Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ବୋଉ

ବୋଉ

3 mins
7.3K


ବୋଉ ଶବ୍ଦର ଅର୍ଥ ଆମର ସିମିତ ଜ୍ଞାନ ଭିତରେ ବୁଝିବା ସହଜ ନୁହେଁ । ସାରା ସଂସାରର ଭଲମନ୍ଦ ବୁଛିବାରେ ଅନବରତ ଲାଗିରହିଥାଏ ବୋଉ । ବୟସ ବଢିବା ସଙ୍ଗେ ସଙ୍ଗେ ବୋଉ ଶବ୍ଦଟି ଭାରି ଭାରି ଲାଗୁଛି । ୟା ଭିତରେ ଅନେକ କିଛି ହଜି ଯାଇଛି ସମୟର ସୁଅରେ । ପୁଣି ଥରେ ଛୋଟ ପିଲାଟେ ହୋଇ ବୋଉ କୋଳରେ ଶୋଇବାକୁ ଇଛା ହୁଏ । ବୋଧହୁଏ ଏ ଦୁନିଆରେ ସବୁ ବୋଉମାନେ ଏକା ପ୍ରକାର । ସେମାନେ ତାଙ୍କର ପିଲାମାନଙ୍କୁ ଜୀବନଠୁ ଅଧିକ ଭଲ ପାଆନ୍ତି ଠିକ୍ ମୋ ବୋଉ ଭଳି । ବଢିଭୋରୁ ଉଠି ସମସ୍ତଙ୍କ ସେବାରେ ଲାଗିଥାଏ କେବେବି ନଜର କରେନି ନିଜପ୍ରତି । ତା’ ପାଇଁ ସକାଳ ଓ ସଂନ୍ଧ୍ୟା ସବୁ ଏକାପରି । ଅସୁସ୍ଥ ଥିଲେ ବି ସେଥିକୁ ଖାତିର୍ କରିବାକୁ ସମୟ ନ ଥାଏ । ଆମେ ଛୋଟ ଥିଲାବେଳେ ଆମକୁ ବଡ଼ କରିବାର, ଏବେ ବଡ଼ହେବା ପରେ ଆମେ କେମିତି ଭଲରେ ରହିବୁ ଏ ଚିନ୍ତା ତା ମନରେ ସବୁବେଳେ ଥାଏ । ଜଣେ ମଣିଷ ଏତେ ଦାୟିତ୍ୱ କେମିତି ସମ୍ପାଦନ କରେ !

