Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nishikant Padhi

Others

1.0  

Nishikant Padhi

Others

ନିର୍ଭୟା

ନିର୍ଭୟା

5 mins
14.1K


ନିର୍ଭୟା  ନିଶିକାନ୍ତ ପାଢୀ

ଲୋ ରେବି, ଲୋ ନିଆଁ, ଲୋ ଚୁଲି .... “ମଲା ବୟସଟା ତ

ପାଣି ପରି ଗଡିଯାଉଛି, ଆଉ ଛୁଆ ବେଇବୁ କ’ଣ

ବୁଢୀକାଳେ। କି ପାପ କରିଥିଲି କେଜାଣି ଏ ବାଞ୍ଝ

ଟୋକିଟାକୁ ବୋପା ଆଣି ବାନ୍ଧିଦେଲା ମୋ ନାତିଟା ବେକରେ,

ମୋର ବଉଁଶ ବୁଡିଗଲା ସବୁ ସରିଗଲା।” ପାନ ବଟୁଆ ଖୋଲୁ

ଖୋଲୁ ବକି ଯାଉଥିଲେ ରତନାର ବୁଢୀ ମା। ରେବତୀ ରନôାକରର

ହାତ ଧରିବା ଆଜକୁ ପା� ବରଷ ବିତିଯାଇଥିଲେ ମଧ୍ୟ ରେବର କୋଳ

ଖାଲି। ବର୍ଷ ବର୍ଷ ଧରି ଏମିତି ଗଞ୍ଜଣା ସହିବାକୁ ପଡୁଛି

ରେବତୀକୁ। ହେଲେ କଥାଟା ଏଣିକି ପଦାକୁ ଫୁଟି ବାହାରିଲାଣି।

ସାଇପଡିଶାରେ ଲୋକମାନଙ୍କର ଟୁପୁଟୁୁପୁ ଫୁସୁ ଫୁସୁ ଭାରି

ଯନ୍ତ୍ରଣା ଦିଏ ରେବତୀକୁ। ବଣର ନିଆଁ ସମସ୍ତଙ୍କ ଆଖିକୁ ଦାଉ ଦାଉ

ହୋଇ ଦେଖାଯାଏ। ହେଲେ ମନର ନିଆଁ ଆଉ ଅଜାଗା

ଘା’କାହାକୁ ଦେଖାଇ ହୁଏନା କି କେହି ଦେଖିପାରନ୍ତିନି। ରେବତୀ

ମା’ ହେଉନି। ଦୋଷଟା କାହାର କେହି ବି ଜାଣନ୍ତିନି।

ରନôାକର, ସାଦାସିଧା ମଣିଷଟିଏ। ଖବର କାଗଜ ଫୋପାଡି

ଆଉ ଖବର ପଢିବାରେ ରତନାର ପ୍ରବଳ ଆଗ୍ରହ। ଖବର କାଗଜ

ଫୋପାଡି ଫୋପାଡି ହାଲିଆ ହୋଇଗଲେ ଛିଡା ହୋଇପଡେ ଛକ

ବରଗଛ ତଳେ। ଖବର କାଗଜର ପୃଷ୍ଠା ମେଲାଉ ମେଲାଉ ଆଖି

ଆଗରେ ଆସେ ଖବରଗୁଡିକର ଶିରୋନାମା ‘ଦିଲ୍ଲୀରେ ଡାକ୍ତରୀ

ଛାତ୍ରୀଙ୍କୁ ଗଚ୍ଚବଳକôାର’, ‘ଚଳନ୍ତା ବସ୍ରେ ମହିଳାଙ୍କୁ ଗଚ୍ଚବଳକôାର’,

‘ନବବଧୂର ଆତ୍ମହତ୍ୟା’ ଶବ୍ଦଗୁଡିକ ସତେ ଯେପରି ଆକ୍ରମଣ କରନ୍ତି

ରତନାକୁ। ମଣିଷ ଏମିତି ଭୟଙ୍କର ଯୈ÷ାନ ପିଶାଚ ପାଲଟିଯାଏ

କାହିଁକି ? ଛାତି ତଳେ ଗୋଟିଏ ଅହେତୁକ ଭୟର ଶିହରଣ

