Nishikant Padhi

Others

1.0  

Nishikant Padhi

Others

ଭୋକ

ଭୋକ

4 mins
14.5K


ଭୋକ ନିଶିକାନ୍ତ ପାଢୀ (ଜର୍ଣ୍ଣାଲିଷ୍ଟ)

ଫଟା ସାୟାର୍ ଝର୍କା। ସାତସିଆଁ ଶାଢୀର ଦୁଆର

ା ତାଳ ବରଡାର ଛାତ। ନଡିଆ ·�ରାର କାନ୍ଥ।

କାନ୍ଥକୁ ଲାଗିଛି ଫଳପେଟି ଆଉ ଭଙ୍ଗା ଢାବଲ ପଟାର

ଥାକ। ଥାକରୁ ଓହଳି ପଡିଛି ମୋଡା ମକଚା ଛିଣ୍ଡା

ବ୍ଲାଉଜର ହୁକ୍। ହୁକ୍ରେ ଝୁଲୁଛି ପୁଅ ବୁବୁନର

ଏକୋଇସିଆ ଫଟୋ। ଫଟୋରେ ଝଲସି ଉଠୁଛି ବୁବୁନର

ଖିଲି ଖିଲି ହସ। ହେଲେ ହସି ପାରୁନି ରଙ୍ଗବାଈ। ଦିନରାତି

ଖଟିଲେ ବି ପୁରୁନି ପେଟ କି ଲୁଚୁନି ପିଠି। ବଦଳୁନି

ସମୟ। ବଦଳୁନି ପରିସ୍ଥିତି, ଅଭାବ ଅସୁବିଧା। ବାଦ

ପକାଉଛି ଭାଗ୍ୟ, ବାଜି ଲଗାଉଛି ଜୀବନ ବଦଳି ପାରୁନି

ଗୋଟିଏ ଭୋକିଲା ଭୁଖଣ୍ଡର ଭୋ÷÷ଗଳିକ ମାନଚିତ୍ର

ା ବର୍ଷା, ବସନ୍ତ, ବୈଶାଖ ସବୁ ଯେମିତି ସମାନ ରଙ୍ଗବାଇ

ପାଇଁ। ଫଗୁଣର ଭରା ବଉଳର ବାସ୍ନା, ଝରା ଶ୍ରାବଣର

ମାଦକତା ବିଭୋର କରେନା ରଙ୍ଗବାଈକୁ। ବୟସର

କୃଷ୍ଣଚୁଡା ଯୋ÷÷ବନର ଶତ ଶିହରଣ କିଛି ବି

ରୋମାନ୍ସ ଆଣେନା ରଙ୍ଗର ମନରେ। ସମୟର ବି କିଛି

ଗୋଟାଏ ହିସାବ ନ ଥାଏ ସ୍ୱାମୀ ଅନ୍ଧାରୁଆ ପାଖରେ।

ରଙ୍ଗର ଡଉଲ ଡାଉଲ ଦେହଟାକୁ ନେଇ ନିଶାସକ୍ତ ଅନ୍ଧାରୁଆ

କେବେ ବି ମନଭରି ଖେଳିପାରେନା। ବଡି ଅନ୍ଧାରରୁ ଘର

ଛାଡେ ଅନ୍ଧାରୁଆ। ପାହାଡ ତଳ କାରଖାନାକୁ ଯାଏ

କାମ କରିବାକୁ। ଝାଡା ଝପଟ ଗାଧୁଆ ଖିଆପିଆ

ସବୁ ସେହି କାରଖାନାରେ କଟେ। ଅନ୍ଧାର ଆସେ। ପେଟେ ମଦ

ପିଇ ତିନି ବ୍ୟାଟେରିଆ ଟର୍ଚ୍ଚଟାଏ ଧରି ଅନ୍ଧାରୁଆ

ଟଳି ଟଳି ଘରକୁ ଫେରେ। ରଙ୍ଗବାଈ ଅପେକ୍ଷା କରେନା

ଅନ୍ଧାରୁଆର ମିଣିପ ପଣିଆକୁ। ଲୁଗା କାନିରେ

ବୁବୁନକୁ ବାନ୍ଧି କାନ୍ଧରେ ପକାଇ ରଙ୍ଗବାଈ ସକାଳୁ ଯାଏ

