ଉଚ୍ଚାଭିଳାଷୀ ମୃତ୍ୟୁଞ୍ଜୟ
ଉଚ୍ଚାଭିଳାଷୀ ମୃତ୍ୟୁଞ୍ଜୟ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମୃତ୍ୟୁଞ୍ଜୟ ଡାକ୍ତରଖାନାରେ ଜନ୍ମ ହେଲାବେଳେ ଦୁଇଟି ଗୋଡ ନଥିଲା। ପରିବାର ଲୋକେ ଦେଖି ଦୁଃଖରେ ଭାଙ୍ଗି ପଡିଥିଲେ । ହେଲେ ଅମୀୟ ବାବୁ ଖୁସୀରେ ଆତ୍ମହରା ହୋଇଯାଇଥିଲେ । କାରଣ ମା’ କାଞ୍ଚନ ବହୁତ ଓଷା ଓ ଉପାସବ୍ରତ ଠାରୁ ଆରମ୍ଭ କରି ପୁଅଟିକୁ ପାଇଛି ।
ମୃତ୍ୟୁଞ୍ଜୟର ବାପା ଅମୀୟ କୁମାର ମିଶ୍ର । ସେ ଆଖପାଖ ୫ ଖଣ୍ଡ ଗାଁରେ ଡାକନ୍ତି ବାବୁନି । ଅମୀୟ ବାବୁଙ୍କର ଅଚଳାଚଳ ସମ୍ପତ୍ତି ଗାଡିମୋଟର ଠାରୁ ଆରମ୍ଭ କରି ବ୍ୟାଙ୍କ ବାଲାନ୍ସ ଏମିତି ଅନେକ ।ହେଲେ ଘର କହିଲେ କେବଳ ଅମୀୟ ବାବୁ ଓ ମୃତ୍ୟୁଞ୍ଜୟ । ମା’ ଜନ୍ମ ଦେଲା ସିନା ହେଲେ କିଛିଦିନ ପରେ ଆରପାରିକୁ ଚାଲିଗଲା ।
ମା’ଙ୍କର ଦେହାନ୍ତ ପରେ ମୃତ୍ୟୁଞ୍ଜୟ କେବେବି ଭାଙ୍ଗି ପଡିନାହାନ୍ତି । କାରଣ ବାପାଙ୍କର ପ୍ରେରଣାରେ ଯେଉଁ ସ୍ନେହ, ମମତା ଓ କୋଳାଗ୍ରତର ମିଠା କେଇପଦ ଶବ୍ଦ ଭରପୁର ରହିଥାଏ । ତାର ବାସ୍ନାକୁ ଅତିକ୍ରମ କରି ସେ ଦୂର ପାହାଡର ଶୀର୍ଷ ଶିଖରେ ପହଞ୍ଚି ପାରିଛନ୍ତି ।
ମୃତ୍ୟୁଞ୍ଜୟ ପିଲାଟି ବେଳୁ ସବୁ କାମରେ ପାରଙ୍ଗମ ଥିଲେ। ଘାସ କାଟିବା ଠାରୁ ଘୋଡା ଚଢିବା ଯାଏ । ସେ ଦିବ୍ୟାଙ୍ଗ ହେଲେ ମଧ୍ୟ ଯାଦୁଗର ସାଜି ନାଚ, ଗୀତ ଓ ଚିତ୍ରାଙ୍କନକୁ ବେଶ୍ ଗୁରୁତ୍ବ ଦେଉଥିଲେ । ଚିତ୍ର ଆଙ୍କିବା ଶୈଳୀ ବେଶ୍ ଭାବେ ଜଣାଥିଲା । ସ୍ମୁଲରେ ପଢିଲା ବେଳେ ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପୁଅର ଏ ସବୁ କୃତିତ୍ବ ଦେଖି ଅମୀୟ ବାବୁଙ୍କ ଖୁସୀ କହିଲେ ନ ସରେ । ଏମିତି ଅନେକ ଦିନ ବିତିଲା ପରେ ମୃତ୍ୟୁଞ୍ଜୟ ଚାରୁକଳା ମହାବିଦ୍ୟାଳୟରେ ପାଠ ପଢିଲେ । ନିଖୁଣ କଳାର ପାରିଦର୍ଶିତାରେ ସମସ୍ତଙ୍କୁ ବାନ୍ଧି ରଖିଲେ ।
