Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Umakanta Rout

Others

4.0  

Umakanta Rout

Others

କାବେରୀ କଣ କହିପାରିବ ଏତେ କଥା ?

କାବେରୀ କଣ କହିପାରିବ ଏତେ କଥା ?

1 min
460


କାବେରୀ କଣ କହିପାରିବ ଏତେ କଥା ?

                      ଉମାକାଂତ ରାଉତ(ଅରୂପ)

 

 

ବୟସର ଦେହରେ ଲାଗିଛି ଡେଣା

ମନ ପାଲଟିଛି ଆକାଶଛତା

କାବେରୀ ଏବେ ଆନମନା

 

ଖୁବ୍ ସୁନ୍ଦର ପ୍ରଜାପତିର ଡେଣା

ମୁଲାୟମ ବି

ବି ସେତିକି କ୍ଷଣଭଙ୍ଗୁର

 

ସୁନ୍ଦରତା ଭିତରେ ଭଙ୍ଗୁରତା ଥାଏ !

ସେ କଥା କାବେରୀ ଜାଣେ ?

 

ବର୍ଷା ଝଡ଼ରେ କୁଆଡ଼େ ଥାଆନ୍ତି ପ୍ରଜାପତିମାନେ ?

 

ମହୁମାଛିମାନେ ମହୁଦିଅନ୍ତି ସିନା

ବସନ୍ତବାହୁଡ଼ା ସମୀରଣରେ

ଏ ଫୁଲରୁ ସେ ଫୁଲକୁ

ହରଷରେ ଉଡ଼ୁଥିବା ପ୍ରଜାପତିମାନେ

ଫୁଲରସ ନେଇ କରନ୍ତି କ`ଣ ?

 

କାବେରୀ କ`ଣ କହିପାରିବ ଏତେକଥା ?

 

ହଜାରେ ପ୍ରଜାପତିଙ୍କର ଆତ୍ମହତ୍ୟା

ଚାକ୍ଷୁଷ କଲା ପରେ ବି

ଆକ୍ତାମାକ୍ତା ପ୍ରଜାପତିଟିଏ କହିପାରେ କି

ଡେଣାର ଇତିହାସ କଥା ?


Rate this content
Log in