ପାହାଡ ଉପରକୁ। ପୁଅକୁ ଶୁଆଇ ଦିଏ ଗଛ ଛାଇରେ।

ଲୁହାର ମୁନିଆ ହତିଆର ଧରି ରଙ୍ଗ ପାହାଡର ଛାତି

ଖୋଳେ। ଟୋକେଇ ଟୋକେଇ କଂକ୍ରିଟ୍ ମୁଣ୍ଡାଇ

ଡମ୍ଫରରେ ପକାଏ। ମଝିରେ ମଝିରେ ଆସି ବୁବୁନର

ପାଟିରେ ଥନଟାକୁ ଚୁଚୁମାଇ ଦିଏ। ଭୋକିଲା

ଶିଶୁଟା ଚୋଷି ପକାଏ ମାଂସ ପିଣ୍ଡୁଳାକୁ। ଥନରୁ କ୍ଷୀର

ଝରେନା ରକ୍ତ ଝରେ। ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠେ। ଭୋକରେ

ରଙ୍ଗବାଈର ପେଟ ଜଳେ। ପଥର ସନ୍ଧିର ପାଣିକୁ ରଙ୍ଗବାଈ ଢକ

ଢକ କରି ପିଇଦିଏ। ଶୋଷ ମରେ ସିନା ଭୋକ ମରେନା।

ଲୁହ ଝରେ ସିନା ଦୁଃଖ ସରେନା।

ସିନ୍ଦୁର ରଙ୍ଗରେ ରଙ୍ଗୀନ୍ ହୋଇ ପଡିଛି ପ୍ରାଚେତସିର

ଆକାଶ। ବିଦାୟ ପାଲିଙ୍କିରେ ବସିଗଲେଣି

ଅସ୍ତାଚଳଗାମୀ ସହସ୍ର ଦିଧିତି। ପକ୍ଷୀମାନେ ବାହୁଡୁଛନ୍ତି

ନିଜ ନିଜ ନୀଡକୁ। ନୀରବ ହୋଇ ପଡିଛି ଏବେ ମୁହଁ

ସଞ୍ଜର ବସ୍ତି। ସାରାଦିନ ତାଡି ଖୋଳି ପାହାଡର ଛାତି

ଶୋଇପଡିଛି କ୍ଲାନ୍ତ ରଙ୍ଗବାଈ। ଛାତିଟାକୁ ଜାବୁଡି

ଧରିଛି ପୁଅ ବୁବୁନ। ସରିଯାଇଛି ବୋଧେ ସମୟର ଡାକ

ଖଟିବାକୁ ରକ୍ତକୁ ପାଣିକରି। ମରିଯାଇଛି ପେଟ

ଭିତରର ଭୋକ। ଏବେ ଖାଲି ନିଦ ଆଉ ନିଦ ଆଖି

ଗୁଡିକରେ।

କଳାଶର୍ବରୀର କଳା ପଣତ ତଳେ ଶେଯ ବିଛାଉଛି

ରାତି। ଟିଙ୍କାରୀର ଝିଂ ଝିଂ ଶବ୍ଦରେ କଡମଡ ହୋଇ

ଭାଙ୍ଗିପଡୁଛି ନୀରବତା ପଣ। ପେଟରେ ପେଟେ

ଭୋକନେଇ ପାହାଡ ତଳ କାରଖାନାରୁ ଫେରୁଛି

ଅନ୍ଧାରୁଆ। କ୍ଲାନ୍ତପଣଳୁ ହାଲୁକା କରୁଛି କେଇ

ବୋତଲ ଦେଶୀ ମାଲ। ରଙ୍ଗୀନ୍ ଦିଶୁଛି ରାତି ବିଲ, ବଣ,

ନଦୀ, ନାଳପାହାଡ ପର୍ବତର ଛାତି। ·ରିଆଡେ ନୃତ୍ୟରତ

ଶତ ସହସ୍ର ରଙ୍ଗବାଈ। ରଙ୍ଗବାଈ, ରଙ୍ଗର ପସରା, ରଙ୍ଗୀନ୍ ରାତିର

ସାଥି। କେମିତି କେଜାଣି ଜଳି ଉଠୁଥିଲା ଦେହର