ଅପନ୍ତରା ଗାଁର ଗୋଟାଏ କଣରେ ଥିବା ଏକ ବଗିଚା ମଧ୍ୟରେ ଥିଲା ଏକ ଦୁଇ ବଖୁରିଆ ଟିଣ ଛପର ଘର । ଆମକୁ ଖୁସିରେ ରଖିବା ପାଇଁ ତାର ଥିବା ଅଭିଳାଷର ପରିଣାମରେ ଆଜି ସେଠି ଠିଆ ହୋଇଛି ଏକ ପ୍ରାସାଦ । ଆଜିବି ତା ହିସାବ ଖାତା ଖୋଜିଲେ ସେ ଘରେ ଲାଗିଥିବା ପ୍ରତ୍ୟେକ ଇଟା ଗୋଡ଼ିର ହିସାବ ମିଳିବ । ଆମର ପାସ୍ବୁକ୍ଠୁ ଆରମ୍ଭକରି ସାଠିଫିକେଟ୍ ପର୍ଯ୍ୟନ୍ତ ସମସ୍ତ କାଗଜପତ୍ର ଆଲ୍ମାରିରେ ସାଇତି ରଖିଥାଏ ସେ । ଆମ ପାଟିରୁ ବାହାରିବା ପୁର୍ବରୁ ସବୁ ଜିନିସ ଠିକ୍ ଭାବରେ ବଢ଼ାଇ ଦିଏ । ଖାଲି କାଗଜପତ୍ର ନୁହେଁ ଘରର ପ୍ରତିଟି ଅନ୍ଦିକନ୍ଦି ସହ ପରିଚିତ ସେ । ପିଲାବେଳେ ତେଲ ସାବୁନ୍ ମାରି ଗାଧୋଇ ଦେଇ, ରୁଚି ମୁତାବକ ଖୁଆଇ ହିରୋ ଭଳି ପ୍ୟାଣ୍ଟ ସାଟ୍ ପିନ୍ଧାଇ ଚୁଟି କୁଣ୍ଡାଇ ଦେଇ ସ୍କୁଲ ଛାଡ଼ୁଥିଲା । ଆଜିବି ଆମେ ବାହାସାହା ହୋଇ ବଡ଼ ହେଲା ପରେବି କଣ ଖାଇ କଣ ପିନ୍ଧି ଅଫିସ୍ ଯିବୁ ସେ ଚିନ୍ତା ବି ତାର । ଖାଲି ଯେ ଆମ ଚିନ୍ତା ସେ କଥା ନୁହେଁ । ଆମ ପିଲା ବି କଣ ଖାଇବ କଣ ପିନ୍ଧିବ ସେ ଚିନ୍ତା ବି ତାର । ଏ ସବୁ କଥା ବୁଝିବା ବେଳେ ତାର ମନଟା ଖୁସିରେ ପୁରିଯାଉଥିଲେ ବି ବେଳେ ବେଳେ ବିରକ୍ତି ପ୍ରକାଶ କରେ ତାକୁ ଯାହା ଅସଜଡ଼ା ଲାଗେ । ବାପାଙ୍କ ପେନ୍ସନ ପଇସାରେ ଟିକିନିକି ହିସାବ କରି ଘର ଚଳାଏ ସେ । ଖାଲି ଏତିକି ନୁହେଁ ବିପଦ ଆପଦରେ ସମୟରେ ପଡ଼ିଶା ମାନଙ୍କୁ ସାହାଯ୍ୟ କରିବାକୁ ପଛାଏ ନାହିଁ । ଆମ ପଇସାରେ ତାକୁ ହାତ ଦେବାକୁ ପଡ଼େନି ଏ ପର୍ଯ୍ୟନ୍ତ । କେଉଁଥିରେ କମ ରଖିନି ସେ କେବେବି । ସମସ୍ତଙ୍କ ଭଲପାଇବାକୁ ନେଇ କରିଚାଲିଥାଏ ନିଜର କର୍ତ୍ତବ୍ୟ ପାରୁ ପର୍ଯ୍ୟନ୍ତ ଖାଲି ଆମକୁ ଖୁସିରେ ରଖିବା ପାଇଁ । ଆମରି ଖୁସିରେ ମନଟା ପୁରିଯାଏ ତାର ।

ବୁଢ଼ିମା ପରେ ତା ସ୍ଥାନକୁ ଆପଣାଇ ନେଇ ତା ପାନଡ଼ାଲା ପାଖରେ ପାନ ଭାଙ୍ଗିଲା ବେଳେ ତା ଭିତରେ ସ୍ୱାଭିମାନ ଭରିଉଠେ । କଣ କେତେ ସେ କରୁଅଛି ଆମ ପାଇଁ । ଆମ ପାଇଁ ନିତି ଚଉରାମୁଳରେ ସଞ୍ଜସଳିତା ଜାଳି କେତେ କଣ ନମନାସୁଛି । ଆମକୁ ତେଲମାରି ଘଷାଘଷି କରି ଟାଣ କଲାପରେ ସେ ଆଜି ପାଇଛି କଣ ? ପ୍ରତିଦାନରେ ଆମଠାରୁ ଟିକେ ମଧୁର କଥା ବଦଳରେ ଟାଣଟାଣ କଥା । ବୋଉ ସାଙ୍ଗରେ ଏମିତି କେତେଥର କଳି ହୋଇଛି କିନ୍ତୁ ସେ ତା କର୍ତ୍ତବ୍ୟରୁ କେବେ ଓହରି ଯାଇନି । ପରେ ମୋର ନିଜ ଅନୁତାପକୁ ବ୍ୟକ୍ତ କରିବାକୁ ସାହାସ କରି ପାରିନି କେବେ ।

ଏମିତି ଅନେକ କିଛି । ସେ କେବେବି ଲୁହ ଗଡ଼ାଇବାର ସମୟ ପାଇନି । ସମସ୍ତଙ୍କର ଲୁହ ପୋଛୁ ପୋଛୁ ନିଜଲୁହ ସୁଖି ଯାଇଛି କେବେ । ଅନେକ କିଛି ହରାଇଛି ସେ ହେଲେ ପାଇବାର ଭାରି ପଲା ଆଡ଼କୁ ଚାହିଁ ହରାଇବାର ଦୁଃଖ ଭୁଲିଯାଇଛି । ବୟସ ଆଗରେ ହାର ମାନିବାକୁ ପ୍ରସ୍ତୁତ ନୁହେଁ ସେ । ସେ ଦାୟିତ୍ୱ ଓ କର୍ତ୍ତବ୍ୟବୋଧର ସାମ୍ରାଜ୍ଞୀ ।


Rate this content
Log in