Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nishikant Padhi

Others

1.0  

Nishikant Padhi

Others

ଦୁର୍ଗା

ଦୁର୍ଗା

9 mins
15K


ଦୁର୍ଗା (ଏହି ଗଳ୍ପର ପୃଷ୍ଠଭୂମି ତଥା ଚରିତ୍ରଗୁଡିକ ସଂପୂର୍ଣ୍ଣ କାଳ୍ପନିକ ଅଟେ)    

ନିଶିକାନ୍ତ ପାଢୀ

କ୍ଲିକ୍ ..... କ୍ଲିକ୍

‘ହାଲୋ ଡାର୍ଲିଂ’ “ହାଏ ମାଇ ଲଭ୍” ....

ଚମକି ପଡିଲା ଦୁର୍ଗା। ଫୋନର ସ୍କ୍ରିନ୍ ଉପରେ

ଫେସ୍ବୁକର ·ଟିଂ ମେସେଜ୍। ଦୁର୍ଗା ପ୍ରୋଫାଇଲ୍ ଖୋଲିଲା।

ଏଁ .... ଜଗଦିଶ୍ ଠାକୁର !!!!! କିଏ ଏହି ଜଗଦିଶ୍

କେତେଦିନର ବନ୍ଧୁତା ତା ସହିତ !!!!

