Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#52 Week Writing Challenge - 2022 (Edition 5)

SEE WINNERS

Share with friends

ପରିଚୟ :

ଲେଖା ଯଦିଓ ଏକ ସର୍ଜନ କଳା, ତଥାପି ଏହା ଆମ ମନରେ ଭୟ ସୃଷ୍ଟି କରେ; ଯେତେବେଳେ ଆମକୁ କଳାତ୍ମକ ସଠିକତା, ସିଦ୍ଧ ବ୍ୟାକରଣଗତ ନିୟମ ଏବଂ ଏକ ବୃହତ୍ ସମୁଦାୟ ପାଇଁ ଲେଖିବା ବିଷୟରେ ଏକ କୌତୁହଳପୂର୍ଣ୍ଣ ଚିନ୍ତା ଓ ଚେତନାର ଆବିଷ୍କାର କରିବାର ପ୍ରୟାସ ଆଦିକୁ ସାମ୍ନା କରିବାକୁ ପଡ଼େ । ପ୍ରାୟତଃ ଆପଣ ଲେଖିବା ସମୟରେ ଏକ ଧାରଣାର ସୂକ୍ଷ୍ମଅଣୁ ସହିତ ଆରମ୍ଭ କରନ୍ତି । କିନ୍ତୁ ଯେତେବେଳେ ଆପଣ ଏହାକୁ ଭାଷାର ରୂପ ଦିଅନ୍ତି, ସେତେବେଳେ ଏହା ଆପଣଙ୍କ ସମସ୍ତ ବ୍ୟକ୍ତିସତ୍ତାକୁ ଆନ୍ଦୋଳିତ କରିଦିଏ, ଏକ ବ୍ୟାପକ ପରିସୀମାରେ ପାରିବ୍ୟାପ୍ତ ହୋଇଯାଏ । ଯାହା ଜଣେ ଲେଖକର ଦାୟିତ୍ୱବୋଧ ଓ ପାରଦର୍ଶିତାକୁ ସୂଚିତ କରିବା ସହ ତାଙ୍କ ସର୍ଜନଦକ୍ଷତାକୁ ସମସ୍ତଙ୍କ ସମ୍ମୁଖରେ ପ୍ରଦର୍ଶିତକରେ ।

ତେବେ ଷ୍ଟୋରୀମିରର୍ ଆପଣଙ୍କୁ ସ୍ୱାଗତ କରୁଛି ୫୨ ସପ୍ତାହ ଲିଖନ ଚ୍ୟାଲେଞ୍ଜ - ୨୦୨୨ (ସଂସ୍କରଣ -୫)ର ଅଂଶହେବା ନିମନ୍ତେ । ଆମ ବିଶ୍ୱାସ ଏହି ପ୍ରତିଯୋଗିତା ଆପଣଙ୍କ ଲିଖନ ଦକ୍ଷତାକୁ ଏକ ସ୍ୱତନ୍ତ୍ର ସ୍ତରକୁ ନେଇଯିବ ଏବଂ ଆପଣଙ୍କ ସର୍ଜନଶୀଳତାକୁ ଆହୁରି ଦୃଢ଼ କରିବ ।

ତେବେ ଆସନ୍ତୁ, ଆପଣଙ୍କ ପରିକଳ୍ପିତ ଲେଖକ ହୁଅନ୍ତୁ !


ନୂଆ କ'ଣ?

ଲେଖକଙ୍କୁ ପ୍ରତି ସପ୍ତାହରେ ପ୍ରତ୍ୟେକ ପ୍ରଦତ୍ତ ଇଙ୍ଗିତ (ଲିଖନ ବିଷୟ) ପାଇଁ ଲେଖା ଦାଖଲ କରିବାକୁ ପଡିବ । ଏହି ପ୍ରତିଯୋଗିତାର କୌତୁହଳପୂର୍ଣ୍ଣ ଅଂଶ ହେଉଛି ଇଙ୍ଗିତ (ଲିଖନ ବିଷୟ)ଗୁଡ଼ିକ କେବଳ ଆମର ଅଂଶଗ୍ରହଣକାରୀଙ୍କ ଦ୍ୱାରା ପ୍ରଦାନ କରାଯିବ । ପ୍ରତ୍ୟେକ ଥର ଆମେ ଆମର ଅଂଶଗ୍ରହଣକାରୀମାନଙ୍କୁ ନୂତନ ଇଙ୍ଗିତ (ଲିଖନ ବିଷୟ) ପାଇଁ ଇ-ମେଲ୍ କରିବୁ ଯେଉଁଥିରେ ଆପଣ ସେହି ଇ-ମେଲ୍ କୁ ଉତ୍ତର ଦେଇ ଆପଣଙ୍କର ପରାମର୍ଶଗୁଡିକ ଅଂଶୀଦାର କରିପାରିବେ । ଆମେ ସର୍ବୋତ୍ତମ ଇଙ୍ଗିତ (ଲିଖନ ବିଷୟ)ଗୁଡ଼ିକୁ ମନୋନିତ କରିବୁ ଏବଂ ଆମର ୫୨ ସପ୍ତାହ ଲିଖନ ଚ୍ୟାଲେଞ୍ଜ ଇଙ୍ଗିତ (ଲିଖନ ବିଷୟ) ଭାବରେ କାର୍ଯ୍ୟକାରୀ କରିବୁ ।