ମୃତ୍ୟୁଞ୍ଜୟଙ୍କର ଦେଖାଶୁଣା କରିବା ପାଇଁ ଘରେ ଜଣେ ଚାକରାଣୀର ସୁବ୍ୟବସ୍ଥା କରାଗଲା । ହେଲେ ଅମୀୟ ବାବୁ ପୁଅ ମୃତ୍ୟୁଞ୍ଜୟର ସବୁ ଦେଖାରଖା କରନ୍ତି । ଖାଇବା ଠାରୁ ଆରମ୍ଭ କରି ଦେହର ଯତ୍ନ ଯାଏ । କଥାରେ ଅଛି କର୍ମ ଅନୁସାରେ ଫଳ । ଅମୀୟ ବାବୁଙ୍କ ବୟସର ଅତିକ୍ରମ ପରେ ଯେଉଁ ସବୁ ସମ୍ପତ୍ତି ଥିଲା ପୁଅ ସେ ଟଙ୍କାରେ ଏକ ‘କଳା ବିକାଶ’ ସଂସ୍ଥା କରି ଗରିବ ପିଲା ମାନଙ୍କୁ ଚିତ୍ରାଙ୍କନ ଓ ନାଚ ଗୀତ ଭଳି ଅନେକ ଶିକ୍ଷା ପ୍ରଦାନ କଲେ ।
ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଆଗରେ ସବୁ ହାରମାନେ । ଏଇ ଯେମିତି ମୃତ୍ୟୁଞ୍ଜୟ । ସବୁଆଡେ ଚର୍ଚ୍ଚା ଚାଲିଲା ଅମୀୟ ବାବୁଙ୍କ ପୁଅ ଭଲ ଚିତ୍ର କରନ୍ତି । ଯେମିତି ଚିତ୍ରରୁ ଦେଖିଲେ ଜଣାପଡେ ଯେ ପ୍ରକୃତିର ଜ୍ବଳନ୍ତ ଚେହେରାରେ ଚିତ୍ରର ରୂପରେଖକୁ ବର୍ଣ୍ଣନା କରୁଛି ।
ଧୀରେ ଧୀରେ ମୃତ୍ୟୁଞ୍ଜୟଙ୍କ କଳାକୃତି ବେଶ୍ ଲୋକପ୍ରିୟତା ହାସଲ କଲା । ଯେମିତି ଦିଲ୍ଲୀରୁ ପଲ୍ଲୀକୁ ଚିଠି ଖଣ୍ଡେ ଆସେ । ଠିକ୍ ସେହିପରି ରାଷ୍ଟ୍ରପତି ଭବନରୁ ଏକ ଖବର ଆସି ଅମୀୟ ବାବୁଙ୍କ ଘରେ ପହଞ୍ଚିଲା । ସେ ଚିଠିରେ ଏମିତି କିଛି ବର୍ଣ୍ଣନା ହୋଇଥିଲା...
ମୃତ୍ୟୁଞ୍ଜୟ ଜଣେ ଦିବ୍ୟାଙ୍ଗ, ହେଲେ ତାଙ୍କର ଚିତ୍ରାଙ୍କନ ବେଶ ରୋମାଞ୍ଚକ ଓ ମନ୍ତ୍ରମୁଗ୍ଧ । କଳା କ୍ଷେତ୍ରରେ ଜଣେ ସୁପ୍ରତିଷ୍ଠିତ କାଳଜୟୀ । ତେଣୁ ତାଙ୍କୁ ‘ଭାରତ ରତ୍ନ’ ଉପାଧିରେ ସମ୍ମାନୀତ କରାଯିବ ।
ଏଭଳି ଖବର ଶୁଣିବା ପରେ ବାପା ଛଳଚଳ କରି ଆଖିରୁ ଲୁହ ବୁହାଇ କହିଲେ । ଯେଉଁମାନେ ଦିନେ ମୃତ୍ୟୁଞ୍ଜୟକୁ ଦିବ୍ୟାଙ୍ଗର ଆକ୍ଷା ଦେଇଥିଲେ । ସେମାନେ ବୁଝିବା ଦରକାର ଯେ, ପ୍ରତି ବାପା ଓ ମା’ଙ୍କର ଆର୍ଶିବାଦରୁ ସବୁ ସମ୍ଭବ ହୋଇଥାଏ । ଏଥିରୁ ସ୍ପଷ୍ଟ ଭାବେ ଜଣା ପଡେ ଯେ, ଅମୀୟ ବାବୁଙ୍କ ପ୍ରେରଣାରେ ଆଜି ସବୁ ସମ୍ଭବ ହୋଇପାରିଛି ।
