Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#21 Days 21 Experiences

SEE WINNERS

Share with friends

ଭାରତ ୨୧ ଦିନ ପାଇଁ ଲକ୍ ଡାଉନ୍ ହୋଇଯାଇଛି !!!!! ଠିକ୍, ଆମର ଭୟାନକ ସ୍ୱପ୍ନରେ ମଧ୍ୟ ଆମେ ଏହିପରି ଏକ ପରିସ୍ଥିତିର ସାମ୍ନା କରିବାକୁ ହେବ; ତାହା କେବେ କଳ୍ପନା କରି ନ ଥିଲୁ । ଲକ୍ଷ୍ମଣ ରେଖା (ଆମ ଘରର ସୀମା) ଅତିକ୍ରମ ନକରି ଏହି ସମୟକୁ ଘରେ କିପରି ବିତାଇବା ସେ ବିଷୟରେ ଚିନ୍ତା କରିବା ବାସ୍ତବରେ କଷ୍ଟକର ।


କିନ୍ତୁ ମନେରଖନ୍ତୁ ଶୱଶଙ୍କ ମୁକ୍ତି (Shawshank Redemption) ଚଳଚ୍ଚିତ୍ରର ଏକ ଚମତ୍କାର ସଂଳାପ ଆମେ ଏଠାରେ କୋଟ୍ କରୁଛୁ । ସଂଳାପଟି ଏହିପରି : “ ଜେଲରେ ଜଣେ ବ୍ୟକ୍ତି ସେମାନଙ୍କ ମନକୁ ବ୍ୟସ୍ତ ରଖିବା ପାଇଁ ପ୍ରାୟ କିଛି କରିବେ ” ।



ପରବର୍ତ୍ତୀ ୨୧ ଦିନ ପାଇଁ, ଆପଣ ନିଶ୍ଚିତ ଭାବରେ ଜୀବନର ଅନ୍ୟ କିଛି ଦିଗକୁ ଦେଖିବାର ସୁଯୋଗ ପାଇବେ, ଯାହା ସାଧାରଣ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ଅସମ୍ଭବ ହୋଇଥାନ୍ତା । ଷ୍ଟୋରୀମିରର୍ ଆପଣଙ୍କୁ ଆଗାମୀ ୨୧ ଦିନ ପାଇଁ ଡାଏରୀ ଲିଖନ ଆକାରରେ ଆପଣଙ୍କର ପ୍ରତ୍ୟେକ ଦିନର ଅଭିଜ୍ଞତା ବାଣ୍ଟିବାକୁ ଏକ ସୁଯୋଗ ପ୍ରଦାନ କରୁଛି ।



ପରିବାର ସହିତ ଅଧିକ ସମୟ ଅତିବାହିତ କରି କିମ୍ବା କିଛି ନୂତନ ଏବଂ ଅଭିନବ କାର୍ଯ୍ୟ କରି ଆପଣ ନିଜକୁ ବ୍ୟସ୍ତ ରଖିଛନ୍ତି ବୋଲି ଆପଣଙ୍କର ଦୈନନ୍ଦିନ କାହାଣୀ ଆମ ସହିତ ଅଂଶୀଦାର କରନ୍ତୁ ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେଇପାରେ |



ନିୟମ


୧ ) ଆପଣଙ୍କୁ ଡାଏରୀ ଲେଖା ଫର୍ମାଟରେ ନିଜର ଦୈନିକ ଅଭିଜ୍ଞତା ଦାଖଲ କରିବା ଆବଶ୍ୟକ |


୨ ) ଆପଣଙ୍କ “ପ୍ରିୟ ଡାଏରୀ”ରୁ ଲେଖିବା ଆରମ୍ଭ କରନ୍ତୁ ଏବଂ ତା’ପରେ ଏହାକୁ ନିଜ ଲେଖନୀରେ ଉତ୍ତାରନ୍ତୁ |


