I'm a Poet, Lyricist, story Teller, Dramatist and Casual Presenter of All India Radio, Cuttack.Presently I am working as a Lecturer in English at Govindpur Degree College, Cuttack.I love to read and write Story mirror. My cell No : 9861016226 . Published Books : 1 - "ଚଟାଣ ଉପରେ ପାଦ" - କବିତା... Read more
Share with friendsଏ ଅନ୍ଧାର ମୋର ଚିର ସହଚର ଦୀପର ଆଲୋକେ ଆଲୋକିତ କର ହିଂସା ଦ୍ୱେଷ ରାଗ ମାନ ଅଭିମାନ କାଢି ନିଅ ପ୍ରଭୁ ଦେଇ ଦିବ୍ୟଜ୍ଞାନ । @ଚିନ୍ମୟ
ଏ ଅନ୍ଧାର ମୋର ଚିର ସହଚର ଦୀପର ଆଲୋକେ ଆଲୋକିତ କର ହିଂସା ଦ୍ୱେଷ ରାଗ ମାନ ଅଭିମାନ କାଢି ନିଅ ପ୍ରଭୁ ଦେଇ ଦିବ୍ୟଜ୍ଞାନ । @ଚିନ୍ମୟ
କେତେ ରୋଗ ବଇରାଗ ଉପଶମ କରେ ଯେଉଁ ଗଛ ମାଟିଠୁ ଆକାଶ ଯାଏ ପରିବେଶ ରଖେ ପୁଣି ସ୍ଵଚ୍ଛ । ଆମରି ଭିତରେ ଥାଏ ସଦାବେଳେ ଦିନ ଆଉ ରାତି ହେଉ ବା ତୁଳସୀ ବେଲ ଭୂଇଁନିମ୍ବ ସେ ଆମ ସମ୍ପତି ।
କାଲି ପାଇଁ ଯିଏ ଭାବିନି ଜୀବନେ ଆଜି ପାଇଁ ହୁଏ ଖୁସି ଖରଚ କରଇ ସକଳ ଶକତି ହେଉ ଅବା ଦିବା ନିଶି । ଲୁହରେ ଲେଖେ ସେ ଆଗାମୀ ଦିନର ଅନାଗତ ଭବିଷ୍ୟତ ନିଜ ହାତେ ନିଜେ ଭାଙ୍ଗଇ ସପନ ଦୁଃଖକୁ ସଜେଇ ମିତ । @ଚିନ୍ମୟ
ମାଟି ପାଣି ପବନ ଓ ଆକାଶର ବଳୟ ଭିତରେ ଏ ଜୀବନ ବନ୍ଧା ଆମ କେଉଁ ଏକ ଅଦୃଶ୍ୟ ଛନ୍ଦରେ । ତା'ଭିତରେ ବନ୍ଧା ଆମ ଜୀବଜନ୍ତୁ ନିତ୍ୟ ପରିବେଶ ସଭିଏଁ ସମାନ ଏଠି ପାଇ ତାଙ୍କ କରୁଣା ଅଶେଷ ।
ପାଣିରେ ଜହର ଏଠି ପବନରେ ବିଷ ଚାରିଆଡେ ହାହାକାର ମାଟିଠୁ ଆକାଶ ସ୍ୱଚ୍ଛତା ଯାଇଛି ହଜି କେଉଁ ଦୂରଦେଶେ କାଳର କରାଳ ଛବି ଜଳ ଜଳ ଦିଶେ । @ଚିନ୍ମୟ
ଏଇ ବିଲ ବାଡ଼ି ପାହାଡ ଜଙ୍ଗଲ ନାନା ଜାତି ଫୁଲ ଫଳ ସୁଖରେ ଦୁଃଖରେ ଭଲରେ ମନ୍ଦରେ ଯୋଗାଇ ଦେଇଛି ବଳ । ଏ ଝରଣା କୂଳେ କେତେ ଯେ ସପନ ଯାଇଛି ଆମର ବିତି ଆମେ ବନବାସୀ ବଣର ମଣିଷ ପତେଇ ଦେଇଛୁ ଛାତି । @ଚିନ୍ମୟ