STORYMIRROR

Umakanta Rout

Others

4  

Umakanta Rout

Others

ସାଇଲେନ୍​ସ୍​ ପ୍ଲିଜ୍​,କବି ଆସୁଛନ୍ତି !

ସାଇଲେନ୍​ସ୍​ ପ୍ଲିଜ୍​,କବି ଆସୁଛନ୍ତି !

1 min
25.4K


ସାଇଲେନ୍ସ୍ ପ୍ଲିଜ୍,କବି ଆସୁଛନ୍ତି !

ଉମାକାଂତ ରାଉତ(ଅରୂପ)    

 

ଆର ମୂର୍ଖ ନାମମାତ୍ର କବି !

କି କବିତା ଲେଖୁଛୁରେ ତୁହି ?

ପ୍ରେମରକବିତା ହୀନ ପ୍ରିୟତମା ପାଇଁ?

 

କହ ଆରେ କବି !

କେତେକାଳ...??

କେତେକାଳ ଆଉ ପ୍ରେମିକାର ଭସାମେଘ

ଧୋକ୍କାଖାଇ ଚାଲିଥିବ ଟାଙ୍ଗରା ପାହାଡ଼େ ?

କେତେକାଳ......?

କେତେକାଳ ଆଉ କବିତାର ଧନୁଶର

ପ୍ରେମିକାର ତାମ୍ୱୁଳରେ ତୀର ବିନ୍ଧି ଚାଲିଥିବ

କେତେକାଳ......?

 

ଏବେବି ସମୟ ଅଛି

ପ୍ରମାଣ ଦେବାକୁ ହେବ

କବିତା ବନୀତା ନୁହେଁ

ନୁହେଁ ବି ସେ ଲତା ।

ଚରିଯିବାକୁ ହେବ ଶ୍ରାବଣର ବାରିଧାର ଭଳି

ଶୋଷାର୍ତ ସମାଜ ଭୂଇଁ କିତା ପରେ କିତା

 

ଶବ୍ଦଙ୍କର ସୁପୁଷ୍ଟ ଖାଦ୍ୟରେ ଯଦି

ନ ପୁରିଲା କଳାହାଣ୍ଡି ଶୁଷ୍କ ହାଣ୍ଡିପେଟ

ଶବ୍ଦଙ୍କର ଝାଞ୍ଜ କରତାଳେ ଯଦି

ନ ଭାଙ୍ଗିଲା କୁମ୍ଭକର୍ଣ୍ଣୀ ପ୍ରଶାସକ ନିଦ

ଶବ୍ଦଙ୍କର ପଥରମାଡ଼ରେ ଯଦି

ନ ଭାଙ୍ଗିଲା ଅପାରଗ ନେତାଙ୍କର ଟାଣ

ସିଏ ତେବେ କି କବିତା ?

 

ଆରେ କବି ପ୍ରିୟ କବି ମୋର

ପ୍ରିୟା ଆଉ ପ୍ରେୟ ମୋହ ଛାଡ଼ି

ଶ୍ରେୟପାଇଁ ଲେଖେରେ କବିତା

ଯେମିତିକି ବେଉଷଣ କରୁକରୁ ଚଷାପୁଅ

କବି ଆସୁଛନ୍ତି ବୋଲି ଗୀତଟେ ଗାଇବ

ବନ୍ଧୁକ ଫୋପାଡ଼ି ଦେଇଉଗ୍ରପନ୍ଥୀଟିଏ

କବି ଆସୁଛନ୍ତି ବୋଲି ଝପଟି ଚାହିଁବ

ରାଷ୍ଟ୍ରପତି ଭବନର ନିରାପତ୍ତା ବଳୟ ଫାଟକ

କବିଙ୍କର ଆଗମନେ ସ୍ୱତଃ ଖୋଲିଯିବ

ଆଉ ପ୍ରମୁଖ ସମ୍ୱାଦପତ୍ର ସଂପାଦକୀୟର

ଦର୍ପିତ ଶିରୋନାମ ଷ୍ପଷ୍ଟ କହୁଥିବ-

"ଏୟ...ସାଇଲେନ୍ସ୍ ପ୍ଲିଜ୍

କବି ଆସୁଛନ୍ତି !"  

 


Rate this content
Log in