କ୍ଲିକ୍ ..... ଫେସବୁକ୍ର ପରଦାରେ ଦୃଶ୍ୟ ହେଲା ଗୋଟିଏ

ତୀରବିଦ୍ଧ ପାନପତ୍ରର ଫଟୋଚିତ୍ର। ତଳେ ଲେଖାହୋଇଛି “ଆଇ

ଲଭ୍ ୟୁ”ା

ସଂପର୍କ ଧିରେ ଧିରେ ବଢିଲା। ମନରେ ପ୍ରେମର ଡେଣା

ଲାଗିଲା ଦୁର୍ଗାର। ଇଛାହେଲା ଉଡିଯିବା ପାଇଁ ସପନର

ରାଜକୁମାର ପାଖକୁ। କଥା ଜଣାଇଲା ବଡ ଭଉଣୀ ଦେବୀକୁ।

ଦେବୀ, ଦୁର୍ଗା ଯାଆଁଳା ଭଉଣୀ। ପବିତ୍ର ବିଜୟା ଦଶମୀରେ

ଦୁହିଁଙ୍କର ଜନ୍ମ। ଚିର କୁମାରୀ ଦେବୀ ବୃ�ିରେ ପୋଲିସ୍

କମିଶନର ଦୁର୍ଗାଠାରୁ ମାତ୍ର କେତେ ମୂହୁ�ର୍ ବଡ। ଦେବୀ

ଜଗଦିଶର ସନ୍ଧାନ ନେଲା। ଜଗଦିଶ ଠାକୁର ପୋଲିସ ଏସ୍.ପି.।

ବିବାହ ବୟସ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଯୁବ ସୁଲଭ ଚେହେରା

ଅଛି। ଘରର ଖାନ୍ଦାନ୍ ଅଛି। ଟ୍ରକ୍, ବସ୍, ହାଇୱା,

ମାଛପୋଖରୀ ଅଛି। କୋଟି କୋଟି ଟଙ୍କାର ସଂପ�ି ବି

ଅଛି। ତଥାପି ବୟସଟା ମନ ମାନୁନି ଦେବୀର। ହେଲେ ଦୁର୍ଗାର

ମନ ପସନ୍ଦର ମଣିଷ ଯେତେବେଳେ ମନା କରିପାରିବନି କେବେ। କଥା

ପକ୍କା ହେଲା। ବାହାଘର ଖୁବ୍ ଧୁମ୍ଧାମରେ ସରିଲା।

ଆଜି ଚଉଠି, ମଧୁରାତି୍ର, ମିଳନର ଅବିସ୍ମରଣୀୟ ଦିନ।

ଚଉଠି ଦୀପ ଜଳୁଛି। ରଜନୀଗନ୍ଧାର ଶେଯ ଉପରେ ବସିଛି

ଦୁର୍ଗା। ପ୍ରତୀକ୍ଷା, କେତେବେଳେ ଆସିବେ ଜଗଦୀଶ। ମନର

ମଣିଷ, ଜୀବନ ସାଥୀ ଠକ୍ ଠକ୍ କରିବେ ଏ ଦେହର କବାଟକୁ।

ନିର୍ବାପିତ କରାଇବେ ଏ ରକ୍ତହାଡ ମାଂସର କୁହୁଳା ନିଆଁକୁ

ଆଉ ପାଇନେବେ ଅନେକ ଦିନର ସାଇତା ଅମୁଣିହାଁ ତା ଦେହର

ଭୋଗକୁ। ଭାବନାରେ ପୂର୍ଣ୍ଣଛେଦ ପଡିନି ପ୍ରବେଶ କଲେ

ଜଗଦିଶ୍ ହାତରେ ଗୋଟିଏ ଫଟୋ ଧରି। କହିଲେ -“ଦୁର୍ଗା

ମାଇଁ ଡାର୍ଲିଂ” .... “ବାବାଙ୍କୁ ପ୍ରଣାମ କର”ା ଚଉଠି ରାତିର

ସମ୍ଭୋଗକୁ ତ୍ୟାଗକରି ଯେଉଁ ନାରୀ ତିନି ମାସ ତିନିଦିନ ଏହି

ବାବାଙ୍କ ଆଶ୍ରମରେ ରହି ବାବାଙ୍କର ସେବା କରିବ ସେ ପୁତ୍ରବତୀ

ହେବ। ତାର ସ୍ୱାମୀର ଆୟୁଷ ବଢିବ ଓ ଘରର ମଙ୍ଗଳ ବି ହେବ।

କାଚଘରର ସ୍ୱପଟା ଭାଙ୍ଗିଗଲା ସିନା ଭାଙ୍ଗିପାରିଲାନି

ଜଗଦୀଶଙ୍କର କଥାକୁ। କଥାଟା ସମସ୍ତଙ୍କୁ ବାଧିଲେ ମଧ୍ୟ ଜଗଦୀଶଙ୍କର

ରକ୍ତମୁଖା ନାଲିଆଖି ଆଗରେ ସମସ୍ତେ ନୀରବ। ପଥର ଛାତିର

