାଳିଲା ଜୀବନର ଚାଲି ନିଜ ଅଙ୍ଗ ଦେଇ ତାକୁ ବଞ୍ଚେଇ ଯେ ନେଲି
" ଦଗ୍ଧୀଭୂତ ମୋ ଅବୟବ କମାଗ୍ନି ରେ ଭୁଲୁଣ୍ଠିତ ମୋ ଅସ୍ତିତ୍ୱ ଲୋଲୁପ ଦୃଷ୍ଟିରେ ମୁଁ ମାନିନୀ ନୁହେଁ , ମୃଣାଳିନୀ ନୁହେଁ ମୁଁ ମୁଠେ ପାଉଁଶ ସମାଜ କୋଳରେ " ସୌମ୍ୟା ଶୁଭଦର୍ଶିନୀ
" ବାଇ ଚଢେଇ ରେ ବାଇ ଚଢ଼େଇ କେତେ କରୁ ଆରେ ନିଜ ବଡେଇ ତୁ ମୋ ସୁନା ଟେ ତୁ ମୋ ଧନ ଆ ଗେଲ୍ହା କରିକି ନେବି କାଖେଇ " " ଗପ ଟେ କହିବି ମନ କୁ ବୁଝି ସେଥିରେ ଚଗଲା ଯିବୁ ତୁ ହଜି ଗୀତ ଟେ ଗାଇବି ତୋ ଲାଗି ଆଜି ହଁ ଯଦି କହିବୁ ପରୀ ଆଣିବି ଖୋଜି '' ସୌମ୍ୟା ଶୁଭଦର୍ଶିନୀ
ଧୁ ଧୁ ଖରାବେଳ ଚନ୍ଦନ ର ମୋହ ତୁମେ ଢୁ ଢୁ ବର୍ଷା କାଳ ରଙ୍ଗୀନ ଛତା ତୁମେ ଥୁରୁ ଥୁରୁ ଶୀତ ରାତି ଚଦରର ମୋହ ତୁମେ ମିଠା ମିଠା ମଳୟର ଆନମନା ବାସ୍ନା ତୁମେ ଏମିତି ସବୁବେଳେ କିଛି ଭିନ୍ନ ଲାଗ କିଆଁ କରିଛ କି କିଛି ତୁମେ ସମ୍ମୋହନ ର କିମିଆଁ ସୌମ୍ୟା ଶୁଭଦର୍ଶିନୀ