ମନେରଖନ୍ତୁ : କାହାଣୀ ଏବଂ କବିତା ପାଇଁ ଏକ ପୃଥକ୍ ଇଙ୍ଗିତ (ଲିଖନ ବିଷୟ) ରହିବ ।


ଇଙ୍ଗିତ (ଲିଖନ ବିଷୟ) :

1. କାହାଣୀ : ୨୦୨୧ ବର୍ଷର ଯାତ୍ରା ଉପରେ ଏକ କାହାଣୀ ଲେଖନ୍ତୁ ।

1. କବିତା : ୨୦୨୧ ବର୍ଷର ଯାତ୍ରା ଉପରେ ଏକ କବିତା ଲେଖନ୍ତୁ ।

2. କାହାଣୀ : ଏକ ଗରିବ ଯୁବକ ବା ବାଳିକା ଉପରେ ଏକ କାହାଣୀ ଲେଖନ୍ତୁ, ଯିଏ ଏକ ଅପ୍ରତ୍ୟାଶିତ ଭାଗ୍ୟକୁ ନେଇ ଆସେ ।

2. କବିତା : ଶୀତଦିନ ସନ୍ଧ୍ୟାରେ ବାହାରହିବାର ଅନୁଭୂତିକୁ ନେଇ ଏକ କବିତା ଲେଖନ୍ତୁ ।


ନିୟମ ଓ ସର୍ତ୍ତାବଳୀ :

1. ପ୍ରତିଯୋଗୀମାନଙ୍କୁ ୫୨ ସପ୍ତାହରେ କ୍ରମାଗତ ଭାବେ ୫୨ଟି କାହାଣୀ କିମ୍ବା ୫୨ କବିତା ଦାଖଲ କରିବାକୁ ପଡ଼ିବ, ଯଥା- ଏକ ପୃଥକ୍ ବର୍ଗ (କାହାଣୀ / କବିତା) ଅଧୀନରେ ସପ୍ତାହରେ ୧ଟି ଲେଖା ଦାଖଲ କରିବାକୁ ପଡ଼ିବ ।

2. ଉଦାହରଣ ସ୍ୱରୂପ : ଯଦି ଆପଣ ଜାନୁଆରୀ ୨୦୨୨ର ତୃତୀୟ ସପ୍ତାହରୁ ଲେଖା ଦାଖଲ କରିବା ଆରମ୍ଭ କରନ୍ତି, ତେବେ ଆପଣ ଜାନୁଆରୀ ୨୦୨୩ର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଲେଖା ଦାଖଲ କରିବାକୁ ହେବ ।

3. ପ୍ରତିଯୋଗୀମାନେ ବିଭିନ୍ନ ବର୍ଗରେ ପଞ୍ଜିକରଣ କରିପାରିବେ (କାହାଣୀ / କବିତା) । କିନ୍ତୁ, ଦାଖଲ ହୋଇଥିବା ୫୨ଟି ଲେଖା ସେହି ଗୋଟିଏ ବିଭାଗର ( କାହାଣୀ କିମ୍ବା କବିତା ) ହୋଇଥିବା ଉଚିତ୍ ।

4. ଲେଖକ ଏହି ପ୍ରତିଯୋଗିତା ଅଧୀନରେ ଲେଖା ଦାଖଲ କରିବା ଆରମ୍ଭ କରିବା ପରେ ଲେଖା ଦାଖଲରେ କୌଣସି ବିରତି ହେବା ଉଚିତ୍ ନୁହେଁ । ଯଦି କୌଣସି ବିରତି ନିଅନ୍ତି, ତେବେ ସେମାନେ ଅଯୋଗ୍ୟ ହେବେ ।

5. ଚ୍ୟାଲେଞ୍ଜକୁ ମିନି-ଲିଖନ-ଏ-ଥନରେ ବିଭକ୍ତ କରାଯାଇଛି ।

- ୧୩ ସପ୍ତାହ ଲେଖିବା-ଠାରୁ ଅଧିକ

- ୨୬ ସପ୍ତାହ ଲେଖିବା-ଠାରୁ ଅଧିକ

- ୩୯ ସପ୍ତାହ ଲେଖିବା-ଠାରୁ ଅଧିକ

ଉପରୋକ୍ତ ସ୍ତରର ସୁବିଧା ପାଇଁ ଯୋଗ୍ୟ ହେବା ନିମନ୍ତେ ଆପଣଙ୍କୁ ଯେକୌଣସି ଏକ ସ୍ତର ଯାଏଁ ଲେଖା ଦାଖଲ ଜାରି ରହିଥିବା ଅନିବାର୍ଯ୍ୟ ।