ଦେବୀଟା ବହୁତ କାନ୍ଦିଲା ସେ ଦିନ। ନିଜେ ସିନା ବାହାହୋଇ

ପାରିଲାନି ଅଲିଅଳି ସାନ ଭଉଣୀଟା ଯେ ବାହା ଜୀବନର ପ୍ରଥମ

ସ୍ୱାଦଟା ·ଖି ପାରିଲାନି ହୃଦୟଟା ବିଳପି ଉଠିଲା ଦେବୀର।

ବାବାଙ୍କ ଆଶ୍ରମ। ଆଶ୍ରମ ନୁହେଁ ତ ସ୍ୱର୍ଗପୁରୀ।

ସମ୍ମୁଖରେ ବିଦ୍ୟମାନ ବାବାଙ୍କର ସ୍ୱର୍ଣ୍ଣ ସିଂହାସନ। ପାଶ୍ୱର୍ରେ

ବାବାଙ୍କର ଶୟନକକ୍ଷ “ଗୋପୁରମ୍” ଅପର ପାଶ୍ୱର୍ରେ ରଙ୍ଗମହଲ

‘କେଳିକଦମ୍ବ’ ପଛକୁ ଅଛି ସ୍ନାନାଗାର ‘ଗୋପି ସରୋବର’।

ରଙ୍ଗମହଲ କେଳିକଦମ୍ବର ସମସ୍ତ ଦାୟିତ୍ୱ ଦୁର୍ଗା ଉପରେ। ତାଛଡା

ବାବାଙ୍କ ବସ୍ତ୍ର ଆଇରନ୍ କରିବା, ବଇଁଶୀ, ଫୋନ୍ ଆଉ

ପ୍ଲାଷ୍ଟିକ୍ ମୟୁର ପୁଛକୁ କଲିନ୍ ଲଗାଇ ସଫାକରିବା, ଥାକ ଥାକ

ହୋଇଥିବା ବିଦେଶୀ ମଦିରା ଭାଣ୍ଡ ଗୁଡିକୁ ପୋଛିବା,

ଅତିଥିମାନଙ୍କର ଚର୍ଚ୍ଚାକରିବା ଆଦି କାମ ଖୁବ୍ ଯନôର ସହିତ

ଦୁର୍ଗା କରେ। ସବୁକିଛି କେମିତି କେମିତି ଲାଗିଲେ ବି

ଭରସା କରେ ଜଗଦୀଶଙ୍କୁ ଆଉ ଅପେକ୍ଷା କରେ ତିନିମାସ

ତିନିଦିନର ସେହି ଅନ୍ତିମ ବିଜୟାଦଶମୀ ତଥା ନିଜର ଜନ୍ମଦିନକୁ

ା ଦୁର୍ଗା ଆସିଲା ବେଳେ କେବଳ ଭ୍ୟାନିଟି ବ୍ୟାଗଟା ଛଡା

କିଛି ଆଣିନି। ବ୍ୟାଗ୍ ଭିତରେ ଅଛି ଜୀବନର ଖୁବ୍

ଅନ୍ତରଙ୍ଗ ସାଥି ଫୋନଟା। ସେହି ଫୋନ୍ ମାଧ୍ୟମରେ ଦୁର୍ଗା

ଗୋପନରେ ଯୋଗାଯୋଗ କରେ ଦେବୀ ସହିତ।

ଆଜି ପ୍ରବଚନ ଦିବସ। ସମସ୍ତେ ଧ୍ୟାନରେ ବସିଛନ୍ତି।

ପ୍ରଥମକରି ଦୁର୍ଗା ବି ଆଖି ବୁଜି ବସିଛି। ଆଖି ଭିତରେ

ନାଚି ଉଠୁଛି ଜଗଦୀଶଙ୍କର ଛବି। କେତେ କମ୍ ଦିନ ମଧ୍ୟରେ

ଜଗଦୀଶ୍ ତାକୁ କିଣିନେଲେ !!! ହେଲେ କାହିଁକି ଉପେକ୍ଷା କଲେ

ତା ଦେହକୁ ଯୋ÷÷ବନକୁ ଆଉ ତାର ଶାଶ୍ୱତ ପ୍ରେମକୁ !!!

କେମିତି ବା ସେ ପ୍ରଶମିତ କରିପାରିବ ତା ଦେହର ନଈରେ

ଉଦ୍ବେଳିତ ଯୋ÷÷ବନର ଜୁଆରକୁ ....... “ଜୟ ବାବା ପାର୍ଥ

ସାରଥିଙ୍କର ଜୟ” .... ଶବ୍ଦମାନଙ୍କର କୋଳାହଳରେ ଆଖି ଖୋଲିଗଲା

ଦୁର୍ଗାର। ଏ କ’ଣ ସେ ଦେଖୁଛି। ଆଖି ଆଗରେ

ବିରାଜମାନ ବାବା ପାର୍ଥ ସାରଥୀ। କନ୍ଦର୍ପର ଚେହେରା, ମଥାରେ ଚନ୍ଦନ

ସିନ୍ଦୁର ଓ ମୟୁରପୁଛ। ଶରୀରରେ ଗେରୁଆ ବସ୍ତ୍ର, ବେକରେ ରୁଦ୍ରାକ୍ଷ

ମାଳ। ହାତରେ ଜପାମାଳୀ। ବାବା ଆରମ୍ଭ କଲେ ପ୍ରବଚନ ......

