କୁନି ଓଠର ହସ
କୁନି ଓଠର ହସ
ସେଦିନ ସମ୍ପୂର୍ଣ୍ଣ ଆକାଶ ରଙ୍ଗମୟ ଦେଖାଯାଉଥିଲା। ଏହା ଦେଖି କୁନି ଖୁସିରେ ନାଚି ଉଠୁଥାଏ। ହୋଲି ତାକୁ ବହୁତ ପସନ୍ଦ। ସେ ଦଉଡି ଯାଇ ବାପାଙ୍କୁ କହିଲା--ବାପା ,ମତେ ରଙ୍ଗ ଦିଅ ମୁ ଆଉ ମୋ ଭାଇ ଯାଇ ଖେଳିବୁ। ବାପା ହସି ଦେଇ ୨ଜଣଙ୍କ ଗାଲ ରେ ରଙ୍ଗ ଲଗେଇ ଦେଲେ।କୁନି ହସି ଦେଇ ବାପାଙ୍କୁ କୁଣ୍ଢେଇ ପକେଇଲା।ତା ପରେ ବାପାଙ୍କ ଠାରୁ ରଙ୍ଗ ନେଇ ଦୁହେଁ ଖେଳିବାକୁ ଚାଲିଗଲେ। ଖେଳୁ ଥିବା ବେଳେ କୁନି ଦେଖିଲା କେହି ଜଣେ ତା ଭାଇ ଉପରକୁ ରଙ୍ଗ ପକାଉଛି।ଚାରିପଟକୁ ଚାହିଁଲା ହେଲେ କାହାକୁ ପାଇଲା ନାହିଁ। ଆଉ ତା ଆଡକୁ ଦୃଷ୍ଟି ନଦେଇ ସେ ପୁଣି ଖେଳିବାରେ ମାତି ଗଲା।କିଛି ସମୟ ପରେ ହଠାତ୍ ତା ଭାଇ ର ଚିତ୍କାର ଶୁଭିଲା।କୁନି ତା ଭାଇ ଆଡକୁ ଦଉଡି ଗଲା । ଦେଖିଲା ତା ଭାଇର ସବୁ ସ୍ଥାନ ପୋଡି ଯାଇଛି। ଏସବୁ ସେଇ ରଙ୍ଗ ପାଇଁ ହେଇଛି ବୋଲି ଯାଣିଲା। ସେ ଭୟରେ ହାତରେ ଧରିଥିବା ରଙ୍ଗକୁ ଫୋପାଡି ଦେଲା ।କିଛି ସମୟ ପରେ ତା ଭାଇକୁ ମେଡିକାଲ ନେଇଗଲେ।
ତା ଭାଇର ଏଇ ଅବସ୍ଥା ପାଇଁ ସେ ରଙ୍ଗକୁ ଦାୟୀ କରୁଥିଲା।ଭୟରେ ସେ ଆଉ ରଙ୍ଗକୁ ଦେଖିଲା ନାହିଁ। ଡାକ୍ତର କହିଲେ ତା ଭାଇ ସମ୍ପୂର୍ଣ୍ଣ ଭଲ ହବା ପାଇଁ ପ୍ରାୟ ଦୁଇ ବର୍ଷ ଲାଗିଯିବ।କୁନି ଏକଥା ଶୁଣି ବହୁତ କାନ୍ଦିଲା। ଏହି ପରି ଗୋଟେ ବର୍ଷ ବିତିଗଲା ।ସମୟ ଅତିକ୍ରମ ସହ ଚଳିତ ବର୍ଷ ର ହୋଲି ଆସିଗଲା।ସେଇ ହୋଲିରେ କୁନି ର ମୁହଁରେ ହସ ନଥିଲା ,ଥିଲା ଭୟ। ଚୁପ୍ ଚାପ୍ ପିଣ୍ଡାର ଗୋଟେ କୋଣରେ ବସିଥାଏ।ଦେଖିଲା ତାର ସବୁ ସାଙ୍ଗ ତା ପାଖକୁ ଅସୁଛନ୍ତି।ସେମାନଙ୍କୁ ଦେଖି ଟିକେ ଖୁସି ହେଲା। ସାଙ୍ଗ ମାନେ ପାଖକୁ ଅସିବା ପରେ ଦେଖିଲା ସେମାନଙ୍କ ହାତରେ ଥିଲା ରଙ୍ଗ। ହଠାତ୍ କୁନି ଚିତ୍କାର କରି ଉଠିଲା। ଯୋରେ କାନ୍ଦି କାନ୍ଦି ଦଉଡି ଯାଇ ଘର କବାଟ ବନ୍ଦ କରି ଦେଇ ତା ଭାଇକୁ କୁଣ୍ଢେଇ ଧରିଲା। ଏସବୁ ଦେଖି ବାପା ମା ସହି ପାରୁନଥିଲେ। ମା ବାପା ଦୁହେଁ ବାହାରକୁ ଯାଇ କୁନିର ସାଙ୍ଗ ମାନଙ୍କୁ ମିଠା ଖୁଆଇ ବୁଝେଇ ପଠେଇ ଦେଲେ। ସେଦିନ ତାଙ୍କ ଘରେ ଦୁଃଖ ର ଛାୟା ଖେଳିଯାଇଥିଲା।
