STORYMIRROR

Srabani Pattanayak

Others

4  

Srabani Pattanayak

Others

ସ୍ବପ୍ନ

ସ୍ବପ୍ନ

2 mins
294

ପ୍ରଭାତର ସୁନେଲି କିରଣ ରେ ସଂପୁର୍ଣ ପରିବେଶ ଉଜ୍ଜଳମୟ ଦେଖାଯାଉଥିଲା । ଏବଂ ସେଇ ଉଜ୍ଜଳ କିରଣ ରେ ବର୍ଷାର ନିଦ ମଧ୍ୟ ଭାଙ୍ଗିଯାଇଥିଲା । ବର୍ଷା ପ୍ରଭାତରୁ ଉଠି ସମସ୍ତ ନିତ୍ୟ କର୍ମ ସାରି ସକାଳର ଜଳଖିଆ ଖାଇ ପାଠ ପଢାରେ ବସିଗଲା । ପାଠ ପଢା ପ୍ରତି ତାର ଅନେକ ଇଚ୍ଛା । ଖୁସିର କଥା ଏହି ଯେ ତାର ଘରେ ସମସ୍ତେ ତାକୁ ସେଥିରେ ସାହାଯ୍ୟ ମଧ୍ୟ କରିଥାନ୍ତି । ସେଦିନ ସନ୍ଧ୍ୟାରେ ହଠାତ୍ ଘର ଭିତରେ ନିରବତା ଛାଇଯାଇଥିଲା । ବର୍ଷା ଆଖିରେ ଥିଲା ଲୁହ । ବହୁତ କାନ୍ଦୁଥିଲା । ତାର ଆଖିରେ ସ୍ବପ୍ନ ଭାଙ୍ଗିଯିବାର ଭୟ ସଫା ସଫା ନଜର ଆସୁଥିଲା । ସେ ଦେଖିଲା ତାର ଟେବୁଲ ଉପରେ ଆଉ ବହି ନାହିଁ କାରଣ ସବୁ ବହି ତାର ମାଆ ବ୍ୟାଗ ରେ ରଖିଦେଇଥିଲେ । ପାଖରେ ବସି ତାର ବାପା ତାକୁ ବୁଝାଉଥିଲେ-" ଦେଖ୍ ଝିଅ ଏଇ ପ୍ରସ୍ତାବ ବହୁତ ଭଲ ,ପୁଅର ପରିବାର ବହୁତ ଧନି ଘରର । ତୋର ଚାକିରିର ଆବଶ୍ୟକତା ନାହିଁ । ସେ ପୁଅ ବହୁତ ବଡ ଚାକିରି କରିଛି । ତୁ ସହରରେ ରହିବୁ ।" ଏହା ଶୁଣି ବର୍ଷା ଚିଲେଇ ଉଠି କହିଲା-"ବାପା,ମୋର ସହରରେ ରହିବା ଆବଶ୍ୟକତା ନାହିଁ । ମୁ ନିଜ ଗୋଡରେ ଠିଆ ହେବାକୁ ଚାହୁଁଛି । ମୁ ପଢିବାକୁ ଚାହୁଁଛି । ମତେ ପଢିବାକୁ ଦିଅ....."। ଏହା କହି ସେ କାନ୍ଦି ପାକେଇଲା। ସେପଟ ଘରୁ ତାର ମାଆ ଆସି ଗାଲ କୁ ଗୋଟିଏ ଚାପୁଡା ମାରିଲେ । ବର୍ଷା ଆଉ ସହି ନପାରି ତାର ରୁମ୍ କୁ ଯାଇ କାନ୍ଦି କାନ୍ଦି ଶୋଇପଡିଲା । ମାଆ ଆସି ତାକୁ ବହୁତ ଡାକିଲେ ହେଲେବି ସେ କିଛି ଶୁଣିଲାନି । ତା ପରେ ମାଆ ଆସି ତାକୁ ହଲେଇ କି ଉଠେଇ କହିଲେ-"ଶିଘ୍ର ଉଠ୍ ,ବହୁତ ବିଳମ୍ବ ହେଲାଣି ,ଶିଘ୍ର କାମ ସାରି ପାଠ ପଢି ବାସ"। ଏହା ଶୁଣି ବର୍ଷା ବେଡ୍ ରୁ ଉଠି ତାର ମାଆ କୁ ଅନେଇଲା ,ଦେଖିଲା ତାର ମାଆ ରାଗିକି ତାର ବେଡ୍ କୁ ସଜାଡୁଛନ୍ତି । ବର୍ଷା ପୁଣି ତାର ଟେବୁଲ ଆଡକୁ ଦେଖିଲା ସବୁ ବହି ଅଛି । ତା ପରେ ଦଉଡି ଯାଇ ତାର ମାଆ କୁ ଯୋରେ କୁଣ୍ଢେଇ ପକେଇଲା । ଆଖି ଲୁହ ଛଳ ଛଳ । ତାର ମାଆ ତାକୁ ପୁଣି ରାଗିକି କହିଲେ-"ତୋର ପାଠ ପଢିବାକୁ ଇଚ୍ଛା ନାହିଁକି? ଯଦି ନାହିଁ ତେବେ କହ ତୋର ବାହାଘର କରେଇଦେବି। ଶାଶୁ ଘରେ ବସି ଚୁଲି ଫୁଙ୍କିବୁ।" ଏହା ଶୁଣି ବର୍ଷା ଟିକେ ହସି କହିଲା ନାଇଁ ମା ମୁଁ ପଢିବି ଏହା କହି ଖୁସିରେ ଦଉଡି ପଳେଇଲା ତାର ଏହି ବ୍ୟବହାର ମାଆ କିଛି ବୁଝି ପାରିଲେନି କିନ୍ତୁ ଝିଅ ଖୁସି ରେ ଖୁସି ଥିଲେ। 


Rate this content
Log in