ବନ୍ଦ ଆଖିର ଦୁନିଆ
ବନ୍ଦ ଆଖିର ଦୁନିଆ
ତାକୁ ବଞ୍ଚାଅ, ତାକୁ ବଞ୍ଚାଅ। କେହି ତ ରକ୍ଷା କର ତାକୁ, ମୁଁ କଣ କରିବି,କାହାକୁ ଡାକିବି? ଡାକିବାକୁ ଚେଷ୍ଟା କରି ମଧ୍ୟ ସବୁଥର ପରି ଆଯିବି ମୁଁ ଅସଫଳ ହେଉଛି । ମିନିର ଏପରି ଚିତ୍କାର ଶୁଣି ତାର ମାଆ ତା ପାଖକୁ ଦଉଡି ଆସି ଡାକିଲେ ମିନି ମିନି କଣ ହେଇଛି ତୋର, ଆଖି ଖୋଲ ମାଆ, କାହାକୁ ବଞ୍ଚେଇବାକୁ କହୁଛୁ, କିଏ ଅସୁବିଧାରେ ଅଛି? ମାଆର ପାଟି ଶୁଣି ମିନି ଆଖି ଖୋଲି ଦେଲା । ଆଖିରୁ ଧାର ଧାର ହୋଇ ଲୁହ ଝରି ପଡୁଥାଏ । ମାଆକୁ ଜୋରରେ କୁଣ୍ଢେଇ ପକେଇ ଚିତ୍କାର କରି ଉଠିଲା ମାଆ ତାକୁ ଶାନ୍ତ କରିବାକୁ ଚେଷ୍ଟା କଲେ,ପାଣି ଦେଲେ ପିଇବାକୁ । ପାଣି ପିଇ ସେମିତି କାନ୍ଦି କାନ୍ଦି ମାଆକୁ କାହୁଥାଏ –ମାଆ,ମୋ ସହ ଏମିତି କଣ ପାଇଁ ହେଉଛି ? ଏବେ ମତେ ଆଖି ବନ୍ଦ କରିବାକୁ ଭୟ ଲାଗୁଛି। ବହୁତ କଷ୍ଟ ହେଉଛି ମା,ଆଉ ସହି ପାରୁନି । ଏହା ଶୁଣି ମାଆ ତାକୁ ଚୁପ କରେଇ କହିଲେ,ସବୁ ଠିକ ହେଇଯିବ, ତୁ ଏସବୁ ଅଧିକ ଭାବେନା । ଏହା ଶୁଣି ମିନି ମାଆର ଆଖିକୁ ଅନେଇ କହିଲା – ମାଆ, ଦୀର୍ଘ 8 ବର୍ଷ ହେବ ମୋ ସହ ଏପରି ଘଟୁଛି । ନିଜର ଥକା ମେଣ୍ଟେଇବାକୁ ଯାଇ ଆଖି ବନ୍ଦ କରିବାକୁ ଚେଷ୍ଟା କଲେ ଅଜଣା ବ୍ୟକ୍ତିର ଦୁଃଖଦ ମୃତ୍ୟୁ ମୋ ଆଖିକୁ ଅତି ସ୍ପଷ୍ଟ ଭାବେ ଦେଖା ଯାଉଛି । ଲାଗୁଛି ଯେମିତି ସବୁ କିଛି ମୋ ଆଖି ଆଗରେ ଘଟି ଯାଉଛି । ବହୁ ଚିତ୍କାର କରୁଛି ତାକୁ ବଞ୍ଚେଇବାକୁ । ତାକୁ ସାହାଯ୍ୟ କରିବାକୁ ମୁଁ ଯିବାକୁ ପ୍ରୟାସ କଲେ ମଧ୍ୟ ବାରମ୍ବାର ବାରମ୍ବାର ବିଫଳ ହେଉଛି। ସବୁ କଥା ଶୁଣିବା ପରେ ମାଆ ତାକୁ କୁଣ୍ଢେଇ ପକେଇ ଶାନ୍ତ କରାଇଲେ । କିଛି ସମୟ ପରେ ମାଆ କହିଲେ –ଆଜି ତୁ କଲେଜ ଯିବୁନିକି ? ମିନି ମୁହଁ ଶୁଖାଇ କହିଲା – ନାଇଁ ମା, ଆଜି ମୋର କଲେଜ ଯିବାକୁ ଇଚ୍ଛା ହଉନି । ଏହା ଶୁଣି ମାଆ ତାକୁ ବୁଝାଇ କହିଲେ –ଶୁଣ, ଟିକେ ବାହାରେ ବୁଲି ଆସିଲେ ମନକୁ ଟିକେ ଭଲ ଲାଗିବା । ମାଆ କଥା ମାନି ମିନି କଲେଜ ପାଇଁ ପ୍ରସ୍ତୁତ ହେଲା । କିଛି ଟିକେ ଖାଇଦେଇ କଲେଜ ଯିବାକୁ ବାହାରିଗଲା। ବାଟରେ ଯାଉଥିବା ବେଳେ ତା ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ । ସେ ଦେଖୁଥିବା ସ୍ଵପ୍ନକୁ ପୁନର୍ବାର ଭାବିବାକୁ ଚେଷ୍ଟା କରୁଥାଏ । ପୁଣି ଭାବୁଥାଏ କଣ ଏସବୁ ଦୃଶ୍ୟ ସତ୍ୟ ? ନା ମନର କଳ୍ପନା ? ତାର ଉତ୍ତର କାହା ପାଖରେ ନଥିଲା । କିଛି ସମୟ ପରେ ସେ କଲେଜରେ ପହଞ୍ଚିଲା । ମୁହଁ ତାର ମଳିନ ଦେଖା ଯାଉଥାଏ । ଏହା ଦେଖି ତାର ସାଥି ମାନେ ତାର ଏପରା ଅବସ୍ଥାର କାରଣ ଜାଣିବାକୁ ପ୍ରୟାସ କାଲେ । ମିନି ଦେଖିଥିବା ସବୁ ଦୃଶ୍ୟ ତାର ବନ୍ଧୁ ମାନଙ୍କୁ କହିଲା । କିଛି ସମୟ ପରେ ଏସବୁ ଶୁଣି ତାର ସାଥିମାନେ ଜୋର୍ ଜୋର୍ ହସିବାକୁ ଆରମ୍ଭ କାଲେ । ଏସବୁ ମିନିକୁ ଭଲ ଲାଗୁନଥାଏ । ତାର ମାନସିକ ଯନ୍ତ୍ରଣାକୁ କେହି ଜାଣିପାରୁନଥାନ୍ତି । ସାଥିମାନଙ୍କ ଏପରି ବ୍ୟବହାର ଦେଖି ମିନି ସେଠାରୁ ଉଠି ଚାଲିଆସିଲା । କଲେଜ ବଗିଚାରେ ଯାଇ ନିରୋଳାରେ କିଛି ସମୟ ବସିଲା । ପୁଣି ଥରେ ସେସବୁ ଦୃଶ୍ୟ ତା ମନ ମଧ୍ୟକୁ ପ୍ରବେଶ କଲା । ଆଖି ବନ୍ଦ କଲେ ତାର ଜୀବନ୍ତ ଦୃଶ୍ୟ, ଆଖି ଖୋଲିଲେ ମନରେ ତାର ଦୃଶ୍ୟ, ଏହିସବୁ ଅନ୍ୟ ଆଗରେ କହିଲେ ସେମାନଙ୍କ ପରିହାସ ............ । ଏସବୁ ସହିବା ତା ପାଇଁ ବହୁତ କଷ୍ଟ ହେଇଯାଉଛି । କିଛି ସମୟ ପରେ କାହାକୁ କିଛି ନକହି ଚୁପ ଚାପ ଘରକୁ ଚାଲିଗଲା । ଘରେ ପହଞ୍ଚି ନିଜର ବ୍ୟାଗ ଟିକୁ ରଖିଦେଇ ସ୍ଥିର ହୋଇ ସୋଫା ଉପରେ ବସିଗଲା । ମାଆ ରୋଷେଇ ଘରୁ ବାହାରି ଆସି ଦେଖିଲେ ମିନି ନୀରବ ହେଇ ବସି ରହିଛି । ତାର ମା ପାଣି ଆଣି ମିନି ଦେଇ କହିଲେ – ମିନି, ଆଜି ତୁ ଏତେ ଶୀଘ୍ର କଲେଜରୁ ଚାଲି ଆସିଛୁ? ସବୁ ଠିକ ଅଛି ତ ? ହଉ, ଛାଡ ସେ କଥା ଆସେ କଣ ଟିକେ ଖାଇକି ବସି ପଢିବୁ । ମିନି ଏହା ଶୁଣି ମାର ହାତ ଧରି କହିଲା –ମାଆ, ମୁଁ ଆଉ କଲେଜକୁ ଯିବନି । ମୁ ଆଉ ପାଠ ପଢିବିନି । ଏପରି କହି କାନ୍ଦି କାନ୍ଦି ତାର ରୁମ ଭିତରକୁ ଚାଲିଗଲା ।
ମିନିର ଏମିତି ଅବସ୍ଥା ଦେଖି ମାଆ ଆଉ ସହିପାରିଲେ ନାହିଁ । ମିନି ମନରେ ଥିବା ଅନେକ ସ୍ଵପ୍ନକୁ ତାର ଏଇ ଅବାସ୍ତବ ସ୍ଵପ୍ନ ନଷ୍ଟ କରିଚାଲିଛି । ଏଇ ସମସ୍ୟାର ସମାଧାନ ପାଇଁ ତାର ଅନେକ ଥେରୋପୀ ଦିଆଗଲେ ମଧ୍ୟ ତାର ସୁଫଳ ମିଳୁନି। ତେଣୁ ମିନିର ମନୋବଳ ପୁଣି ଥରେ ବଢେଇବା ପାଇଁ ମାଆ ତାକୁ ଆଉ ଜେନ ନୂତନ ଥେରୋପିଷ୍ଟ ପାଖକୁ ନେଇଯାନ୍ତି । ଥେରୋପିଷ୍ଟ ସବୁ ଶୁଣନ୍ତି। ସେମାନଙ୍କୁ ଉତ୍ତର ଦବାକୁ ତାଙ୍କ ପାଖରେ କିଛି ନଥାଏ। କିନ୍ତୁ ସେ ଭାବନ୍ତି ଏହା କେବଳ ଗୋଟେ ମିଥ୍ୟା ସ୍ଵପ୍ନ ନୁହେଁ ମାତ୍ର ଏହା ବହୁତ ଭିନ୍ନ ଏବଂ ବିପଜ୍ଜନକ .......... ।
