STORYMIRROR

Umakanta Rout

Others

4  

Umakanta Rout

Others

ବସନ୍ତ ଏକ ଋତୁ ନୁହେଁ

ବସନ୍ତ ଏକ ଋତୁ ନୁହେଁ

1 min
27.4K


ବସନ୍ତ ଏକ ଋତୁ ନୁହେଁ

ଉମାକାନ୍ତ ରାଉତ(ଅରୂପ)

 

 

ବସନ୍ତ ଛୁଇଁଲେ ବିଧବା  ମଥା ବି

                               ସିନ୍ଦୂରା ସିନ୍ଦୂରା ଦିଶେ

ରଜୋ ନିବୃତା ନାରୀ ର ଦେହ ବି

                              ମଲ୍ଲିଫୁଲ ପରି ବାସେ  

ରସାଳ ଡାଳରେ ଅଭିସାର ଦେଖି

                              ବଜାଏ କୋଇଲି କୁହୁ

ବସନ୍ତ ଯାତ୍ରାର ମିଶ୍ର ରାଗରେ

                            ଛାତି ତଳୁ ଉଠେ ଉହୁ

ମଧୁମକ୍ଷିକାଙ୍କ ପ୍ରୀତି ଗୁଞ୍ଜନେ

                            ବଉଳର  ଅଧିବାସ

କଦମ୍ବ ସ୍ଵପ୍ନ ରଙ୍ଗିଲା ଡେଣାରେ

                            ଉଡୁଥାଏ ମଧୁମାସ

ବସନ୍ତ ଥାଏନା କାଳଖଣ୍ଡରେ

                        ସେ ଏକ ବିଭୋର ଭାବ

ପରିବର୍ତନର ପରିଧି ପରାଣେ

                         ଗୁମ୍ଫିତ ରାଗ ବେହାଗ

ବସନ୍ତ ନୁହଇ  ଋତୁଟିର ନାମ

                        ସେ ଏକ ବିଭୋର ପଣ

ବସନ୍ତ ତ ଏକ ଅଲିଭା  ଶପଥ

                        ଚିରସ୍ଥାୟୀ ଶିହରଣ         ।  

 

 


Rate this content
Log in