Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭାଇ
ଭାଇ
★★★★★

© Rashmita Satyashovan

Others

5 Minutes   289    10


Content Ranking

ଶ୍ରାବଣର ଘନ ଘନ ବର୍ଷା ଧାରା ପରି ଆଜି ଶ୍ୟାମଳୀ ଆଖିରୁ ଲୁହ ଝରି ଯାଉଛ।ନିଜକୁ ଧିକାର କରୁଛି। ଅନୁତାପର ନିଆରେ ଜଳି ଯାଉଛି। ଖାଲି ଭଗବାନଙ୍କୁ ଡାକୁଚି ତା ଭାଇ ଭଲ ହେଇ ଯାଉ। ତା ଭାଇ ପରି ଦୁନିଆରେ କେହି ନାହିଁ। ହାତରେ ଧରିଛି ଗୋଟେ କପଡା ପୁଟୁଳି। ସେଥିରେ ଭାଇର ରାଖୀ ଉପହାର।ସବୁଠୁ ସୁନ୍ଦେର ଦୁଇଟି ରୁପା ଚୁଡ଼ି। ଏତେ ଦିନ ପରେ ତା ଭୁଲ ବୁଝି ପାରିଛି। ଭଉଣୀର ଖୁସିକୁ ଯିଏ ସୁରକ୍ଷିତରଖେ ଦୁଃଖ ଠୁ ବହୁତ ଦୂରରେରଖେ। ପାଖେ ପାଖେ ଥାଏ ସବୁ ବିପଦ ରୁରକ୍ଷା କରେ। ନିଜର ନ ହେଇ ବି ଯିଏ ନିଜ ଲୋକ ଠୁ ଅଧିକ ନିଜର ହେଇ ଭଲ ପାଏ। ସେ ହିଁ ଭାଇ। ବାପା ଆଉ ମାଆ ଙ୍କର ସ୍ନେହ ଆଉ କର୍ତଵ୍ୟର ଛାଇ। ସେ ଭାଇ।।

ସୀତାକାନ୍ତ ବାବୁ ଙ୍କର ପ୍ରଥମ ସ୍ତ୍ରୀ ଙ୍କ କୋଳରୁ ଜାତ ଏକ ପୁତ୍ର ସନ୍ତାନ। ପୁଅକୁ ଯେବେ ବରଷେ ପୁରିଛି ଦୁର୍ଗା ଦେବୀ ଙ୍କର ଅସାଧ୍ୟ ରୋଗରେ ମୃତ୍ୟୁ ହେଲା। ଏତେ ଛୋଟିଆ ମା ଛେଉଣ୍ଡ ପିଲାଟେ କେମିତି କିଏ ପାଳିବ। ଘରେ ବୁଢ଼ୀ ମା ଟିଏ ସିଏ ପୁଣି ରୋଗୀଣା। ବାଧ୍ୟ୍ୟ ହୋଇ ସୀତାକାନ୍ତ ବାବୁ ଆଉ ଥରେ ବିବାହ ବନ୍ଧନରେ ବନ୍ଧା ହେଲେ।ରମା ଦେବୀ ପୁଅକୁ ବହୁତ ଭଲ ପାଇଲେ। ଅସଜଡ଼ା ଘର ଟିକୁ ସଜାଡି ନେଲେ। ସମୟ ପରେ ସମୟ ବିତିଗଲାଣି ।ବୁଢ଼ୀ ମା ଟା ଦିନେ ଦିନେ ଖାଉ ଖାଉ ତଳକୁ ଗଡି ପଡିଲା ଯେ ଆଉ ଉଠିଲାନି। ତାପରେରମା ଦେବୀ ଙ୍କର କୋଳରେ ଦୁଇଟି ପିଲା ହେଲେଣି। ସେଥିପାଇଁ ବୋଧେ ରାଜୁ ପ୍ରତି ତାଙ୍କର ସ୍ନେହ କମି ଗଲାଣି। ରାଜୁ ରୁ ସେ ଏବେ ରାଜୁଆ ହେଇ ଗଲାଣି। ସ୍କୁଲ ଗଲେବି ଘରର ସବୁ କାମ ଧନ୍ଦା ରାଜୁ କରେ।ଶେଷରେ କାମ ପାଇଁ ସମୟ ନ ହେବାରୁ ମା ସ୍କୁଲ ବନ୍ଦ କରି ଦେଲେ।ରମା ଦେବୀ ଙ୍କର ଦୁଇ ପିଲା ମଧ୍ୟରୁ ଶ୍ୟାମଳୀ ବଡ ତାପରେ ଶ୍ୟାମ ସୁନ୍ଦର। ମା ଙ୍କର ଭାରି ଗେଲ୍ହା।