ମୁଁ ପାର୍ଥ ସାରଥି, ମୁଁ ଈଶ୍ୱର, ଭଗବାନ ମୁଁ ଗଡ୍

ଗଡ୍ ଆଇମିନ୍ ଜି ଓ ଡି

ଜି ଫର୍ ଜେନେରେସନ୍ ଓ ଫର ଅପରେସନ୍ ଡି ଫର୍

ଡେଷ୍ଟ୍ରାକସନ୍

ମତଲବ୍ ଆପ୍ କ୍ୟା ଶୋଚତେ ହେ, ମେ ବ୍ରହ୍ମାଜି ହୁଁ ମେ

ବିଷ୍ଣୁଜି ହୁଁ, ମେ ଶିବଜୀ ଭି ହୁଁ।

ଆରେ ବୋଲନା ସଭିଏ ବ୍ରହ୍ମା-ବିଷ୍ଣ- ମହେଶ୍ୱର କି ଜୟ .....

ଅତଏବ ମୁଁ ସବୁକିଛି।

ଆଇ ଆମ ଓମନି ପ୍ରେଜେ� ଅତ୍ର ତତ୍ର ସର୍ବତ୍ର

ସର୍ବଧର୍ମାନ୍ ପରିତେଜ୍ୟଂ ମାମେଙ୍କ ଶରଣ ବ୍ରଜ - ହେ ମୋର

ଭକତ ବିଶ୍ୱାସ ମୁଁ ତୁମ ପୁରାଇବି ଆଶ।

ଭାବ ଗଦ୍ ଗଦ୍ ଚି�ରେ ବାବାଙ୍କ ପାଦ ପଦ୍ମରେ ମନ ଓ ହୃଦୟକୁ

ସମର୍ପଣ କରିଦେଉଥିଲା ଦୁର୍ଗା। ବାବାଙ୍କୁ ବିଶ୍ୱାସ କରି ଦୁର୍ଗା

ଆଶ୍ରମର ସମସ୍ତ କାମ କରିଯାଏ। କିନ୍ତୁ ଯେଉଁଦିନ ବାବାଙ୍କର

ବିଭୁତି ପୁଅ ତା’ର ଦେହ ସ୍ପର୍ଶକଲା ଦୁର୍ଗା ରାଗି ନିଆଁ

ପାଲଟିଗଲା। ବାବାଙ୍କ ଆଶ୍ରମରେ ଯେ ଗୋଟିଏ ସଇତାନ

ରହିଛି ସେ ବିଶ୍ୱାସ କରିପାରୁ ନ ଥିଲା। ଜନ୍ମାଷ୍ଟମୀ ଆସିଲା

ା ଦିନସାରା ଉପାସ ପାଳିଲା ଦୁର୍ଗା। ରାତିରେ ସେ ରଙ୍ଗମହଲ କେଳି

କଦମ୍ବକୁ ବିଭିନ୍ନ ରଙ୍ଗରେ ସଜାଇଲା। ଚଟାଣ ସାରା ରଙ୍ଗୀନ୍

ମୁରୁଜରେ ଝୋଟି ଆଙ୍କିଲା। ରଙ୍ଗ ବେରଙ୍ଗର ଫୁଲରେ ସାରା

ମହଲଟାକୁ ସେ ଖୁବ୍ ସୁନ୍ଦର ଭାବେ ସଜାଇଲା। ରଙ୍ଗମହଲରେ ବସିଲେ

ଖାଲି ସୁନ୍ଦରୀ ଯଶୋଦାମାନେ। ଗଭୀର ରାତ୍ରୀରେ ଭଗବାନ

କୃଷ୍ଣଜନ୍ମ ହେଲେ। ବାବା ପାର୍ଥସାରଥି ଆଣ୍ଠୁଆ ଗୋପାଳ

ସାଜି ଆଣ୍ଠେଇ ଆଣ୍ଠେଇ ମାଡିଗଲେ ଯଶୋଦାମାନଙ୍କ

ପାଖକୁ ସ୍ତନ୍ୟପାନ ମୁଦ୍ରାରେ। ଧର୍ମ ପୂଜା ଉପାସନା ନାମରେ

ସମାଜରେ ଏପରି ବି ନଗ୍ନ ହୀନମନ୍ୟତା ଦେଖାଯାଇପାରେ। ଭାରି

ବାଧିଲା ଦୁର୍ଗାକୁ। କେମିତି ଗୋଟାଏ ଘୃଣା, ଅବିଶ୍ୱାସ ଓ

ସନେ୍ଦହର ଭାବ ଭରିଗଲା ତା ମନ ହୃଦୟରେ। ପିଞ୍ଜରା ବଦ୍ଧ ପକ୍ଷୀଟି ପରି

ଭାରି ଛଟପଟ ହେଲା ବାହାରକୁ ଆସିବା ପାଇଁ। ଦୁର୍ଗା

ବାବାଙ୍କର ପାଦଧରିଲା, କେତେ ନେହୁରା ହେଲା। ବାବା ସମ୍ମତି

ପ୍ରକାଶ କରନ୍ତି। ଗୋପପୁରମ୍କୁ ଡାକନ୍ତି ହେଲେ ଦେହ

ଦାନପାଇଁ ବାଧ୍ୟକରନ୍ତି। ନାଲିଆଖି ଦେଖାନ୍ତି। ହତ୍ୟାର ଧମକ

ଦିଅନ୍ତି। ଦୁର୍ଗା ଚିକôାର କରେ, ଆମ୍ପୁଡି କାମୁଡି

ପକାଏ କୁହେ ହିନ୍ଦୁ ନାରୀର ଦେହ କେବଳ ତା ସ୍ୱାମୀର ଅଟେ।

ଜଗଦୀଶ ବିନା କେହି ଛୁଇଁ ପାରିବେନି ତା ଦେହକୁ। କେହି

େ·ରାଇ ନେଇପାରିବେନି ତା ସତୀତ୍ୱକୁ କି କେହି ମାରା

