Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

କ୍ଷୀର ଓ ସୁରା

କ୍ଷୀର ଓ ସୁରା

2 mins
7.5K


ସୁରା ମଦମତ୍ତ ହୋଇ କ୍ଷୀର ପ୍ରତି ବାକ୍ୟ ଆକ୍ରମଣ କରୁଥିଲା, “ଭୁଲରେ ତୋତେ କିଏ ଅମୃତ ନାମିତ କରିଦେଇଛି ଅଥବା ତୁ କେବେ ଦିନେ ଥିଲୁ; ଆଜିର ଦୁନିଆରେ ମୋର ଚାହିଦା ବେଶୀ୤ ତେଣୁ ଅମୃତ ନାମର ଦାବିଦାର ମୁଁ୤” କ୍ଷୀର ନମ୍ରତାର ସହ ଉତ୍ତରିଲା, ତୁ କେବେବି ଚାହିଦାଯୁକ୍ତ ନଥିଲୁ କି କେବେ ହୋଇପାରିବୁନି୤ ତୁ କିଛି ଲୋକଙ୍କ ସଉକ ମାତ୍ର; ହେଲେ ମୁଁ ଶିଶୁଠାରୁ ବୃଦ୍ଧ ଯାଏଁ ସଭିଙ୍କ ପ୍ରାଣ ରକ୍ଷାକାରୀ ତେଣୁ ମୋର ସମକକ୍ଷ ଦାବି ତୋର ବୃଥା ଆସ୍ଫାଳନ୤” ଅଟ୍ଟହାସ୍ୟେ ସୁରା କ୍ଷୀରକୁ ଇସାରା କଲା ଏକ ଦୃଶ୍ୟ ଆଡ଼କୁ୤

ଯୁବକଟି ସ୍ତ୍ରୀ ଯାଚୁଥିବା କ୍ଷୀର ଗ୍ଲାସକୁ ଫୋପାଡ଼ି ଦେଇ ମୁହାଁଇଲା ମଦଭାଟିକୁ୤ ଏକା ନିଶ୍ବାସକେ ଗ୍ଲାସେ ମଦ ପିଇ ଫୁର୍ତ୍ତି ଅନୁଭବ କଲା୤ କହିଲା, “ଦେଖିଲୁତ ଲୋକେ କିପରି ତୋତେ ଫୋପାଡ଼ି ମୋତେ ଆପଣାଉଛନ୍ତି ? ଆରେ ଏବେ ଗାଁ ଗାଁରେ ଦେଖ୍ କ୍ଷୀର ପାଇଁ ଗୋପାଳନ କେନ୍ଦ୍ର ନାହିଁ କି ଘରେ ଗାଇ ନାହିଁ୤ କିନ୍ତୁ ମଦଭାଟି ନିଶ୍ଚୟ ଥିବ୤ ତୋର ଚାହିଦା ଏତେ କମ୍ ଯେ ବିକ୍ରି ହୋଇପାରୁନୁ ବୋଲି ବିଚରା ଚାଷୀ ହତାଶ ହୋଇ ରାସ୍ତାରେ ଢାଳୁଛନ୍ତି୤ ଆଉ ମୋତେ ପାଇବା ପାଇଁ ..... ହେ... ହେ... ଲୋକେ ଖୋଜି ଖୋଜି ଠିକଣା ସ୍ଥାନରେ ପହଞ୍ଚି ଯାଉଛନ୍ତି୤ ତୋର ଅଧା ଲିଟର ପ୍ୟାକେଟର ମୂଲ୍ୟ୤ ମୋର ଶହେ ଗ୍ରାମର ଦାମ୍ ଠାରୁ ବି ସାମାନ୍ୟ୤ ତୁ କାହାକୁ ନେଇ ଗର୍ବ କରୁଛୁ?” କ୍ଷୀର ସ୍ମିତହସି କହିଲା, “ଗର୍ବ ତ ମୋର କେବେ ବି ନଥିଲା୤ ବରଂ ତୁ ଦିନକୁ ଦିନ ଅଧିକ ଗର୍ବି ହୋଇଯାଉଛୁ୤ ଏଇ ଦେଖ୍ ତୋତେ ଗ୍ରହଣ କରିଥିବା ଲୋକର ଅବସ୍ଥା କ’ଣ?” ଲୋକଟି ଅର୍ଦ୍ଧ ନଗ୍ନ ହୋଇ ଅଣାୟତ ହୋଇପଡୁଥିଲା୤ ପଥଚାରୀମାନେ ମୁହଁ ବୁଲେଇ ଦୂରେଇ ଯାଉଥିଲେ୤ ରାସ୍ତା କଡ଼ ଅସନାରେ ପଡ଼ି ମନକୁ ମନ ଗପୁଥିଲା୤ ମଦର ପ୍ରଭାବ ସାମାନ୍ୟ ହେବା ପରେ ଘରେ ଯାଇ ସମସ୍ତଙ୍କୁ ମାରଧର କରିବାକୁ ଉଦ୍ୟତ ହେଲା୤ କ୍ଷୀର ଇସାରା କଲା ସୁରାକୁ, “ଦେଖିଲୁତ ସମାଜରେ ମଦ୍ୟପ କେତେ ବିଶୃଙ୍ଖଳିତ?” ସୁରା ଅଟ୍ଟହାସ୍ୟ କରି କହିଲା, “ମୋର ଗୋଟିଏ ମାତ୍ର ଭକ୍ତ ତୋର ଅନେକ ଭକ୍ତଙ୍କୁ ନାକେଦମ କରି ପକେଇଲାଣି୤” ଏହିପରି ପ୍ରତିଦିନ ସୁରା ନିଜର ବଡିମା ବଖାଣି ଆତ୍ମହରା ହୋଇପଡୁଥିଲା୤ କ୍ଷୀର କିନ୍ତୁ ଆଦୌ ବିଚଳିତ ନୁହେଁ୤

