Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#Non Stop November Edition 3 - Advanced

SEE WINNERS

Share with friends

"ଯଦି ଏପରି ଏକ ପୁସ୍ତକ ଅଛି ଯାହାକୁ ଆପଣ ପଢିବାକୁ ଚାହାଁନ୍ତି, କିନ୍ତୁ ଏହା ଏପର୍ଯ୍ୟନ୍ତ ଲେଖା ହୋଇନାହିଁ, ତେବେ ଆପଣ ଏହାକୁ ଲେଖିବା ଜରୁରୀ ।" - ଟୋନି ମୋରିସନ୍ 

ଆପଣ କେବେ ଏକ ବହି ପଢ଼ିଛନ୍ତି ଏବଂ ଏହାକୁ ଭଲ ମଧ୍ୟ ପାଉଛନ୍ତି, କିନ୍ତୁ ଆପଣ ଚାହୁଁଥିବେ ଯେ ସେହି ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଅଧିକ କାହାଣୀ ରହିପାରିଥାନ୍ତା କିନ୍ତୁ ଦୁର୍ଭାଗ୍ୟବଶତଃ ଏପରି କାହାଣୀ ସାମ୍ନାକୁ ଆସି ନଥିଲା । ଏହାର କାରଣ ହେଇପାରେ କେହି ଏହା କରିବାକୁ ଚେଷ୍ଟା କରିନଥିଲେ ! ତେବେ ଆପଣ କାହିଁକି ଚେଷ୍ଟା କରୁନାହାଁନ୍ତି? ଏହା ବିଷୟରେ ଚିନ୍ତା କରିବାର ସୁଯୋଗ ବୋଧେ କେବେ ପାଇନାହାଁନ୍ତି ? ଏକଥା ଠିକ୍ ଆମେ ବୁଝିପାରିଛୁ ।

ଆଚ୍ଛା ! ବର୍ତ୍ତମାନ ଆପଣଙ୍କ ପାଇଁ ସେ ସୁଯୋଗ ଆସିସାରିଛି ! ଷ୍ଟୋରୀମିରର୍ ନନ୍-ଷ୍ଟପ୍ ନଭେମ୍ବର ଲେଖା ଚ୍ୟାଲେଞ୍ଜର ୩ୟ ସଂସ୍କରଣ ଘୋଷଣା କରି ଅତ୍ୟନ୍ତ ଖୁସି ବ୍ୟକ୍ତ କରୁଛି । ଏହା ଏମିତି ଏକ ଚ୍ୟାଲେଞ୍ଜ ଯାହା ଆପଣଙ୍କ ଭିତର ସେହି ଲେଖକ ସତ୍ତାଙ୍କୁ ଜାଗ୍ରତ କରିବାକୁ ଲକ୍ଷ୍ୟ ସ୍ଥିର କରିଛି !

ନନ୍-ଷ୍ଟପ୍ ନଭେମ୍ବର ଲେଖା ଚ୍ୟାଲେଞ୍ଜର ଚଳିତ ସଂସ୍କରଣରେ କିଛି ନୂତନତା ଯୋଗ କରାଯାଇଛି । ଏହା ତିନୋଟି ଭିନ୍ନ ସ୍ତର ସହିତ ଅତ୍ୟନ୍ତ ବ୍ୟାପକ ରୂପ ଧାରଣ କରିଛି । ଏହି ତିନୋଟି ସ୍ତର ମଧ୍ୟରୁ ଆପଣ ଗୋଟିଏ, ଦୁଇଟି କିମ୍ବା ସମସ୍ତ ତିନୋଟି ସ୍ତରରେ ଅଂଶଗ୍ରହଣ କରିପାରିବେ । ଦୁଇ କିମ୍ବା ଅଧିକ ସ୍ତରର ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରି ଯଦି ଆପଣ ଏହାକୁ ସମାପ୍ତ କରନ୍ତି, ତେବେ ଆପଣ ଆମର ମେଗା ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।

  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ପ୍ରାରମ୍ଭିକ - http://sm-s.in/NCck82i
  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ମଧ୍ୟବର୍ତ୍ତୀ - http://sm-s.in/tnVw9j4
  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ଉଚ୍ଚତର - http://sm-s.in/BwTDQCx

ଏହା କିପରି କାମ କରେ?

ଆମେ ଆପଣଙ୍କୁ ୩୦ ଦିନ ପାଇଁ ୩୦ଟି ବିଭିନ୍ନ ପୁସ୍ତକରୁ ୩୦ଟି ବିଷୟବସ୍ତୁ ପ୍ରଦାନ କରୁଛୁ । ଆପଣଙ୍କୁ ପ୍ରତିଦିନ ଗୋଟିଏ ବିଷୟବସ୍ତୁ ଉପରେ ଲେଖିବାକୁ ପଡିବ । ଆପଣଙ୍କୁ କେବଳ ବିଷୟବସ୍ତୁ ଉପରେ ହିଁ ନିଜର କାହାଣୀ ପଠାଇବାକୁ ପଡିବ, ଯାହା ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ପୁସ୍ତକରୁ ଅଂଶୀଦାର କରାଯିବ । ଏହା ଯେକୌଣସି ଶୈଳୀ, ଯେକୌଣସି ଧାରା, ଆପଣ ପସନ୍ଦ କରୁଥିବା ଯେକୌଣସି ଜିନିଷ ହୋଇପାରେ, କିନ୍ତୁ ଧ୍ୟାନଦେବାକୁ ହେବ ଯେ ଆପଣଙ୍କ ଲେଖା ସେହି ଦିନର ପୁସ୍ତକର ବିଷୟବସ୍ତୁର ନିକଟବର୍ତ୍ତୀ ହେବା ନିତାନ୍ତ ଜରୁରୀ ।