ଯେତେ ବେଳେ ଶ୍ୟାମଳୀ ଜନ୍ମ ହେଲା ରାଜୁ ଖୁସିରେ ଗାଁ ସାରା ନାଚି ନାଚି ବୁଲିଲା। କି ତାର ଭଉଣୀ ଟିଏ ଆସିଛି। ତାକୁ ରାଖୀ ବାନ୍ଧିବ। ଟା ସହ ଖେଳିବ। ଭାଇ ଭାଇ ବୋଲି ଡ଼ାକିବ।

ହେଲେ ରାଜୁର ଇଚ୍ଛା ଇଚ୍ଛାରେରହି ଗଲା। ଛୋଟ ବେଳେ ତ ଶ୍ୟାମଳୀ ତାକୁ ଭାରି ଭଲ ପାଉଥିଲା। ହେଲେ ମାରମା ଦେବୀ ଙ୍କ ସଂସ୍ପର୍ଶରେ ଆସି ତା ଠୁ ଦୁରେଇ ଦୁରେଇରହିଲା। ବଡ ଭାଇ ହେଲେ ବି ନା ଧରି ଡାକେ "ରାଜୁଆ ସ୍କୁଲ ବେଗ ଆନ ଏ ରାଜୁଆ ଶୁଭୁନି କି । ରାଜୁକୁ ଦୁଃଖ ହେଲେ ବି ସେ ତା ଭଉଣୀକୁ ଭାରି ଭଲ ପାଏ।ଶ୍ୟାମଳୀର କିଛି ଅସୁବିଧା ହେଲେ ଆଗେ ତାକୁ ଠିକ କରିଦିଏ। ଭଉଣୀର ଦେହ ଖରାପ ରାତି ରାତି ତା ମୁଣ୍ଡ ପାଖରେ ଜଗି ବସେ। ସେ ସ୍ନେହରେ ତାର ସବୁ କାମ କରି ପକାଏ। ଯୁଆଡେ ଯାଏ ତା ପାଇଁ କିଛି ନା କିଛି ଆଣି ଥାଏ। ଶ୍ୟାମଳୀ ରାଜୁଆକୁ ମୂର୍ଖ ବୋଲି ଭାବେ ତା ସାଙ୍ଗ ମାନ ଙ୍କ ଆଗରେ ପରିଚୟ ବି କରାଏନା। ଭାରି ଘୃଣା କରେ ସାବତ ଭାଇ ବୋଲି। ହେଲେ ରାଜୁଆ ତା ଘୃଣା ଠୁ ଅଧିକା ତାକୁ ଭଲ ପାଏ। ହେଲେ ବୁଝି ପାରେନି ତା ଘୃଣା କରିବାର କାରଣ କଣ। ସବୁ ବର୍ଷ ପରି ଏ ବର୍ଷ ବି ରାଖୀ ପୁର୍ଣିମା ଆସିଲା। ରାଜୁ ଏଥର ତା ପଇସା ବାପା ଯାହା ଦିଅନ୍ତି ଖର୍ଚ ପାଇଁ ବଂଚେଇ ତା ଭଉଣୀ ପାଇଁ ରୁପାର ଚୁଡ଼ି ଦି ପଟ ଆଣିଛି। ହେଲେ ସବୁ ବର୍ଷ ପରି ଶ୍ୟାମଳୀ ରାଜୁଆକୁ ଆଜି ବି ରାଖୀ ବାନ୍ଧିନି। ତା ନିଜ ଭାଇ ଶ୍ୟାମକୁ ବାନ୍ଧି ମିଠା ଖୋଇ ଦଉଚି। ରାଜୁକୁ ଏଥର ଭାରି କଷ୍ଟ ହେଇଛି। ସବୁ ବର୍ଷ ପରି ଗା ମୁଣ୍ଡରେ ଥିବ ବର ଗଛ ମୂଳରେ ବସି ବହୁତ କାନ୍ଦିଛି। ଉପରକୁ ଅନେଇ ତା ମାକୁ ଅନୁରୋଧ କରୁଛି ମା ମୋତେ ତ ପାଖକୁ ନେଇ ଜାଲ। ଏଠି କେହି ମୋତେ ଭଲ ପାଉ ନାହାନ୍ତି। ଜନ୍ମ ପରେ ମା ମରିଗଲା ବୋଲି ଗାଁର ଲୋକ ଘରେ ପୁରେଇ ଦିଅନ୍ତିନି। ବାପା ଭଲ ପାଇଲେ ବି ମା ଡରରେ କିଛିକୁହ ନ୍ତିନି। ଏକୁଟିଆ ହେଇରହିବା ଠୁ ମୋତେ ତୋ ପାଖକୁ ନେଇ ଯା ଲୋ ମାଆ ବୋଲି ଚିତ୍କାର କରି ନିଜକୁ ଧିକାର କରୁଛି। ନିରୀହ ମୁହଁରେ ଲୁହର ଧାରା ବହି ଯାଉଛି। କାନ୍ଦି କାନ୍ଦି ହୃଦୟ ବାଷ୍ପ ରୁଦ୍ଧ ହେଇ ଯାଉଛି। କାଳେ ତା ମା ଥାନ୍ତା କି ପାଖରେ କୋଳରେ ମୁଣ୍ଡ ଟିକେରଖି ଦିଅନ୍ତା। ଏତେ ବଡ ଦୁନିଆରେ ତା ମୁଣ୍ଡରେ ହାତରଖିବାକୁ କେହି ନାହିଁ।