ଖେଳିଯାଏ ରତନାର। ତା’ର ବି ଗୋଟିଏ ସୁନ୍ଦରୀ ସ୍ତ୍ରୀ ଅଛି।

ବାପା ମା’ ତ ନାହାନ୍ତି। ନବେ ବର୍ଷର ବୁଢୀକୁ ନେଇ ନବଯୁବତୀ

ରେବତୀ ସମୟ କାଟେ। ଦିଲ୍ଲୀର ସେହି ବୀଭସô ନାରକୀୟ କାଣ୍ଡ ଘଟିବା

ଦିନଠାରୁ ରତନା ରେବତୀକୁ ଗୋଡେ ଗୋଡେ ଜଗିଛି।

କିଛିଟା ଗରାଖ ଭାଙ୍ଗିଯାନ୍ତୁ। କିଛି ଖବର କାଗଜ ଫୋପଡା ବନ୍ଦ

ହୋଇଯାଉ ପଛେ ରେବ ଉପରେ କାହାରି ଆଖି ନ ପଡୁ।

ରେବତୀ ଶୋଇଛି। ଜହ୍ନିଫୁଲିଆ ମୁହଁଟା ତାର ଝରକା

ଫାଙ୍କର ଚେନାଏ ଜହ୍ନ ଆଲୁଅରେ ଝଲସି ଉଠୁଛି। ରେବତୀ

ନାରୀଟିଏ ନୁହେଁ ତ ପରୀଟିଏ। ତାର ପ୍ରତିଟି ଅଙ୍ଗ ଅବୟବରେ

ଅଳସ ଭାଙ୍ଗୁଛି ଯୋ÷÷ବନ। ନିସ୍ତବ୍ଧ ରାତିରେ ରତନା ଉଠି

ରେବତୀକୁ ଦେଖେ। ଆଖି ପୂରାଇ ତାର ରୂପ ଲାବଣ୍ୟକୁ ନିରୀକ୍ଷଣ

କରେ। ରେବତୀ ସତରେ ରୂପର ରୂପଶ୍ରୀ ଲାବଣ୍ୟବତୀଟିଏ।

ସୋ÷÷ନ୍ଦର୍ଯ୍ୟର ମଣିଷ ଫୁଲଟିଏ। ଚଉଠି ରାତିର ସ୍ମୃତିଟା

ମନେପଡିଲେ ଦେହଟାରେ କାମନାର ନିଆଁ କୁହୁଳେ। ଏମିତି

ଅନେକ ରାତି ବିତିଛି। ରେବ ଅନେକବାର କାକୁତି ମିନତି

ହୋଇଛି ମାତୃତ୍ୱ ଟିକିଏ ପାଇବା ପାଇଁ। ନିଜର ପୁରୁଷଟା

ତା’ ହେଲେ ନପୁଂସକ ନା କ’ଣ ? ଅନେକ ଅସମାହିତ ପ୍ରଶ୍ନ ଆନେ୍ଦାଳିତ

କରିଛି ରେବର ମନ ଓ ହୃଦୟକୁ। ହେଲେ – ରନôାକର ନପୁଂସକ ନୁହେଁ।

ରତନାର ଅନେକଥର ଇଚ୍ଛା ହୁଏ ରେବତୀକୁ ଛୁଇଁବାକୁ। ତା’ ଦେହର

ସମୁଦ୍ରରେ ପହଁରିଯିବାକୁ , ଆଉ ତା’ର ଛାତିତଳର ନିଆଁକୁ

ଲିଭାଇବାକୁ, ହେଲେ ପାରେନା। ଭୟଟା ଏକ ଅକ୍ଟୋପାସ୍ ହୋଇ

ଜାବୁଡିଧରେ ତାକୁ। ସଂସର୍ଗ, ଗର୍ଭ, ପୁଣି ସନ୍ତାନ। ପୁଅ ତ

ପୁଅ ଯଦି ଝିଅ ଜନମ ହେଲା ତା’ ସଂସାର ଭାସିଯିବ। ତା’ ମୁଣ୍ଡରେ

ଚଡକ ପଡିଯିବ। ଅଭାବର ସଂସାର ରଥ ଧୀରେ ଧୀରେ ଗଡି ·ଲିଛି।

ତା’ ଭିତରେ ଝିଅ ଘିଅର ବୋଝ, ଲାଳନପାଳନ, ପାଠପଢା, ବାହାଘର

ା ଯୈ÷ାତୁକ ପୁଣି ସମାଜର ଯୋ÷÷ନରାକ୍ଷସମାନଙ୍କର ପ୍ରାଦୁର୍ଭାବ ...