ଦିନେ ସେହି ଯୁବକଟି ରୋଗଗ୍ରସ୍ତ ହୋଇ ମୁମୂର୍ଷୁ ଅବସ୍ଥାରେ ଡ଼ାକ୍ତରଖାନାରେ ଶଯ୍ୟାଶାୟୀ ହେଲା ୤ ଡ଼ାକ୍ତର କହିଲେ, "ଅତ୍ୟଧିକ ମଦ୍ୟପାନ ଯୋଗୁଁ ତୁମର ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ ନଷ୍ଟ ହେବାକୁ ବସିଲାଣି୤ ଉପଯୁକ୍ତ ଚିକିତ୍ସା ନକଲେ ମାତ୍ର କେଇ ଦିନ ମଧ୍ୟରେ ପ୍ରାଣହାନି ହୋଇପାରେ୤ ମଦ୍ୟପାନ କରି ସର୍ବସ୍ବାନ୍ତ ହୋଇଥିବା ଯୁବକଟିର ଚିକିତ୍ସା ପାଇଁ ସମ୍ବଳ ନଥିଲା୤ ସେ କେତେ ଲୋକଙ୍କ ପାଖରେ ଗୁହାରି କଲା୤ ହେଲେ ସମସ୍ତେ କହିଲେ, “ମଦୁଆକୁ ବିଶ୍ୱାସ ନାହିଁ୤” ବାପା, ମାଆ, ସ୍ତ୍ରୀ ଅନ୍ୟକୁ ନେହୁରା ହୋଇ କିଛି ସମ୍ବଳ ସଂଗ୍ରହ କଲେ୤ ଚିକିତ୍ସା ପରେ ମଦ ସଂପୂର୍ଣ୍ଣ ବାରଣ କରାଗଲା୤ ଔଷଧ ଓ ଖାଦ୍ୟ ସହ ପ୍ରତ୍ୟହ ଦୁଇ ଗ୍ଲାସ କ୍ଷୀର ପିଇବାକୁ ପରାମର୍ଶ ଦିଆଗଲା୤ କ୍ଷୀର ହସି ହସି କହିଲା, “ତୁ ଜୀବନ ନେଇପାରୁ ଆଉ ମୁଁ ଜୀବନ ଦେଇପାରେ୤ ସୃଷ୍ଟିର ଆଦ୍ୟ ଓ ଅନ୍ତିମ ପାନୀୟ ମୁଁ୤ ମୁଁ କାହାରି ନିକଟରେ ବି ଅଛୁଆଁ ନୁହେଁ୤ ତୁ ମୁଷ୍ଟିମେୟ ଯୁବଗୋଷ୍ଠୀର କୁପଥର ପ୍ରବେଶ ଦ୍ବାର୤” ସୁରା ନିକଟରେ ଆଉ କିଛି ଯୁକ୍ତି ନଥିଲା୤ ସେ ମଧ୍ୟ ବୁଝି ସାରିଥିଲା ଯେ ସେ କ୍ଷୀର ସହ କେବେ ବି ତୁଳନୀୟ ନୁହେଁ୤ କ୍ଷୀରକୁ ଅମୃତ କହିବା ଯୁକ୍ତିଯୁକ୍ତ୤


Rate this content
Log in