ଏଥର ବୋଧେ ତା ମାଆ ତା କଥା ଶୁଣି ପାରିଛି। ସ୍କୁଲ ପାଖର ବାଉଁଶ ପୋଲୋ ତା ଆଜି କାହିଁ ଅଡୁଆ ଅଡୁଆ ଲାଗୁଚି। ରାଜୁ ଶ୍ୟାମଳୀକୁ ନବା ପାଇଁ ସବୁ ଦିନ ପରି ପୋଲୋ ଆର ପାରିରେ ବସିରହିଛି। ସ୍କୁଲ ସରିଲା ପରେ ପିଲା ମାନେ ଦୌଡ଼ି ଦୌଡ଼ି ବାହାରି ଆସୁଛନ୍ତି। ସବୁ ଆସି ସାରିଲେଣି ଆଉ ବୋଧେ 4 ଜଣ ଆସୁଛନ୍ତି। ହଠାତ ବାଉଁଶ ପୋଲୋ ଟା କଡ କଡ ହୋଇ ଭାଙ୍ଗି ପଡୁଛି। ହଠାତ ଅଧାରୁ ଭାଙ୍ଗି ଭାସି ଗଲା। ସେ ଚାରି ଜଣ ଭିତରେ ଶ୍ୟାମଳୀ ବି ଅଛି ସେମାନେ ବି ଆଖି ପିଛୁଳାକେ ଭାସି ଗଲେ। ଆଜି ଆଉ ଭାସି ଯାଉ ଯାଉ ଆଜି ରାଜୁ ନୁହଁ ଭାଇ ବୋଲି ଡାକୁଛି। କିଛି ବିଚାର ନକରି ପାଣିକୁ ଡେଇଁ ପଡିଲା ରାଜୁ। ବହୁତ କଷ୍ଟରେ ତିନି ଜଣଙ୍କୁ ବଂଚେଇଲା। ପୁଣି ପାଣିକୁ ଡେଇଁ ଆଉ ଜଣ ଖୋଜିବାକୁ ଯାଇ ଖୋଜି ଆଣିଲା ହେଲେ ପାଣିରୁ ଉଠୁ ଉଠୁ ଆଗେ ଶ୍ୟାମଳୀକୁ ଧରି ମୁଣ୍ଡରେ ହାତ ବୁଲେଇ ପୁଟୁଳି ଟିଏ ଦେଇ ନିଶ୍ଚିନ୍ତ ହେଇ ଆଖି ବନ୍ଦ କରି ପଡି ଯାଇଛି ଯେ ଆଉ ଉଠୁନି। ଶ୍ୟାମଳୀ ଭାଇ ଭାଇ ବୋଲି ଡାକୁଚି। ତା ମୁହଁରେ ଆଜି ଅଲଗା ପ୍ରକାରର ଶାନ୍ତି ଶୋଇରହିଛି । ଶ୍ୟାମଳୀ ହାତକୁ ଜାବୁଡି ଧରିଛି। କିଛି ସମୟ ପରେ ଆମ୍ବୁଲାନ୍ସ ଆସି ଡାକ୍ତରଖାନା ନେଇ ଯାଇଛି।