ଉଚ୍ଚତର ସ୍ତର ପାଇଁ ଲିଖନ ବିଷୟବସ୍ତୁ :

ସର୍ତ୍ତାବଳୀ :

  • ଉପସ୍ଥାପିତ ସମସ୍ତ ବିଷୟ ଆଧାରିତ ଉପସ୍ଥାପନା ଏବଂ ଏହାର ହାରାହାରି ୬ କିମ୍ବା ଊର୍ଦ୍ଧ୍ଵ ସମ୍ପାଦକୀୟ ମୂଲ୍ୟାଙ୍କନ ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।
  • ଆପଣ କେବଳ ପ୍ରଦତ୍ତ ବିଷୟବସ୍ତୁ ଉପରେ ହିଁ ନିଜ ଲେଖା ଦାଖଲ କରିବା ଆବଶ୍ୟକ ।
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ମୌଳିକ ଲେଖା ଦାଖଲ କରିବା ଉଚିତ୍ ।
  • ଇ-ମେଲ କିମ୍ବା ହାର୍ଡ କପି କିମ୍ବା ପ୍ରତିଯୋଗୀତା ଲିଙ୍କ୍ ବ୍ୟବହାର ନକରି ଯେକୌଣସି ଦାଖଲ ପ୍ରବେଶ ପାଇଁ ଯୋଗ୍ୟହେବ ନାହିଁ ।
  • କୌଣସି ଅଂଶଗ୍ରହଣ ଶୁଳ୍କ ପ୍ରଦାନ କରିବାକୁ ପଡିବ ନାହିଁ ।
  • ମାନପତ୍ର ବିଭାଗରେ ଆପଣଙ୍କର ଅଂଶଗ୍ରହଣ ପ୍ରମାଣପତ୍ର ପ୍ରୋଫାଇଲରେ ଉପଲବ୍ଧ ହୋଇଯିବ ।

ପୁରସ୍କାର :

  • ସମସ୍ତ ଅଂଶଗ୍ରହଣକାରୀ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।
  • ବିଜେତାମାନେ ସେମାନଙ୍କୁ ଏକ ଟ୍ରଫି ପ୍ରଦାନ କରାଯିବ ।
  • ସମସ୍ତ ବିଜେତାଙ୍କୁ ବିଜେତା ପ୍ରମାଣପତ୍ର ପ୍ରଦାନ କରାଯିବ ।

ମେଗା ପୁରସ୍କାର :

ଯଦି ଆପଣ ତିନିଟି ସ୍ତରରୁ ହାରାହାରି ସମ୍ପାଦକୀୟ ମୂଲ୍ୟାଙ୍କନ ୭ରୁ ଅଧିକ ସହିତ କୌଣସି ୨ଟି ସ୍ତର ସମାପ୍ତ କରନ୍ତି, ତେବେ ଆପଣ ବିଜେତା ଟ୍ରଫି ସହିତ ଷ୍ଟୋରୀମିରରରୁ ଏକ ମାଗଣା ପୁସ୍ତକ ପ୍ରକାଶନ ଚୁକ୍ତି ଜିତିବାକୁ ଯୋଗ୍ୟ ହୋଇପାରିବେ ।

ଦାଖଲ ଅବଧି: ୦୧ ନଭେମ୍ବର ରୁ ୩୦ ନଭେମ୍ବର, ୨୦୨୧

ଫଳାଫଳ: ୨୦ ଜାନୁଆରୀ, ୨୦୨୨

ମତାମତ ଏବଂ ପ୍ରଶ୍ନଗୁଡ଼ିକ ପାଇଁ :

ଇ-ମେଲ : neha@storymirror.com

ଫୋନ୍ ନମ୍ବର: 022-49240082 / 9372458287 (ସୋମବାରରୁ ଶନିବାର ସକାଳ 10.00 ରୁ 7.00 PM)

ହ୍ଵାଟସ୍ ଆପ୍: +91 84528 04735

ବିଶେଷ ସୂଚନା : ଏହି ସଂସ୍କରଣରେ ନନ୍-ଷ୍ଟପ୍ ନଭେମ୍ବର ଲେଖା ଚ୍ୟାଲେଞ୍ଜ ତିନି ସ୍ତରରେ ସଂଗଠିତ ହୋଇଛି । ଆପଣ ଗୋଟିଏ, ଦୁଇଟି କିମ୍ବା ସମସ୍ତ ତିନୋଟି ସ୍ତରରେ ଅଂଶଗ୍ରହଣ କରିପାରିବେ ।

  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ପ୍ରାରମ୍ଭିକ - http://sm-s.in/NCck82i
  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ମଧ୍ୟବର୍ତ୍ତୀ - http://sm-s.in/tnVw9j4
  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ଉଚ୍ଚତର - http://sm-s.in/BwTDQCx