ନାରୀଟିଏ...
ନାରୀଟିଏ...
ନାରୀଟିଏ ପରି କଷଣ ଯେ ସହେ
ଦୁନିଆ ରେ କିଏ ଅଛି
ଜନମ କାଳରୁ ଦୁଃଖ ପାଇପାଇ
ଆଖି ଲୁହ ପୋଛିପୋଛି ।
କିଏ ଅଛି ଯିଏ ଦୁଃଖ କୁ ନିଜର
ଗଳା ମାଳି କରି ପିନ୍ଧିଛି
ସାରା ଜୀବନ କୁ ପର ପାଇଁ ଯିଏ
ତିଳ ତିଳ କରି ବାଣ୍ଟିଛି ।
କଅଣ ପାଇଛି କଅଣ ହାରିଛି
ନା କିଏ କେବେ ବୁଝିଛି
ନାରୀ ବେଦନାକୁ କେଉଁ ଦେବ ନାହିଁ
ଲାଘବ ଯେ କରି ପାରିଛି ।
ହାତ କଟିଗଲେ ରକ୍ତ ବୋହିଗଲେ
ତୁମେ କଷଣେ ପାରନା ରହି
ମାସିକ ଧରମେ ପାଞ୍ଚ ଦିନ ଆହା
କେତେ ଲୁହ ଯାଏ ବୋହି ।
ବଞ୍ଚି ଥାଉଁଥାଉଁ କେବେ କିଏ ଅବା
ବାପା ମାଆ ଙ୍କର ପିଣ୍ଡ ଦେଇଛ
ନାରୀ ଟିଏ ଯେବେ ବିବାହ କରଇ
ତା ଆଖି ଲୁହ କୁ ବୁଝିଛ ?
ଶତ ଚେଷ୍ଟା କଲେ କେହିକି ପାରିବ
ମମତା ର ମୂଲ ଦେଇ
ବକ୍ଷ ରୁ ରୁଧିର କେହି କେବେ ଅବା
ପାରିବକି ଢାଳିଦେଇ ।
ଦୀପ ପରି ଯିଏ ଜଳିଜଳି ଯାଏ
ଅନ୍ୟ କୁ ଆଲୋକ ଦେଖାଇ
ନିଜ ଜୀବନକୁ ଅନ୍ଧକାରେ ରଖି
ଦୁଃଖ ରୂପୀ ତେଲ ପିଇ ।
ସନ୍ତାନ ଆଶାରେ ରିଷ୍ଟ ଖଣ୍ଡନ
ଓଷା ଆଉ ବ୍ରତ ପାଳିଛି
ଭୋକ ଉପବାସେ ଘର କାମ ଯେତେ
ସେବା ଶୁଶ୍ରୁଷା କେ କରିଛି ?
କେବେ ଦେଖିଛକି ସ୍ତ୍ରୀ ଟିଏ କେବେ
ବିଶ୍ରାମ ଅବା ନେଇଛି
ସଭିଙ୍କ ସେବାରେ ମନ ପ୍ରାଣ ଦେଇ
ସର୍ବ ଶେଷେ ଖାଦ୍ୟ ଖାଇଛି ?
ଚାରି ଘଣ୍ଟା ପାଇଁ ଅଢ଼େଇ କିଲୋ ର
ଜିନିଷ ବୋହି ଦେଖିଛ !
ମାସ ମାସ ଧରି ଗର୍ଭବତୀ ନାରୀ
କେମିତି ରହିଛି ଭାବିଛ ?
ପ୍ରସବ ବେଦନା ସମ ନାହିଁ କେଉଁ କଷ୍ଟ
ନାରୀ ଟିଏ ଏକା ସହିଛି ।
ଏକ ସଂଗେ ଯାର ଦଶଖଣ୍ଡ ହାଡ଼
ଭାଙ୍ଗିଛି ସେ ଏକା ବୁଝିଛି ।
ତ୍ୟାଗ ର ମୂର୍ତ୍ତି ଯେ ନାରୀ ଟିଏ
ଅନୁଭବ କେବେ କରିଛ !
ମା'ର ମମତା ତା ଠାରୁ ବଡ଼ ଏ
ଦୁନିଆ ରେ କିଛି ପାଇଛ ?
ସୁସ୍ବାଦୁ ଖାଦ୍ୟ ଟେ ପାଇଲେ ମା'ଟେ
ସଞ୍ଚି ରଖେ ଛୁଆ ପାଇଁ
ସନ୍ତାନ ମୁହଁ ରେ ହସ ଟିକେ ପାଇଁ
କେତେ ଯନ୍ତ୍ରଣା ସେ ସହଇ ?
ମୁଣ୍ଡ ଝାଳ ତାର ତୁଣ୍ଡେ ମାରି ସିଏ
ପିଲା ର ଖୁସିକୁ ଝୁରେ
ଯେତେ ଆଭୂଷଣ ଛାର ମଣି ଦିଏ
ସନ୍ତାନ ହସରେ ଭରେ ।
ପରିବାର ପାଇଁ ନିଜ ଜୀବନକୁ
ଅନ୍ୟ ହାତେ ତୋଳି ଦିଏ
ଦିନରାତି ଯିଏ ଖଟି ଖଟି ଆହା
କେଉଁ ମୂଲ୍ୟ ସିଏ ନିଏ ?
ଶବଦରେ ଅବା କେହି କି ପାରିବ
ଲେଖି ନାରୀ ର ବେଦନା
କେତେ ସେ ସହିଛି କଷ୍ଟ କଷଣ
କେତେ ସେ ପାଇଛି ଯାତନା !