ଭୋକଟା ଅନ୍ଧାରୁଆର ରକ୍ତରେ ଆଉ ଜାଳୁ ବି ଥିଲା

ପେଟର ଭୋକଟା ତାକୁ ଦାଉ ଦାଉ କରି।

ଭୋକ ଆଉ ଶୋଷରେ ଜଳୁଛି ମାଟି ପାଣି ପବନ।

ନିର୍ମମ ନିଦାଘର ଉଷ୍ଣତାପରେ ନିର୍ଯ୍ୟାତିତା ତଥା

ଭୋକାତୁରା ଧରା ଆକୁଳେ ବିକଳେ ·ହିଁ ରହିଛି

ବର୍ଷାକୁ। ମେଘମାଳାର ପାହାଚକୁ ଡେଇଁ ଡେଇଁ

ଆସିଛି ରସବତୀ ବିଦୁ୍ୟତ ନୟନା ବର୍ଷାରାଣୀ। ଝର ଝର

ଶୀତଳ ସକାଳର ସ୍ପର୍ଶରେ ଉଲ୍ଲସିତ ଧରଣୀ ପଶୁପକ୍ଷୀ ଆଉ

ଗଛଲତା।

ଏବେ ଝଡବର୍ଷାର ବେଳ। ବାହାରେ କୋହଲା ପବନ।

ହାଡ ଥରା ହେମାଳ। ଲିଭିଯାଉଛି ସଂଞ୍ଜବତୀ, ଘିଅ ଦ୍ୱୀପ ଓ

ଓଦା ହୋଇଯାଉଛି ପାଦତଳର ମାଟି। ଓଦାହୋଇ ଯାଉଛି

ଯୁଇର ନିଆଁ ପାଉଁଶ। ହେଲେ ଜଳିଯାଉଛି ଗୋଟିଏ

ଦେହ। ନିଆଁ ଲାଗୁଛି ମଣିଷର ରକ୍ତରେ। ପୋଡି

ଜଳିଯାଉଛି ମଣିଷ ପଣିଆ। ଅଙ୍ଗାର ପାଲଟି ଯାଉଛି

ମାନବିକତାର ମୂଲ୍ୟବୋଧ।

ପେଟରେ ଦାନା ନାହିଁ। ପିଠିରେ କନା ନାହିଁ।

ସେମିତି ଶୋଇଛି ରଙ୍ଗବାଈ। ଅନ୍ଧାର ମାଡିଆସୁଛି।

ହେଲେ ଫେରିନି ଅନ୍ଧାରୁଆ।

ଚମକି ପଡିଲା ରଙ୍ଗବାଈ .....

ସେ ତ ଫେରିନାହାଁନ୍ତି ..... ହେଲେ

କିଏ ଏମିତି ସାଉଁଟି ନେଉଛି ତା ଛାତିର

ତାତିକୁ !!!!

କାହାର ବାହୁ ବନ୍ଧନ ଛନ୍ଦି ଦେଉଛି ତାକୁ !!!

କିଏ ଏମିତି ଢାଳି ପକାଉଛି କାହା ଦେହର ଭୋକର

ନିଆଁ ଉହ୍ମେଇଟାକୁ ତା ଦେହରେ !!!

ପାପର ଆଙ୍ଗୁଠିରେ କିଏ ପୋଛି ନେଉଛି ତା

ପୁଣ୍ୟର ସିନ୍ଦୁର ବିନ୍ଦୁକୁ।

କିଏ ଲୁଣ୍ଠନ କରିପକାଉଛି ତା ସତୀତ୍ୱର

ପତିବ୍ରତାକୁ

କଳୁଷିତ କରିପକାଉଛି ନାରୀର ପବିତ୍ରତାକୁ।

ଏବେ ଅନ୍ଧାରୁଆ ଚିରା ଶାଢିର ଦୁଆର ମୁହଁରେ।

ଓଦା ସଡ ସଡ ଦେହଟା ଥରିଉଠୁଛି କୋହଲା ପବନରେ। ନିଶା

ଖସିଛି ରକ୍ତରୁ ଆଖିରୁ।

ଆଃ ........ ଆଃ ........

