ଯୌଥ ପରିବାର
ଯୌଥ ପରିବାର
ଅତ୍ୟାଧୁନିକ ମା ମାନେ ତ୍ୟାଗ କରିଛନ୍ତି ସ୍ନେହ ମମତା ମାତୃତ୍ୱ ସବୁକିଛି l ନିଜ ପିଲା ସନ୍ତାନ ର ଲାଳନ ପାଳନ କରିବା ତ ଦୂର କଥା ଅତି ନୃଶଂସ ରୂପ ନେଇ ପିଲାମାନଙ୍କୁ ମlର ପିଟା ଅତ୍ୟାଚାର କରିବାରେ ଲାଗିଛନ୍ତି l ଆଜି ପିଲାଟିଏ ନିଃସହାୟ ଅସହାୟ ମନେ କରୁଛି ନିଜକୁ l ନା ଅଛି ଯୌଥ ପରିବାର ର ସ୍ନେହ ବନ୍ଧନ ର ଡୋରୀ ଏକାଠି ବାପା, ମା, ଜେଜେ ବାପା, ଜେଜେ ମା, ଅଜା ଆଈ ଏକାଠି ରହିବାର ସେ ସୌଭାଗ୍ୟ ଉପଲବ୍ଧ ହେଉନି l ସେ ଆନନ୍ଦ ମୁଖରିତ ପରିବେଶ ନାହିଁ l ଗଣ୍ଡଗୋଳ ଯୁକ୍ତି ତର୍କ ସହିତ ବି କୋମଳ ଶିଶୁ ଟିଏ, ଶିଶୁମନ ଟିଏ ଖୋଜେ ଏକ ସୁଦୃଢ ଯୌଥ ପରିବାର ର ଆସକ୍ତି ବନ୍ଧନ, ସ୍ନେହ ପ୍ରେମ ର ଡୋରୀ l
ଅର୍ଥ ପଇସା ଯୋଗାଡ କରିବା ପଛରେ ସେମାନେ ଦୌଡ଼ି ଦୌଡ଼ି ସବୁ ଭୁଲିଯାନ୍ତି l ତାଙ୍କ ପାଖରେ ସମୟ ର ଘୋର ଅଭାବ l ନିଜ ପିଲାଙ୍କୁ ସେମାନେ ସମୟ ଦେଇପାରନ୍ତିନି l ସେମାନେ ପିଲାମାନଙ୍କୁ ଛାଡି ଦିଅନ୍ତି ଘରେ କିମ୍ବା କ୍ଲବ କ୍ରେଶ ଏ ସବୁ ରେ lସେମାନେ ବାପା ମା ଉଭୟ ଙ୍କ ସ୍ନେହ ରୁ ବଂଚିତ କରି ରଖନ୍ତି l ପିଲାମାନେ ମା ବାପା, ଜେଜେ ବାପା,ଜେଜେ ମା ସମସ୍ତ ଙ୍କ ସ୍ନେହ ରୁ ବଂଚିତ ହେଇଯାନ୍ତି ନିଜକୁ ଅସହାୟ ନିଃସହାୟ ମନେ କରନ୍ତି l ମା ମାନେ ନିଜ କାମ ଓ ବ୍ୟବସାୟ ରେ ଏତେ ମଜ୍ଜି ଯାନ୍ତି ଯେ ପିଲାମାନଙ୍କୁ ଟିକେ ବି ସମୟ ଓ ଧ୍ୟ୍ୟlନ ଦେଇପାରନ୍ତିନି l
ଯଦି ଉଭୟ ବାପା ମା ପିଲାଟିକୁ ମାଡି ବସି ଶାସନ କରି ନିଜର ରାଗ କ୍ଷୋଭ ପ୍ରକାଶ କରନ୍ତି l ପିଲାଟି କୁ ଜବରଦସ୍ତ ପାଠ ପଢ଼େଇଵାରେ ଖୁବ କଠୋର ନିଷ୍ଠୁର ହେଇଯାନ୍ତି ପିଲାଟି ପ୍ରତି ଅକଥନୀୟ ଅତ୍ୟାଚାର କରନ୍ତି ତେବେ ପିଲାଟି ତାର ଶୈଶବ ର ସ୍ନେହ ପ୍ରେମ ଭଲ ପାଇବା ସବୁଥିରୁ ବଂଚିତ ହେଇଯାଏ l ଏକୁଟିଆ ରହୁଥିବା ପିଲାମାନେ ବହୁତ କଷ୍ଟପାନ୍ତି l ସେମାନେ ନିଜର କଷ୍ଟ କ୍ଷୋଭ ଦୁଃଖ ଯନ୍ତ୍ରଣା ଙ୍କୁ କାହାକୁ ନିଜ ଭାଇ ଭଉଣୀ ଙ୍କୁ କହିବି ପାରନ୍ତିନି l ତାଙ୍କ କୋମଳ ମନରେ ଖୁବ ଭୟ ରହେ l ସେମାନେ ଭାବନ୍ତି ମା ପାଖରେ ସମୟ ନାହିଁ ତେଣୁ ମା ମୋତେ ମାଡି ବସି ପାଠ ପଢାଇବ କଠୋର ଅନୁଶାସନ ରେ ବାନ୍ଧି ରଖିବ l
ବାପା ମଧ୍ୟ ମୋତେ କେବଳ ପାଠ ପଢାଇବାକୁ ବାଧ୍ୟ୍ୟ କରିବ ଆଉ ଖୁବ କଠୋର ନିର୍ଦ୍ଦୟ ହୋଇଯିବ l ପିଲାଟି ସଙ୍ଗ ସାଥି ରେ ନିଜ ଦୁଃଖ ବାଣ୍ଟିବ l ବାପା ମା ଙ୍କ ବିରୋଧ ରେ ଯିବ l କାରଣ ସେ ଖୁବ ଛୋଟ ପିଲା ନିଜେ କୋମଳ ମତି ଶୈଶବ ରେ ଅଛି l ସେ ଭବିଷ୍ୟତ ଜାଣେନା l ନିଜେ ଡାକ୍ତର କିମ୍ବା ଇଞ୍ଜିନିଅର କିମ୍ବା ଅଧ୍ୟ୍ୟlପକ କଣ ହେବ ସେ ଠିକ ସେ ଜାଣେନା ହେଲେ ନିଜର ଭବିଷ୍ୟତ ଏବଂ ନୈତିକତା ତାକୁ ଶିଖିବାକୁ ହେବ l ଭଲ ଅଭ୍ୟାସ କରିବାକୁ ହେବ l ପରିଶ୍ରମ ସାଧନା କରିବାକୁ ହେବ l ସମାଜ ର ସେବା କରିବାଜୁ ହେବ l ଆଜିର ଶିଶୁ କାଲି ର ନାଗରିକ l କିନ୍ତୁ ଏ ସବୁ ତାକୁ ଶିଖିବା କୁ ହେବ ନିଜ ପରିବାର ରୁ ସମାଜ ରୁ l
ସମାନତା ସମାଜବାଦ ସlର୍ବଭୌମତା ସର୍ବ ଧର୍ମ ଙ୍କୁ ଭଲ ପାଇବା ସମାଜ ପ୍ରତି ତ୍ୟାଗ ବଳିଦାନ ସ୍ୱାର୍ଥ ତ୍ୟାଗ ଏ ସବୁ ମହାନ ଗୁଣ ସତସଙ୍ଗ ରୁ ଶିଖିବା ଅଥବା ଗୀତା ଭାଗବତ ମହାଭାରତ ରାମାୟଣ ଆଦି ଗ୍ରନ୍ଥ ଗୁରୁ ବାଣୀ ରୁ ଶିଖିବାକୁ ହୁଏ l ବାରମ୍ବାର ଅଧ୍ୟୟନ କରିବା ର ଆବଶ୍ୟକତା ନାହିଁ କେଵଳ କର୍ମ ରେ ନିଜ ଜୀବନରେ ଶିଖିବାର ଅଛି l
ନିଜ ପରିବାର ରୁ ନିଜ ଯୌଥ ପରିବାର ରୁ ନିଜ ସମାଜ ରୁ ଶିଖିବାର ଅଛି l କିନ୍ତୁ ଯୌଥ ପରିବାର ଭାଙ୍ଗି ଚୁରମାର ଧ୍ୱସ୍ତ ବିଧ୍ୱସ୍ତ ହେଇଗଲାଣି l