ନା ନା ସେ ପାରିବନି। ରେବତୀ ଛୁଆ ଜନ୍ମ ନ କରୁ, ନିଃସନ୍ତାନୀ

ରହୁ।

ଏକ ଭୟଙ୍କର ଦୁଃସ୍ୱପ୍ନରେ ରେବତୀର ନିଦ ଭାଙ୍ଗିଯାଏ। ଛୁଆ

ଜନ୍ମ ନ କଲେ ଏ ଜନସମାଜ ତାକୁ କି ପରିଚୟ ଦେବ। ନାରୀ ଜୀବନର

ସାର୍ଥକତା ସେ ବା ପାଇବ କେଉଁଠୁ। କୋଳରେ ସନ୍ତାନଟିଏ ନ ଥିଲେ

ମାତୃତ୍ୱର ସ୍ୱାଦ ଦେବ ବା କିଏ ? ତା’ ଛଡା ଆଈଶାଶୁଙ୍କର

ଗଞ୍ଜଣା, ସାହି ପଡିଶା ଲୋକମାନଙ୍କର ନିନ୍ଦା ଅପବାଦ ... ଶ୍ରାବଣୀ

ଆକାଶର ପୁଞ୍ଜାଏ ଘଡଘଡି ଶବ୍ଦରେ ଚିକôାର କରିଉଠିଲା

ରେବତୀ, ଭୟରେ ଜାବୁଡି ଧରିଲା ରନôାକରକୁ। ମାଂସଳ ଶରୀରରେ

ଭୟ ସୃଷ୍ଟିକଲା ଶିହରଣ। ମନରେ ଭରିଗଲା ଉନ୍ମାଦନା, ଦେହ ପାଲଟିଲା

ନଈ, ରନôାକର ନଈ ପହଁରିଲା। ଧାରା ଶ୍ରାବଣର ଘୁ ଘୁ ବର୍ଷାରେ

ଭିଜୁଥିଲା ମାଟି, ଭିଜୁଥିଲା ମନ ଓ ହୃଦୟ ଭିଜା ମାଟିର ବାସ୍ନା

ଆହୁରି ନିବିଡ କରୁଥିଲା ରତନା ଆଉ ରେବତୀର ବନ୍ଧନକୁ।

ବେଙ୍ଗ ଓ ବେଙ୍ଗୁଲିଙ୍କର ଶବ୍ଦରେ ମିଳନର ସାହାନାଇ ଶୁଭୁଥିଲା।

ଦିନ ପରେ ଦିନ ଗଡି·ଲିଛି। ରତନାର ଅଜାଣତରେ ରେବତୀ

ଛଅ ମାସର ଗର୍ଭବତୀ। ପେଟରେ ଭ୍ରୁଣଟା ଶଶିକଳା ପରି ବଢିବାରେ

ଲାଗିଛି। ଡାକ୍ତରଖାନାରୁ ଫେରିବା ପରେ ରତନାର ଚିନ୍ତାଟା

ବଢିଯାଇଛି। ରେବ ଛୁଆ ଜନ୍ମ କରିବ, ପୁଅ ନ ହୋଇ ଝିଅ

ହେବ, ସଂସାରର ବୋଝ ବଢିବ, ଝିଅ ଛୋଟରୁ ବଡ ହେବ, ରେବ ପରି

ସୁନ୍ଦରୀ ହେବ, ପାଠ ପଢିବ ... ଡାକ୍ତର ହେବ ... ମନେ ପଡିଯାଏ ଦିଲ୍ଲୀର

କଥା। ଚମକିପଡେ ରତନା, ଝିଅ ବାହାହେବ, ଯୋ÷÷ତୁକ ନେବ

...ଦଗ୍ଧ ନବବଧୂ ... ଆତ୍ମହତ୍ୟା ଶବ୍ଦଗୁଡିକ ଘେରିଯାନ୍ତି ରତନାକୁ

ା ରତନା ଚିନ୍ତାମଗ୍ନ ହୁଏ। ଦିନ ଯାଏ, ରାତିଆସେ, ନିଦଆସେ,

ଆଉ ସ୍ୱପ୍ନ ବି ଆସେ। ରେବତୀର ପେଟରୁ ପିଲାଟା ବାହାରି

ଆସି ମୁଣ୍ଡ ପାଖରେ ବସି କୁହେ “ବାପା ତୁମ ପୃଥିବୀଟା ସତରେ

କେତେ ସୁନ୍ଦର। ମୋତେ ଟିକେ ତୁମ ପୃଥିବୀକୁ ଆଣ ବାପା”