କରିପାରିବେନି ତା ସାଇତା ଅମୁଣିହାଁଙ୍କୁ। ଦୁର୍ଗା ଗୋପି

ସରୋବରର ବାଥ୍ରୁମ୍ରେ ଗାଧୋଇଲା ବେଳେ ଦର୍ପଣରେ ନିଜ ଦେହର

ନଗ୍ନରୂପକୁ ଦେଖି ଖୁସିହୁଏ ଗର୍ବକରେ। ନାଚିବା ମୁଦ୍ରାରେ

ହଲିଯାଏ କେତେଥର। ଦୋହଲି ଯାଏ ଶରୀର। ହଲିଯାଏ ଶରୀର ଅଙ୍ଗ

ଅବୟବ। ଶୟନ କକ୍ଷର ସି.ସି. ଟିଭିରେ ଦୁର୍ଗାର ନଗ୍ନଛବିକୁ

ଉପଭୋଗ କରନ୍ତି ବାବା ପାର୍ଥସାରଥୀ। ଅଦମନୀୟ ଯୋ÷÷ନ

କାମନାକୁ ଚରିତାର୍ଥ କରିବା ପାଇଁ ବାବା ଯୁଇ ଜାଇ ମଲ୍ଲୀ

ମାଳତୀମାନଙ୍କୁ ପଲଙ୍କ ସେବାରେ ନିୟୋଜିତ କରନ୍ତି ସିନା ଦୁର୍ଗା

ମୁହେଁ ମୁହେଁ ଜବାବ ଦିଏ ମନାକରେ।

ଦୁର୍ଗା ଏବେ ଆଶ୍ରମର କଳାକାରନାମା ବିଷୟରେ ଅବଗତ

ହୋଇଗଲାଣି। ଜଗଦୀଶଙ୍କୁ ସେ ଅନେକ ଥର ଆଶ୍ରମରେ

ଦେଖିଲାଣି। ପାହାନ୍ତି ପ୍ରହରରେ ଜଗଦୀଶଙ୍କର ଧଲା ଇନୋଭା କାର୍

ଆଶ୍ରମ ପରିସରରେ ଥୁଆ ହୋଇଥିବାର ସେ ମଧ୍ୟ କେତେଥର ଲକ୍ଷ

କରିଛି। ଦୁର୍ଗା ସମସ୍ତ ବିଷୟ ରୀତିମତ ଜଣାଇଛି ଦେବୀକୁ।

ଦେବୀ ଜାଣିପାରିଛି ଏକ ଗୁପ୍ତ ଅପରାଧୀ ସାମ୍ରାଜ୍ୟ ବିଷୟରେ

ା ଜନ୍ମାଷ୍ଟମୀ ପର୍ବର ବାବାଙ୍କ ଆଣ୍ଠୁଆ ଗୋପାଳ ଦୃଶ୍ୟର

ଫଟୋ ଗୋପୁରମ୍ର ପଲଙ୍କ ସେବାର ଫଟୋ ତଥା ଗୋପି ସରୋବରର

କ୍ୟାମେରା ଖଚିତ ଅତ୍ୟାଧୁନିକ ବାଥ୍ରୁମର ଫଟୋଗୁଡିକ

ଇତିମଧ୍ୟରେ ଦୁର୍ଗା ଦେବୀକୁ ପୋଷ୍ଟ କରିସାରିଛି।

ସାନଭଉଣୀର ନଗ୍ନଛବି ହୁଏତ କ୍ୟାମେରାର ଲେନସରେ ବାନ୍ଧି

ହୋଇଯାଇଥିବ। ହତୋସôାହିତ ହୋଇପଡୁଛି ଦେବୀ। ଚିନ୍ତା

ଆଉ ଚେତନାରେ କେମିତି ଅଧୈର୍ଯ୍ୟ ପଣଟା ବୃଦ୍ଧି ପାଇବାରେ

ଲାଗିଛି। ତଥାପି ସମୟକୁ ଅପେକ୍ଷା କରିବାକୁ ପଡିବ।

ଦୁଇମାସ କୋଡିଏ ଦିନ ଶେଷ ହୋଇଗଲାଣି। ଆଗକୁ

ଆସୁଛି ଦଶହରା ପର୍ବ। ବାବା ଅଜ୍ଞାତବାସରେ ଅଛନ୍ତି।

ଇତିମଧ୍ୟରେ ଦେବୀ ସାଧାରଣ ବେଶଭୁଷାରେ ଆଶ୍ରମ ପରିଦର୍ଶନ

କରିଛି। ଆଶ୍ରମର ସମସ୍ତ ତଥ୍ୟକୁ ସେ ଡାଏରୀରେ ଟିପି

ନେଇଛି। ଆଶ୍ରମର ସମସ୍ତ କଳାକାରନାମାର ଟିକିନିକି ତଥ୍ୟ

ଦେବୀର ଲାପ୍ଟପରେ ସଂରକ୍ଷିତ ରହିଛି। ଯେ କୋ÷÷ଣସି

ମୂହୁ�ର୍ରେ କିଛି ବି ପଦକ୍ଷେପ ନେଇହେବ। ହେଲେ ଦୁର୍ଗାର

ଭବିଷ୍ୟତ ..... ଦୁର୍ଗାକୁ ଦେବୀ ବୁଝାଇଛି ଅପେକ୍ଷା କରିବାକୁ

ସେହି ଇପ୍ସିତ ଦିବସ ଦୁଇ ଭଉଣୀଙ୍କର ଜନ୍ମତିଥି ବିଜୟା ଦଶମୀକୁ

ା କଥାଦେଇଛି ବିଜୟାଦଶମୀ ପରଦିନ ସେ ନିଜେ ଆସି

ନେଇଯିିବ ଦୁର୍ଗାକୁ ତା ଶାଶୁଘରକୁ। ଫଳରେ ଜଗଦିଶଙ୍କର