ଚମକି ପଡିଲା ଅନ୍ଧାରୁଆ। କାହାର ଏ ଚିକôାର

..... ଝପଟି ଗଲା ଘର ଭିତରକୁ। ଏଁ ..... କିଏ ଏମିତି

ଡେଇଁ ପଳାଉଛି ଫଟା ସାୟାର ଝର୍କାଦେଇ .....। ଅନ୍ଧାରୁଆ

ଟର୍ଚ୍ଚ ମାରିଲା।

ପାଦରେ ବୁଟ୍। ଦେହରେ ସୁଟ୍। ମୁଣ୍ଡରେ ରିବକ୍

କଂପାନୀର ଟୋପି। ଆରେ ଏ ତ ଆମ କାରଖାନାର

ମ୍ୟାନେଜର୍। ଯିଏ କାଲି ପ·ରି ବୁଝିଥିଲେ ତା ଘର ଆଉ

ପରିବାର କଥା ଆଉ ଶହେ ଟଙ୍କାଟିଏ ପକେଟରେ ଗୁଞ୍ଜିଦେଇ

ଥିଲେ ନାଲିପାଣି ଟିକେ ପାଇଁ।

ଅନ୍ଧାରୁଆ ଏବେ ରଙ୍ଗବାଈର ପାଖରେ ଖୁବ୍ ପାଖରେ।

ବୁବୁନଟା ଶୋଇପଡିଛି ଗଭୀର ନିଦ୍ରାରେ। ରକ୍ତସ୍ନାନା

ରଙ୍ଗବାଈର ନିର୍ଜୀବ ଶରୀର ଲୋଟିପଡିଛି ମାଟି ଉପରେ।

ରକ୍ତ ଟୋପା ସବୁ ଛିଟିକି ପଡିଛି ବୁବୁନର ଦେହରେ।

ରଙ୍ଗ ..... ବୁବୁନ ...... ଆରେ ଉଠ ମା ପୁଅ ମୁଁ

ଅନ୍ଧାରୁଆ। କାରଖାନାରୁ ଫେରିଛି। ପେଟରେ ପ୍ରବଳ

ଭୋକ। ମୋତେ ଗଣ୍ଡେ ଖାଇବାକୁ ଦିଅ .....। ନା କେହି

ଉଠୁନାହାଁନ୍ତି।

ନିଜେ ଭୋକରେ ନିଆଁରେ ଜଳି ଜଳି ରଙ୍ଗବାଈ

ମେ�ାଇଛି ଗୋଟେ ଦେହର ଭୋକର ନିଆଁକୁ। ହେଲେ

ବି·ରିଟା ଲିଭାଇ ପାରିନି ଅନେକ ଭୋକର ନିଆଁକୁ।

ଥନ ଝରାଇ ଅମୃତ ଟୋପେ ଦେଇପାରିନି ଗୋଟେ

ଆଖିବୁଜି ଥିବା ଭୋକିଲା ଶିଶୁକୁ। ଅନ୍ଧାରୁଆ ସହି

ପାରୁନଥିଲା ପେଟର ଭୋକକୁ। ଟର୍ଚ୍ଚ ମାରିଲା ଚୁଲି ମୁଣ୍ଡକୁ

ା ଘଷି ସବୁ ଜଳି ପାଉଁଶ ପାଲଟି ଯାଇଥିଲା। ଭାତ ସବୁ ପେଜ

ହୋଇ ଉତୁରି ପଡିଥିଲା ଚୁଲିକୁ। ଅନ୍ଧାରୁଆ ଘରର

·ରିଆଡକୁ ଟର୍ଚ୍ଚମାରିଲା। ଛିଣ୍ଡା ବ୍ଲାଉଜର ହୁକରେ

ବୁବୁନର ଫଟୋଟା ଖୁବ୍ ଜୋରରେ ଦୋହଲୁଥିଲା। ମନେ

ହେଉଥିଲା ବୁବୁନର ଫଟୋଟା କାନ୍ଦି କାନ୍ଦି ଯେପରି କିଛି

ବିକଳରେ ମାଗୁଥିଲା। ବସ୍ତି ପଛପଟ ଟ୍ରେନ୍ ଲାଇନରେ

ଟ୍ରେନ୍ଟା ଭୋକିଲା ହିଂସ୍ର ଡ୍ରାଗନ ପରି କେତେଜଣ

ଭୋକିଲା ପାସେଞ୍ଜରଙ୍କୁ ଧରି ଆଗକୁ ଧାଉଁଥିଲା ଛୁକ୍

ଛୁକ୍ ହୋଇ।

ଶେଷଦେବ, ନନ୍ଦିଗ୍ରାମ (ନନ୍ଦମଣି

ପୀଠ)

ନାଉଗାଁ ହାଟ, ଜଗତସିଂହପୁର

ମୋ : ୯୦୪୦୦୨୮୬୦୪


Rate this content
Log in