ଚାଇଁକିନା ନିଦଟା ଭାଙ୍ଗିଯାଏ ରତନାର। ମୁଣ୍ଡ ଉପରକୁ ·ହେଁ,

କାହାକୁ ପାଏନା, ରେବତୀକୁ ·ହେଁ, କାନ୍ଥରେ ଟଙ୍ଗା ହୋଇଥିବା

ଶିବଶବରଙ୍କ ଫଟୋକୁ ·ହିଁ ହାତଯୋଡି କୁହେ “ହେ ଶିବଶମ୍ଭୁ” ! ମୋ

ରେବକୁ ଉଦ୍ଧାର କରି ମନବା�ା ପୂର୍ଣ୍ଣକର।”

ଗାଁରେ ଖୋଲିଛି ନୂତନ ସ୍ୱାସ୍ଥ୍ୟକେନ୍ଦ୍ର। ଆଜି ତାର ଶୁଭ

ଉଦ୍ଘାଟନ। ମୁଖ୍ୟଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଉଦ୍ଘାଟନ

କରିବେ ଏହି ସ୍ୱାସ୍ଥ୍ୟକେନ୍ଦ୍ର। ଗାଁଟା ସାରା ଲାଗିଛି ଗହଳ ଚହଳ।

ମ� ବନ୍ଧା ସରିଗଲାଣି। ଫୁଲର ତୋରଣ ସଜା ·ଲିଛି। ବ୍ୟାଣ୍ଡ

ପାର୍ଟିର ବିଗୁଲ ବାଜିଲାଣି। ଅପେକ୍ଷା ସେହି ନାଲିବତୀ

ଗାଡିକୁ। ରତନା ମୁଣ୍ଡରେ ହାତଦେଇ ବସିଛି। ରାତି ·ରିଟାରୁ

କଷ୍ଟ ପାଉଛି ରେବତୀ। ସାହି ଭାଇଙ୍କ ସହଯୋଗରେ ସେ ରେବତୀକୁ ନେଇ

ଆସିଛି ଏହି ନୂତନ ସ୍ୱାସ୍ଥ୍ୟକେନ୍ଦ୍ରକୁ। ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ଆଜି

ତାର ପ୍ରଥମ ସେବା ଦେବ ରେବତୀକୁ। ସେଥିପାଇଁ ଡାକ୍ତର, ନର୍ସ, ଓଟି,

ଲେବର ରୁମ୍ ସବୁକିଛି ପ୍ରସ୍ତୁତ। ତଳିପେଟର ଯନ୍ତ୍ରଣା ଅସହ୍ୟ ବୋଧ

ହେଲା ରେବତୀକୁ। ନର୍ସମାନେ ନେଇଗଲେ ଲେବର ରୁମ୍କୁ। ମୁଖ୍ୟମନ୍ତ୍ରୀ

ଆସିଲେ, ନାଲି ଫିତା କଟାହେଲା। ମୁଖ୍ୟମନ୍ତ୍ରୀଙ୍କର କର କମଳରେ

ଲୋକାର୍ପିତ ହେଲା ଗାଁର ସ୍ୱାସ୍ଥ୍ୟକେନ୍ଦ୍ର। କରତାଳିରେ

ଫାଟିପଡିଲା ପ୍ରାଙ୍ଗଣ। ମୁଖ୍ୟମନ୍ତ୍ରୀଙ୍କର ମୋବାଇଲରେ କଲ୍ ଆସିଲା

ା କେନ୍ଦ୍ରୀୟ ଦପ୍ତରରୁ ଖବର ଆସିଲା –

“ସିଙ୍ଗାପୁରଠାରେ ଚିକିସôାଧୀନା ପୀଡିତା ନିର୍ଭୟାଙ୍କର

ଅକାଳ ବିୟୋଗ।”