କଥାକୁ ସମ୍ମାନ ଦେଇହେବ ତା’ ଛଡା ଭଣ୍ଡବାବାଙ୍କର ମୁଖା ଖୋଲିବା

ଏବଂ ତାଙ୍କ କଳାଦୁନିଆର ପର୍ଦ୍ଦାଫାଶ କରିବା ପାଇଁ

ଆଉକିଛି ଦିନ ସମୟ ବି ମିଳିଯିିବ। ଦେବୀ ଆଶ୍ରମରୁ

ବିଦାୟ ନେବାପରେ ଫ୍ୟାକ୍ସରେ ଖବର ଆସିଲା ବିଜୟା ଦଶମୀ ଦିନ

ଅପରାହ୍ନ ପା�ଟାରେ ବାବା ପାର୍ଥସାରଥୀ ଭୁବନେଶ୍ୱରର ବିଜୁ

ପଟ୍ଟନାୟକ ବିମାନବନ୍ଦରରେ ପହ�ôବେ।

ଆଜି ବିଜୟାଦଶମୀ। ଆଶ୍ରମରେ ପାଳନ ହେଉଛି

ଶାରଦୀୟ ଦଶହରା। ଗହଳ ଚହଳ ଲାଗିଛି। ଜଗଦୀଶ ବାବାଙ୍କୁ

ଏୟାରପୋର୍ଟରୁ ରିସିଭ୍ କରି ଆଶ୍ରମରେ ପହ�ô ସାରିଲେଣି

ା ସନ୍ଧ୍ୟା ହୋଇଗଲାଣି। ମା’ଙ୍କ ଆଗରେ ବୁଲୁଛି କର୍ପୁର

ଆଳତୀ, ବାଜୁଛି ବଡ ହାଣ୍ଡିଆ ମାଦଳ, ମାଦଳର ତାଳେ ତାଳେ

ହସ୍ତ ନ·ଇ ପୂଜକ ଆଳତୀ ବୁଲାଉଛନ୍ତି। ଗୋପୁରମରେ ପଲଙ୍କ

ଉପରେ ବିଦ୍ୟମାନ ବାବା ପାର୍ଥସାରଥୀ ଆଉ ପ୍ରଧାନ ଅନୁଗତ

ପ୍ରଭୂଭକ୍ତ ଏସ୍.ପି. ଜଗଦୀଶ ଠାକୁର। ସିସିଟିଭିରେ ·ଲିଛି

ଗୋପି ସରୋବରର ଗାଧୁଆ ଘରର ଅର୍ନ୍ତଦୃଶ୍ୟର ଜୀବନ୍ତ ଭିଡିଓ

ା ଦୁଇଜଣଙ୍କର ଲକ୍ଷ ଦୁର୍ଗାର ସେହି ଅକ୍ଷତ ନଗ୍ନଦେହ ଉପରେ। ଭିଜା

ଲୁଗାର ଅର୍ନ୍ତଦେଶରୁ ଫୁଟିପଡୁଛି ଉଛୁଳା ଯୋ÷÷ବନ।

ଶିହରଣରେ ଥରିଉଠୁଛି ବାବାଙ୍କର ଦେହ। ଦୁର୍ଗାର ଦେହଟା ଯେ

ଏତେ ଲୋଭନୀୟ, ଆକର୍ଷଣୀୟ ଓ ମାଦକଭରା ବିଶ୍ୱାସ

କରିପାରୁନାହାଁନ୍ତି ଜଗଦୀଶ। ଗ୍ଲାସ୍ ପରେ ଗ୍ଲାସ ପିଆ

·ଲିଛି ବିଦେଶୀ ମଦିରା। ବାବାଙ୍କର ନିଶାସକ୍ତ ଦେହ ପାଲଟି

ଯାଇଛି ଏକ ଯୋ÷÷ନ ଦାନବ। ଖୋଜୁଛି ନାରୀଦେହର ପୁଳାଏ

ନରମ ମାଂସ। ଜଗଦୀଶଙ୍କ ଆଖିରେ ଭରପୁର ନିଶା। ସାରା

ଦୁନିଆଟା ଯେପରି ବୁଲୁଛି କେଉଁ ଏକ ରଙ୍ଗୀନ୍ ମେରିଗୋ

ରାଉଣ୍ଡ ଦୋଳିରେ। ଆଉ ଅପେକ୍ଷା କରିନପାରି ଦୁହେଁ ପ୍ରସ୍ତୁତ

ହେଲେ ବାହାରକୁ ଯିବା ପାଇଁ।

ଖାଁ ଖାଁ ନିଶାର୍ଦ୍ଧ ଶର୍ବରୀ। ନୀରବ ହୋଇପଡିଛି

କେଳିକଦମ୍ବର ରଙ୍ଗମହଲ, ଉପାସ ଭୋକେ ଶୋଇପଡିଛି ଦୁର୍ଗା।

ଦିନସାରା ଅନେକ ଖଟିଛି। ଆଜି ତାର ଜନ୍ମଦିନ ଦେବୀ

ମେସେଜ୍ ପଠାଇଥିଲା ଦେଖିବାକୁ ସମୟ ନାହିଁ। ରାତି ପାହିଲେ

ଅପା ସହିତ ଘରକୁ ଫେରିବ। ଖିଆପିଆ ଗାଧୁଆ ପାଧୁଆ

କିଛି ଆଜି ମନେ ନାହିଁ। ଆକାଶରେ କଳାହାଣ୍ଡିଆ ମେଘର

ବାଦଲ ଆସନ୍ନ ଝଡର ଆଶଙ୍କା ପାଇଁ ବିଦୁ୍ୟତ୍ କଟାଯାଇଛି।

·ରିଆଡେ ପ୍ରସ୍ତ ପ୍ରସ୍ତ ଅନ୍ଧାରର କଳା ଆସ୍ତରଣ। କାହାର ହାତ

ସ୍ପର୍ଶରେ ଚମକି ପଡିଲା ଦୁର୍ଗା .....