୩ ) କାହାଣୀ, କବିତା କିମ୍ବା ଅଡିଓ ଫର୍ମାଟରେ ଆପଣ ଅନୁଭୂତି ବାଣ୍ଟିପାରିବେ |


୪ ) ପରବର୍ତ୍ତୀ ୨୧ ଦିନ ପାଇଁ ପ୍ରତିଦିନ ୧ ଲେଖା ଅଂଶୀଦାର କରିବାକୁ ପରାମର୍ଶ ଦିଆଯାଇଛି । ଯଥା; ପ୍ରତିଯୋଗିତା ଶେଷ ହେବା ପର୍ଯ୍ୟନ୍ତ ଆପଣ ୨୧ ଟି ଅଭିଜ୍ଞତା କିମ୍ବା କାହାଣୀ ସହିତ କାର୍ଯ୍ୟ କରିବେ |


୫ ) ଷ୍ଟୋରୀମିରରରେ ପୂର୍ବରୁ ଦାଖଲ ହୋଇଥିବା କାହାଣୀ, କବିତା କିମ୍ବା ଅଡିଓ ପୁନର୍ବାର ଦାଖଲ ହେବା ଉଚିତ୍ ନୁହେଁ |


୬ ) ଷ୍ଟୋରୀମିରରର ନିଷ୍ପତ୍ତି ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଚୂଡାନ୍ତ ଏବଂ ବାଧ୍ୟତାମୂଳକ ହେବ |


୭ ) ସମ୍ପାଦକୀୟ ସ୍କୋର, ପସନ୍ଦ, ମନ୍ତବ୍ୟ ଏବଂ ଭିଉସ୍ ଆଦି ଆଧାରରେ ପାଠକଙ୍କ ଯୋଗଦାନକୁ ଭିତ୍ତିକରି ଶ୍ରେଷ୍ଠ କୃତି ଚୟନ କରାଯିବ |



ପୁରସ୍କାର


୧ ) ୨୧ ଦିନ ପାଇଁ କ୍ରମାଗତ ଭାବରେ ୨୧ ଟି କୃତି ଦାଖଲ କରୁଥିବା ବ୍ୟକ୍ତି ଷ୍ଟୋରୀମିରର୍ ଠାରୁ ଏକ ସ୍ୱତନ୍ତ୍ର ପ୍ରମାଣପତ୍ର ପାଇବେ |


୨ ) ପ୍ରତ୍ୟେକ ଭାଷାରେ ଶ୍ରେଷ୍ଠ 3 ବିଜେତାଙ୍କ ଇ-ବୁକ୍ ପ୍ରକାଶିତ ହେବା ସହିତ ଷ୍ଟୋରୀମିରର୍ ସପ୍ ରେ ଉପଲବ୍ଧ ହେବ |


୩ ) ଷ୍ଟୋରୀମିରର ଇଭେଣ୍ଟ (ଅନଲାଇନ୍ / ଅଫଲାଇନ୍) ରେ ବିଜେତାମାନେ ସ୍ଥାନ ପାଇବେ |


୪ ) ୨୧ ଟି କୃତି ଦାଖଲ କରୁଥିବା ସମସ୍ତ ଲେଖକଙ୍କୁ ଷ୍ଟୋରୀମିରର୍ ତରଫରୁ INR 150/- ର ଭାଉଚର୍ ପ୍ରଦାନ କରାଯିବ ।


୫ ) ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।



ତାରିଖ: ୨୫ ମାର୍ଚ୍ଚ ୨୦୨୦ ରୁ ୧୫ ଏପ୍ରିଲ ୨୦୨୦


ପୁରସ୍କାର ଘୋଷଣା: ମେ ୨୦୨୦



ଭାଷା: ଇଂରାଜୀ, ହିନ୍ଦୀ, ଗୁଜରାଟୀ, ମରାଠୀ, ଓଡିଆ, ବଙ୍ଗାଳୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍


ବିଷୟବସ୍ତୁ ପ୍ରକାର: କାହାଣୀ, କବିତା, ଅଡିଓ ।


ଯୋଗାଯୋଗ ବ୍ୟକ୍ତି: neha@storymirror.com