ଭିତରୁ କୁଆଁ କୁଆଁ ଶବ୍ଦ ଭାସିଆସିଲା। ତନ୍ଦ୍ରାଚ୍ଛନ୍ନ

ଆଖି ଦୁଇଟା ତା’ର ସଜାଗ ହୋଇଉଠିଲା। କାହାର ଏ କୁଆଁ

କୁଆଁ ଶବ୍ଦ, କିଏ ଆସିଲା ମୋ ଦେବକୀର କୋଳକୁ। କଳାକୃଷ୍ଣ

ନଟଖଟିଆ କଳାକାହ୍ନୁ ନା ବିଜୁଳି କନ୍ୟା। ନର୍ସ କହିଗଲା

ଭାଇନା, ଆପଣଙ୍କର ଝିଅଟିଏ ହୋଇଛି।

ପାଦ ତଳର ପୃଥିବୀଟା ସତେ ଯେପରି ଖସିଯାଉଥିଲା ତଳକୁ ତଳକୁ

ା ଭାରାକ୍ରାନ୍ତ ମନ ନେଇ ରନôାକର ଘରକୁ ଫେରୁଥିଲା। ସଦ୍ୟଜାତ

ଶିଶୁ କନ୍ୟାଟିକୁ କୋଳରେ ଧରି ରେବତୀ ରତନାର ପଛେ ପଛେ

·ଲୁଥିଲା ଅପରାଧିନୀଟିଏ ପରି।

ମ�ରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ...

“ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହନ୍ତି ପାବକ” ଆଜି ଏହି

ସ୍ୱାସ୍ଥ୍ୟକେନ୍ଦ୍ରକୁ ମାନବ ଜଗତର ସେବା ଉଦେ୍ଦଶ୍ୟରେ ଉସôର୍ଗ କରାଗଲା

ା ଆଜିର ଏହି ପବିତ୍ର ମୂହୁ�ର୍ରେ ସିଙ୍ଗାପୁରଠାରେ ମୃତୁ୍ୟ ସହ

ସଂଘର୍ଷ କରୁଥିବା ଜଣେ ଭାରତୀୟ ଛାତ୍ରୀଙ୍କର ଅକାଳ ବିୟୋଗ

ଘଟିଛି ଏବଂ ଠିକ୍ ସେହି ସମୟରେ ଆମର ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ

ରେବତୀ ନାମ୍ନୀ ମହିଳା ଏକ କନ୍ୟାରନôକୁ ଜନ୍ମ ଦେଇଛନ୍ତି।

ଆତ୍ମା ଅମର, ହୁଏତ ସେହି ଭାରତୀୟ ଛାତ୍ରୀ ନିର୍ଭୟା ପୁନର୍ବାର

ଜନ୍ମଗ୍ରହଣ କରିଛନ୍ତି। ତେଣୁ ରେବତୀଙ୍କର ନବଜାତ କନ୍ୟାର ନାମ

ନିର୍ଭୟା ରହୁ। ନୂତନ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରଥମ କରି ଜନ୍ମଗ୍ରହଣ

କରିଥିବା ନିର୍ଭୟାଙ୍କୁ ପା�ଲକ୍ଷ ଟଙ୍କାର ଉପହାର ପ୍ରଦାନ କରାଗଲା।

ନିର୍ଭୟାଙ୍କର ଲାଳନପାଳନ, ପାଠପଢା, ବିବାହର ସମସ୍ତ ଦାୟିତ୍ୱ ସରକାର

ବହନ କରିବେ।” ରତନା ମ� ଉପରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କଠାର ଚେକ୍

ଏବଂ ପ୍ରତିଶ୍ରୁତି ପତ୍ର ଗ୍ରହଣ କଲା। ରତନା ପାହାଚ ଉପରେ ପାହାଚ

ଚଢି ଘରର କବାଟ ଖୋଲିଲା। ଭିତରୁ ଶୁଭିଲା ଲୋ ରେବ, ଲୋ

ନିଆଁ, ଲୋ ଚୁଲି, ମଲା, ଝିଅ ବେଇଲୁ, ମୋ ନାତିକୁ

ବଡଦାଣ୍ଡରେ ବସାଇଲୁ।

୩୯୦/୨୪୪୮,

ଓସ୍କାରସିଟି,

ଲକ୍ଷ୍ମୀସାଗର,

ଭୁବନେଶ୍ୱର।

ମୋ :

୯୦୪୦୦୨୮୬୦୪


Rate this content
Log in