କିଏ ଏମିତି ତା ଦେହର ନିଷିଦ୍ଧ ଇଲାକାରେ ହସ୍ତ ସଂଚାରଣ

କରୁଛି। ବିଜୁଳୀର ଝଲକରେ ଝଲସିଗଲା ସେହି ସିନ୍ଦୁର ଚନ୍ଦନବୋଳା

ମୁହଁଟା।

‘ବାବା ପାର୍ଥସାରଥୀ’ ..... ନା ବାବା ନା ତୁମେ ମୋର

ସର୍ବନାଶ କରନା, ମୁଁ ବିବାହିତା ମୁଁ ସତୀ, ସାବିତ୍ରୀ, ମୁଁ

କେବଳ ମୋ ସ୍ୱାମୀର ..... ଚିକôାର କରି ବାବାଙ୍କ ପାଦତଳେ

ଲୋଟିଗଲା ଦୁର୍ଗା”ା

“ନାଁ ଦୁର୍ଗା ନାଁ ତୁ ଆତ୍ମା ମୁଁ ପରମାତ୍ମା ତୋ

ଦେହର କ୍ଷୁଧାର କଷ୍ଟକୁ ମୁଁ କେବେ ସହିପାରିବିନି। ଆଇ

ପ୍ରମିଜ୍ ମୁଁ କୋ÷÷ଣସି ଜୀବକୁ କଷ୍ଟଦିଏ ନାହିଁ। ମୋତେ

ଯିଏ ଦେହ ଆଉ ମନ ସମର୍ପଣ କରିଦିଏ। ମୁଁ ତା ଦେହ ଭିତରେ ହିଁ

ପ୍ରବେଶ କରିଯାଏ”ା ଏତିକି କହି ବାବା ବଳପୂର୍ବକ

ଟାଣିନେଲେ ଦୁର୍ଗାର ପିନ୍ଧାଲୁଗାକୁ। ସଂପୂର୍ଣ୍ଣ ଉଲଗ୍ନ

ହୋଇପଡିଲା ଦୁର୍ଗା। ଇଜତକୁ ବ�ାଇବାକୁ ଯାଇ ଦୁର୍ଗା

ଦଉଡିଲା ବାହାରକୁ। ଦ୍ୱାର ଦେଶରେ ପ୍ରତିରୋଧ କଲେ ନିଶାସକ୍ତ

ଜଗଦୀଶ।

ବିଚଳିତ ହୋଇପଡିଲା ଦୁର୍ଗା ...... ମୁହଁ ପାଖକୁ ମୁହଁ

ନେଇ ଚିହ୍ନିବାକୁ ଚେଷ୍ଟାକଲା ଦୁର୍ଗା।

ଆରେ ........ ଜଗଦୀଶ ଠାକୁର, ମୋର ସ୍ୱାମୀ ଦେବତା,

ମୋର ଜୀବନସାଥୀ। କେମିତି ତୁମେ ଆଜି ପଶୁ ପାଲଟିଗଲ।

କେମିତି ଏତେ ତଳକୁ ଖସିଗଲ। ତୁମରି ଆଖି ଆଗରେ ଜଣେ

ଭଣ୍ଡ, ପ୍ରତାରକ ତୁମ ସ୍ତ୍ରୀର ଇଜ୍ଜତ ଲୁଟ୍ କରୁଛି, ତୁମେ ଚୁପ୍ ·ପ

ଦେଖୁଛ !!!! ଯେଉଁ ଦେହକୁ ମୁଁ ଆଜି ସାଇତିଛି କେବଳ

ତୁମପାଇଁ, ଯେଉଁ ଶଙ୍ଖା ସିନ୍ଦୁରକୁ ଆଜି ବି ମୁଁ ସମ୍ମାନ

ଦେଉଛି, ଯେଉଁ ଦୁର୍ଗା ଆଜି ତୁମର ସତୀ ସ୍ତ୍ରୀର ଗୋ÷÷ରବକୁ

ଆଜି ବଜାୟ ରଖିଛି, ତାକୁ ଆଜି ତୁମରି ଆଖି

ଆଗରେ ଧର୍ଷଣ କରାଯାଉଛି। କେମିତି ଚୁପ୍ ରହିଛ ତୁମେ

!!!!! କାହିଁକି ଏମିତି ପଥର ପାଲଟି ଯାଇଛ !!!!! ଏତକ କହି

ନିଶାଗ୍ରସ୍ତ ଜଗଦୀଶକୁ ଧକ୍କାଟିଏ ଦେଇ ଦୁର୍ଗା ବାହାରି

ଆସିଲା ପଦାକୁ। ନିଶାରେ ଟଳ ଟଳ ଜଗଦୀଶ ଚଟାଣରେ

ଲୋଟିପଡିଲେ।

ଉଲଗ୍ନ ଶରୀର। ମୁକୁଳା କେଶରାଜି। ଲାଜେଇ ଯାଉଛି

ଧରା, ଝାଉଁଳି ପଡିଛନ୍ତି ଗଛଲତା। ସମବେଦନା ଜଣାଉଛି

ରାତି୍ର। ସମୟଟା ଦଉଡୁଛି ଘ�ାକ�ାରେ। ଦଉଡୁଛି ଦୁର୍ଗା

ଆଶ୍ରମର ବାହାରେ ଥିବା ସେହି ପାହାଡ ଉପରକୁ। ଦୁର୍ଗା ପଛେ

ପଛେ ଲମ୍ଫଦେଇ ଧାବମାନ ଯୋ÷÷ନଦାନବ ବାବା ପାର୍ଥସାରଥୀ।

ଦୁର୍ବଳ ଉପରେ ସବଳର ଆକ୍ରମଣ ଅସହାୟା ନାରୀ ଉପରେ ଭଣ୍ଡ

ପାପିର ପାପଆଖି। ସହିପାରୁନି ପୃଥିବୀ, ସହି ପାରୁନି

ପ୍ରକୃତି ଆରମ୍ଭ ହୋଇଗଲା ଝଡବର୍ଷା। ଝଡର ବେଗ ବୃଦ୍ଧି

ପାଇବାରେ ଲାଗିଛି। ଦୁର୍ଗା ଦୋ÷÷ଡୁଛି ଇତଃସ୍ତତଃ ଭାବେ

ା ପାଦରେ କ�ା ଫୁଟୁଛିି, ପଥରକୁ ଝୁ�ି କେତେବେଳେ

ପଡିଯାଉଛି, ବଣୁଆ ସରୀସୃପମାନେ ଗୋଡରେ ଗୁଡେଇ

ହୋଇଯାଉଛନ୍ତି, କୁକୁର ବିଲୁଆମାନେ ଦେହରେ ଧକ୍କା

ଖାଉଛନ୍ତି ଅଥଚ ଅବିଚଳିତ ଗତିରେ ନାରୀଟିଏ ଧାଉଁଛି

ତାର ଉଜୁଡା ଇଜ୍ଜତଟିକୁ ବ�ାଇବା ପାଇଁ।

ଦୁର୍ଗା ଏବେ ପାହାଡର ଏକ ମନ୍ଦିର ଭିତରେ। ନାହିଁ ପୂଜା,

ନାହିଁ ଭୋଗ ନୈବେଦ୍ୟ, ନାହିଁ ଝୁଣାଧୂପର ଆଳତୀ, କାହିଁ

କେତେବର୍ଷ ଧରି ବୋଧେ ପୂଜା ପାଇନାହାନ୍ତି ପଥର ମୂ�ର୍ି ମା

ଦଶଭୂଜା। ଦିପଟିଏ ମିଞ୍ଜି ମିଞ୍ଜି ହୋଇ ଜଳୁଛି। ମାଙ୍କର