ଏସବୁ ଘଟଣା ଆଉ ସାନ ଭଉଣୀ କୁନିର ଏମିତି ଅବସ୍ଥା ଦେଖି ତା ଭାଇ ଆଉ ସହି ପାରିଲାନି। କୁନି ଓଠରେ ଟିକେ ହସ ଦେଖିବାପାଇଁ, ସେ ବାପା ପାଖରେ ପହଁଚି କିଛି ରଙ୍ଗ ଦେବା ପାଇଁ ବାପାଙ୍କୁ କହିଲା। ବାପା ପୁଅର କଥା ଶୁଣି କିଛି ବୁଝି ପାରିଲେନି ,ହେଲେବି ତାକୁ ରଙ୍ଗ ଦେଲେ। ତା ପରେ ସେ ସେଇ ରଙ୍ଗରୁ କିଛି ରଙ୍ଗକୁ ନିଜ ମୁହଁରେ ଲଗେଇ ଦେଇ କୁନି ପାଖକୁ ଯିବାକୁ ବାହାରିଲା। କୁନି ପାଖରେ ପହଁଚି କୁନିକୁ ଡାକିଲା । କୁନି ତା ଭାଇର ମୁହଁ ଦେଖି ଚମକି ପଡି କାନ୍ଦି ପକେଇ ଗୋଟେ ରୁମାଲ୍ ଆଣି ତା ଭାଇର ମୁହଁକୁ ପୋଛିବାକୁ ଚେଷ୍ଟା କରୁ ଥାଏ। କିଛି ସମୟ ପରେ ରଙ୍ଗ ଲିଭିବା ପରେ ସେ ଭାଇକୁ ପଚାରୁ ଥାଏ --ଭାଇ ତୁ ଠିକ୍ ଅଛୁତ? ତୋର କିଛି ହେଇନି ତ? କିଛି ସମୟ ପରେ ଭାଇ ତାକୁ ଶାନ୍ତ କରେଇ ବସିବାକୁ କହିଲା। ଆଉ ତାକୁ ବୁଝେଇଲା ଯେ ସେଦିନର ଏପରି ଘଟଣା କେମିକାଲ୍ ରଙ୍ଗ ପାଇଁ ଘଟିଥିଲା। ସବୁ କଥା ସୁଣିବା ପରେ କୁନି ଟିକେ ଶାନ୍ତ ହେଲା । ଭାଇ ହାତରେ ଧରିଥିବା ରଙ୍ଗକୁ ଭୟରେ ଦେଖୁ ଥାଏ। ତା ଭାଇ ରଙ୍ଗ ନେଇ ଧିରେ କୁନିର ଗାଲରେ ଲଗେଇ ଦେଲା।କୁନି ଚମକି ପଡି ଭାଇକୁ କୁଣ୍ଢେଇ ପକେଇଲା। କିଛି ସମୟ ପରେ କୁନି ଦେଖିଲା ତାର କିଛି ହେଲାନି। ସେ ବହୁତ ଖୁସି ହେଇଯାଇ ରଙ୍ଗ ନେଇ ଭାଇକୁ ଲଗେଇ ଦେଲା। ଦେଖିଲା ଭାଇ ବି ହସୁଥିଲା। କୁନି ଭାଇ ହାତରୁ ରଙ୍ଗ ନେଇ ବାପା ମାଙ୍କ ପାଖକୁ ଦଉଡି ଯାଇ ତାଙ୍କୁ ରଙ୍ଗ ଲଗେଇଲା।କୁନି ର ଏମିତି ପରିବର୍ତ୍ତନ ଦେଖି ଦୁହେଁ ଚକିତ ହେଇଗଲେ ,କିନ୍ତୁ ଝିଅର ଓଠରେ ଖୁସି ଦେଖି ସେମାନେ ବହୁତ ଖୁସି ହେଲେ। ସମସ୍ତେ ମିଶି ହୋଲି ଖେଳିଲେ ,ମିଠା ଖାଇଲେ ଏବଂ ହୋଲି କୁ ଉପଭୋଗ କଲେ।