ସଂସ୍କୃତରେ ଏକ ଶବ୍ଦ ବର୍ଣ୍ଣିତ ଅଛି ।‘ପଙ୍ଗୁ ଲଂଘୟତେ ଗିରି’ ଅର୍ଥାତ ଜଣେ ମଣିଷର ଯଦି ଗୋଡ ନଥାଇ ସୁଉଚ୍ଚ ପାହାଡକୁ ଅତିକ୍ରମ କରିପାରୁଛି । ତାଠାରୁ ଆଉ କଣ ଆଶା କରାଯାଇପାରେ । ଜୀବନରେ ଯେତେ ଦୁଃଖ ଝଡ ଝଞ୍ଜା ଆସିଲେ ମଧ୍ୟ ତାକୁ ଯଦି ହସି ହସି ଆଗକୁ ଚାଲିବ । ତା’ ହେଲେ ଯେତେ ବିପଦ ଆସିଲେ ମଧ୍ୟ ତାକୁ ସାମ୍ନା କରିବାକୁ ପଡିବ ।
ଦିଲ୍ଲୀରୁ ମୃତ୍ୟୁଞ୍ଜୟ ଫେରିବା ପରେ ଆଖପାଖ ଗାଁର ବିଭିନ୍ନ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସାଂସଦ ଓ ବିଧାୟକ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କଲେ । ଚାରିଆଡେ ଏଭଳି ପ୍ରଚାର ପ୍ରସାର ହେବାକୁ ଲଗିଲା । କିଛି ବୟସ୍କ ଲୋକ ଶୁଣିବା ପରେ ଭୂୟଶୀପ୍ରଶଂସା କଲେ।
ଗଣମାଧ୍ୟମରେ ପ୍ରଚାର ହେଲା । କିଛି ନ୍ୟୁଜ ଚ୍ୟାନେଲ ମୃତ୍ୟୁଞ୍ଜୟଙ୍କୁ ପ୍ରଶ୍ନ କରିଲେ । ଏ ସଫଳତାର ଶ୍ରେୟ କାହାକୁ ଦେବେ ।
ମୃତ୍ୟୁଞ୍ଜୟ କହିଲେ ମୁଁ ଡାକ୍ତରଖାନାରେ ଜନ୍ମ ହେଲାବେଳେ ଡାକ୍ତର କହିଲେ ଗୋଡ ଦୁଇଟି ନାହିଁ । ହେଲେ ମୋ ବାପା କିଛି ବୁଝିବା ପୂର୍ବରୁ ମୋତେ ହସି ହସି କୋଳାଗ୍ରତ କରି କହିଲେ । ମୋ ପୁଅ ଦିନେ ନା ଦିନେ ଏ ଦେଶର ନାଁ ରଖିବ ।
ସେଦିନ ଯଦି ପରିବାରଙ୍କ କଥରେ ପଡି ମୋତେ ରାସ୍ତାକଡ ଡ୍ରେନକୁ ଫିଙ୍ଗି ଦେଇଥାନ୍ତେ । ହୁଏତ ଏଭଳି ସଫଳତା ମୋ ଭାଗ୍ୟରେ ନଥାନ୍ତା । ଛାତିରେ ହାତ ରଖି କହିଲେ ସବୁ ପୁଅ ଯଦି ବାପାଙ୍କର ଆର୍ଶିବାଦ ଲୋଡନ୍ତେ ହୁଏତ ଚାଲିବାର ରାସ୍ତାରେ କଣ୍ଟା ନ ପଡି ଫୁଲର ପାଖୁଡା ହୁଅନ୍ତା ।
ବାପା ହିଁ ମୋର ପ୍ରେରଣା ଓ ଜୀବନ ଡଙ୍ଗାରେ ବାପା ଯଦି ନାଉରୀ ହୁଅନ୍ତି ମୁଁ ତାଙ୍କର ନୌକା।