 ବାହାରେ ଜଗି ବସିଛନ୍ତିବାପା ମା ଭଉଣୀ ସାନ ଭାଇ। ଗାଁ ଲୋକ। ସବୁ ଆଜି ଅନୁତପ୍ତ। ତାକୁ ଅଶୁଭ ଭାବୁଥିବା ଲୋକ ମାନ ଙ୍କ ପିଲାଙ୍କୁ ବଂଚେଇ ନୂଆ ଜୀବନ ଦେଇଚି। ସମସ୍ତେ ହାତ ଯୋଡି ଠାକୁରଙ୍କୁ ଡାକି ଚାଲି ଛନ୍ତି। ହେଲେ ସବୁଠୁ ପ୍ରିୟ ଭଉଣୀ ଆଜି ପଥର ପାଲଟିଛି। ତା ଭାଇକୁ ହରେଇବା ଭୟ ଆଜି କାହିଁ ତାକୁ ବ୍ୟସ୍ତ କରେଇ ଦଉଛି।

ପାଗିଲି ପରି ହେଇ ଯାଉଛି ଆଜି ସେ।  ହେଲେ କିଏ ଜାଣିଛି ସେ ଫେରିବ କି ନାହିଁ। ଯଦି ସେ ନ ଫେରିବ ତାହାଲେ ଦୁନିଆରେ ଆଉ କେହି ଭାଇ ପରି ପ୍ରିୟ ନାହିଁ। ପ୍ରାର୍ଥନା କରି ଚାଲିଛି। ଭଗବାନ ବୋଧେ ପ୍ରାର୍ଥନା ଶୁଣିଛନ୍ତି। ଡାକ୍ତର ଆସି କହୁଛନ୍ତି ବଞ୍ଚି ଯିବ ବୋଲି। ଏକଥା ଶୁଣି ଟିକେ ଥୟ ଧରିଛି ତଥାପି ଅନୁତାପର ଅଶ୍ରୁ ବନ୍ଦ ହେଇନି। ମାଆ ବି ନିଜର ଭୁଲ ବୁଝି ପାରିଛନ୍ତି। କିପରି ନିଜର ପୁଅ ଆଉ ଶ୍ୟାମଳୀର ଭାଇକୁ ଘରକୁ ଫେରେଇନେବେ ବ୍ୟସ୍ତ ହେଇ ପଡୁଛନ୍ତି ସେ ବି।।

ଦୁନିଆର ସବୁଠୁ ଅମୁଲ୍ୟ ହେଲା ଭଲ ପାଇବା। ନିଷ୍କପଟ ଭଲ ପାଇବା। କେବେ ବାପା ରୂପରେ ମିଳେ କେବେ ମାଆ ରୂପରେ ତ କେବେ ଭାଇ ରୂପରେ ଯୋଉ ରୂପରେ ବି ମିଳୁ ସେ ଅମୁଲ୍ୟ। ତାର ଅପମାନ କରିବା କେବେବି ଠିକ ନୁହଁ କାହିଁକି ନା ଏ ବିଶାଳ ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯାହାକୁ ବି କୋଉ ରୂପରେ ବି ମିଳିନି।।

 ଜୟ ମା ଦୁର୍ଗା

 Rashmitta

ଭାଇ ଲୁହ ଅନୁତାପ

Rate the content


Originality
Flow
Language
Cover design

Comments

Post

Some text some message..