ଦୁଇହାତରେ ଶୋଭା ପାଉଛି ଶାଣିତ ନୂଆ ଖଣ୍ଡା ଆଉ

ତ୍ରିଶୁଳ, ବୋଧେ କେହି ସାଧକ କିଛି ସମୟ ପୂର୍ବରୁ ମା’ଙ୍କୁ ଏସବୁ

ଅର୍ପଣ କରିଯାଇଛି। ଦୁର୍ଗାର ମନେପଡିଗଲା ଆଜି ତାର

ଜନ୍ମଦିନ। ଘରେ ମା’ କୁହେ ମନ୍ଦିର ଯାଇ ଠାକୁରାଣୀଙ୍କୁ

ମୁଣ୍ଡିଆ ପାଇଁ। ବର୍ଷାରେ ତ ସେ ଗାଧୋଇ ପଡିଛି।

ଦୁର୍ଗା ଧାଇଁଗଲା ବାହାରକୁ ତୋଳି ଆଣିଲା ନାଲି ମନ୍ଦାର ଫୁଲ

କେତେଟା। ଥୋଇଦେଲା ମାଙ୍କର ମଥା ଉପରେ। ମା’ଙ୍କର ଖାଲି

ବେକଟା ମାନିଲାନି ଦୁର୍ଗାକୁ। ବେକରୁ ମଙ୍ଗଳସୂତ୍ରଟା ଖୋଲି

ପକାଇ ଗଳାଇଦେଲା ମା’ଙ୍କର ବେକରେ। ଏବେ ମା’ଙ୍କର ମଥା ପାଇଁ

ସିନ୍ଦୁର ଖୋଜିଲା ଦୁର୍ଗା। ପାଇଲାନି। ମା’ଙ୍କ ହାତରୁ ଖଣ୍ଡାଟା

ଆଣି କାଟି ପକାଇଲା ଡାହାଣ ହାତର କାଣି ଆଙ୍ଗୁଠିକୁ।

ମା’ଙ୍କର ମଥାରେ ବୋଳିଦେଲା ରକ୍ତ ସିନ୍ଦୁର। ବିନ୍ଦୁ ବିନ୍ଦୁ ରକ୍ତସବୁ

ବୋହିଗଲା ପଥର ମୂ�ର୍ି ଉପରେ। ମା’ ଦଶଭୂଜା ହେଲେ ରକ୍ତସ୍ନାନା

ା ହଠାତ୍ ଆଲୋକିତ ହୋଇଉଠିଲା ମନ୍ଦିର। ଅଦୂରରେ ବର୍ଷାରେ

ଭିଜୁଥିଲେ ବାବା ପାର୍ଥ ସାରଥୀ। ଉଜ୍ଜଳ ଆଲୋକର ଦୀପ୍ତିରେ

ଝଲସି ଉଠିଲା ଦୁର୍ଗାର ରୂପ। ବାବା ଧାଇଁଗଲେ ମନ୍ଦିରକୁ।

ନିଶାସକ୍ତ ଯୋ÷÷ନଦାନବ ଏବେ ମନ୍ଦିରର ଦ୍ୱାର ଦେଶରେ। ସାମ୍ନାରେ

ଛିଡାହୋଇଛି ଦୁର୍ଗା। ଝଲସି ଉଠୁଛି ତାର

ନଗ୍ନରୂପରାଜିର ଶିହରଣ ସୃଷ୍ଟିକରୁଥିବା ଅଙ୍ଗ ଅବୟବ। ବକ୍ଷରେ

ଅଳସ ଭାଙ୍ଗୁଛି ଉଦ୍ଧତ ଯୋ÷÷ବନ, ଖୁବ୍ ଲୋଭନୀୟ

ହୋଇପଡିଛି ସେହି ନିଷିଦ୍ଧ ଇଲାକାର ଉଷ୍ଣ ଉପତ୍ୟକା। ଦୁର୍ଗା

ଏବେ ମାନବୀ ନୁହେଁ ଅପସରା। ଆଉ ସଂଯତ କରି ନପାରି

ବାବା ଲମ୍ଫଦେଲେ ଦୁର୍ଗା ଉପରେ। ଶାଣିତ ତରବାରୀ ପ୍ରତିରୋଧ

କଲା ବାବାଙ୍କୁ। ବାବାଙ୍କର ଗଣ୍ଡିମୁଣ୍ଡ ଦୁଇଖଣ୍ଡ ହୋଇଗଲା।

ଛଟପଟ ହେଉଥିବା କଳା ମଚ ମଚ ଛାତିଟା ଉପରେ ହଠାତ୍ ବିଦ୍ଧ

ହେଲା ମା’ଙ୍କର ତ୍ରିଶୂଳଟା।

ଦୁର୍ଗାକୁ ନେବା ପାଇଁ ଦେବୀ ପହ�ôଲା ଆଶ୍ରମରେ।

ଦୁର୍ଗା ଆଉ ବାବାଙ୍କୁ ଖୋଜା ପଡିଲା ରାତି ପାହିଗଲା ଅଥଚ

ଠାବ କରିହେଲାନି। ଦେବୀ ପୋଲିସ କୁକୁର ମଗାଇ ନିଜ

ଟିମ୍କୁ ନେଇ ପାହାଡ ଉପରକୁ ଗଲା। ବାବାଙ୍କ ଖଣ୍ଡ ବିଖଣ୍ଡିତ

ଶରୀରକୁ ଅପୂଜା ଦେବୀଙ୍କ ମନ୍ଦିରରେ ଠାବକଲା। ଦୁର୍ଗାକୁ ବହୁତ

ଖୋଜାଖୋଜି କଲା। କିନ୍ତୁ ପାଇ ପାରିଲା ନାହିଁ। ଦୁର୍ଗାର

ସନ୍ଧାନରେ ପୋଲିସ କୁକୁର ଓ ଟିମ୍ ଅକ୍ଷମତା ପ୍ରକାଶ କଲା। ପଥର

ମୂ�ର୍ିର ହାତରେ ରକ୍ତବୋଳା ଖଣ୍ଡା ଆଉ ତ୍ରିଶୂଳ ରହିଥିଲା।

ମୂ�ର୍ିର ବେକରେ ଦୁର୍ଗାକୁ ନିଜେ ବନ୍ଦାଇଥିବା ମଙ୍ଗଳସୂତ୍ରଟିକୁ

ଦେଖି ଦେବୀ ଆଶ୍ଚର୍ଯ୍ୟ ହୋଇପଡିଲା। ଦୁର୍ଗା ଯେ ଆଜି ମା

ଦଶଭୁଜା ପାଲଟି ଯାଇଛି ...... ଦେବୀ ନମସ୍କାର କଲା।

ଆଶ୍ରମକୁ ଫେରି ସମସ୍ତ ପ୍ରମାଣ ଦେଖାଇ ଏସ୍.ପି. ତଥା ନିଜ

ଭଉଣୀ ଜ୍ୱାଇଁ ଜଗଦିଶ ଠାକୁରକୁ କେଳି କଦମ୍ବ ରଙ୍ଗଶାଳାରୁ

ନିଶାସକ୍ତ ଅବସ୍ଥାରେ ଗିରଫ କଲା ଏବଂ ବାବାଙ୍କର ଶବ ବ୍ୟବଛେଦ

କରି ଏକ ଅପରାଧ ସାମ୍ରାଜ୍ୟର ଗୁପ୍ତତଥ୍ୟ ସମ୍ବଳିତ ଦଲିଲ ପଠାଇଦେଲା

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ।

 

ଶେଷଦେବ,

ନନ୍ଦିଗ୍ରାମ (ନନ୍ଦମଣିପୀଠ) ନାଉଗାଁ ହାଟ,

ଜଗତସିଂହପୁର

ମୋ : ୯୦୪୦୦୨୮୬୦୪


Rate this content
Log in