6. ଲେଖା କେତେଜଣ ପଢିଛନ୍ତି, ଲେଖାକୁ କେତେଜଣ ପସନ୍ଦ କରିଛନ୍ତି ଏବଂ ସମ୍ପାଦକ ମଣ୍ଡଳୀଙ୍କ ଦ୍ଵାରା ପ୍ରଦତ୍ତ ମୂଲ୍ୟାଙ୍କନ ନମ୍ବର ଆଧାରରେ ବିଜେତା ଘୋଷଣା କରାଯିବ । ସମସ୍ତ ୫୨ ଲେଖା ପାଇଁ ଚକ୍ରବୃଦ୍ଧି ପରିମାଣ ହିସାବ କରାଯିବ ।

7. ଷ୍ଟୋରୀମିରର୍ ର ନିଷ୍ପତ୍ତି ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଚୂଡାନ୍ତ ଏବଂ ବାଧ୍ୟତାମୂଳକ ଅଟେ ।

8. କୌଣସି ଅଂଶଗ୍ରହଣ ଦେୟ ଦେବାକୁ ପଡ଼ିବ ନାହିଁ । ପଞ୍ଜିକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ।


ପୁରସ୍କାର :

1. ପ୍ରତ୍ୟେକ ଭାଷାର ବିଜେତା (୧ କାହାଣୀ + ୧ କବିତା) ଷ୍ଟୋରୀମିରର୍ ମାଧ୍ୟମରେ ସେମାନଙ୍କର ପେପରବ୍ୟାକ୍ ପୁସ୍ତକ ପ୍ରକାଶ କରିବାର ସୁଯୋଗ ପାଇବେ ।

2. ୧୩ ସପ୍ତାହ ସମାପ୍ତ ହେବା ପରେ : ଇ-ମାନପତ୍ର (ଯାତ୍ରା ର ୧ /୪ ) ।

3. ୨୬ ସପ୍ତାହ ଶେଷରେ ହେବା ପରେ, ଅର୍ଥାତ୍ ଲେଖା ଯାତ୍ରାର ୧/୨ : ଷ୍ଟୋରୀମିରର୍ ତରଫରୁ ଆପଣ ୧୦୦ ଟଙ୍କାର ଷ୍ଟୋରିମିରର୍ ସପ୍ ଭାଉଚର୍ ପାଇବେ ।

4. ୩୯ ସପ୍ତାହ ଶେଷ ହେବା ପରେ, ଅର୍ଥାତ୍ ଯାତ୍ରାର ୩/୪ : ଆପଣ ଷ୍ଟୋରୀମିରର୍ ତରଫରୁ ଆପଣ ୨୦୦ ଟଙ୍କାର ଷ୍ଟୋରିମିରର୍ ସପ୍ ଭାଉଚର୍ ପାଇବେ ।

5. ୫୨ ସପ୍ତାହ ଶେଷ ହେବା ପରେ : ଷ୍ଟୋରୀମିରର୍ ଆପଣଙ୍କ ଏକ ଇ-ପୁସ୍ତକ ପ୍ରକାଶ କରିବ + ସ୍ଵତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।


ଭାଷା:

ଲେଖା ଏକ କିମ୍ବା ଅଧିକ ଭାଷାରେ ଦାଖଲ ହୋଇପାରେ - ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜୁରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡିଆ ଏବଂ ବଙ୍ଗାଳୀ ।


ମନେରଖନ୍ତୁ : ଯଦି ଆପଣ ଏକାଧିକ ଭାଷା ପାଇଁ ଦାଖଲ କରନ୍ତି, ତେବେ ଆପଣଙ୍କୁ ପ୍ରତ୍ୟେକ ଭାଷାରେ ପୃଥକ୍ ଭାବରେ ୫୨ ଲେଖା ଦାଖଲ କରିବାକୁ ପଡିବ ।


ଯୋଗ୍ୟତା ଓ ପରିସୀମା :

ଦାଖଲ ସମୟ - ଜାନୁୟାରୀ ୧, ୨୦୨୨ ରୁ ଏପ୍ରିଲ ୧୫, ୨୦୨୩ ପର୍ଯ୍ୟନ୍ତ ।

ପଞ୍ଜୀକରଣ - ଏପ୍ରିଲ୍ ୩୦, ୨୦୨୨ ପର୍ଯ୍ୟନ୍ତ ।

ଫଳାଫଳ - ଜୁନ୍ ୨୦୨୩


ଯୋଗାଯୋଗ :

ଇ-ମେଲ୍ ଠିକଣା : neha@storymirror.com

ଯୋଗାଯୋଗ ନମ୍ବର : +91 9372458287