ସମାଜ ସ୍ୱାର୍ଥ ପର ଵ୍ୟକ୍ତି କେନ୍ଦ୍ରିକ ଅର୍ଥ ପିପାସୁ ହେଇଗଲାଣି l କେବଳ ଧନ ସମ୍ପତ୍ତି ପ୍ରାଚୁର୍ଯ୍ୟ ଚlକ ଚକ୍ୟ ଜୀବନ ପ୍ରଣାଳୀ ଦେଖାଯାଉଛି l ଘରେ ମା ହାତରୁ ଭାତ ଡାଲି ଶାଗ ଭଜା ଟିକେ ଖାଇବାକୁ ମିଳୁନି l ଦିନରାତି ବାହାର ହୋଟେଲ ରେ ଖାଇବା କ୍ଲବ ପାର୍ଟି ସିନେମା ହଲ ରେ ବସିବା ଅଥବା ବଡ ବଡ ଦୋକାନ ମଲ ରେ ବୁଲିବା ହିଁ ଜୀବନ ର ଏକମାତ୍ର ଲକ୍ଷ୍ୟ ହେଇଯାଉଛି ଆଜିକାଲି ଅତ୍ୟାଧୁନିକ ଅବୋଧ ଶିଶୁ ମାନଙ୍କ ଲାଗି l
କଞ୍ଚା ମାଟି ର ମନ କେମିତି ସେମାନଙ୍କୁ ଶିଖେଇବ ନୈତିକତା ସଂସ୍କାର ଯୌଥ ପରିବାର ର ଆଦର୍ଶ ତ୍ୟାଗ ମହାନତା କୁ l ସେମାନେ ବଢ଼ିବେ ଏକକ ପରିବାର ରେ ଯେଉଁଠି କେବଳ ଗୋଟିଏ ପିଲା ଭାଇ ଭଉଣୀ କେହି ନାହିଁ କିନ୍ତୁ ମା ବାପା ଉଭୟ ତାର ସାଙ୍ଗ ହେଇପାରିବେନି l ସେମାନେ କୁହନ୍ତି ତୁ ଛୋଟ ପିଲା ତୋତେ ବାପା ମା ଙ୍କ କଠୋର ଅନୁଶାସନ ରେ ରହିବାକୁ ହେବ l ବିଦ୍ରୋହ କ୍ଷୋଭ ରାଗ ରୁଷା କାନ୍ଦ ପ୍ରତିବାଦ ଅଳି ଅର୍ଦଳୀ କିଛି ଶୁଣା ଯିବନି l
ପିଲାମାନେ ବାପା ମା ଙ୍କୁ ବହୁତ କଥା ଲୁଚେଇବେ l ପିଲାଟିଏ ଖୋଲାଖୋଲି ଭାବରେ ନିଜ ମନ କଥା କହିପାରିବନି ତାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳେନା କିଛି କହିବାକୁ ଅଥବା କରିବାକୁ ସବୁବେଳେ ଯୋଉ ବାପା ମା ପିଲାଟିକୁ ଅତ୍ୟଧିକ ଶୃଙ୍ଖଳା ଅନୁଶାସନ ରେ ରଖିବାକୁ ଚେଷ୍ଟା କରନ୍ତି ଯେପରିକି ଖୁବ ଭଲ ପଢିବାକୁ ହେବ କକ୍ଷ ରେ ପ୍ରଥମ ସ୍ଥାନ ପାଇବାକୁ ହେବ ବହୁତ ଭଲ ଲେଖିବାକୁ ହେବ ସେ ପିଲାଟି ଅତି ଶୃଙ୍ଖଳା ନିୟମ ରେ ବାନ୍ଧି ହେଇଯାଏ l ଏହା ଛଡା ତାକୁ ନିଜକୁ ଆତ୍ମନିର୍ଭରଶୀଳ ହୋଇ ନିଜ କାମ ନିଜକୁ କରିବାକୁ ପଡେ l ଘରେ ଯାହାର କଥା ରହିବ ସେ ତାହାର କଥା ହିଁ ମାନିବ l ବାପା ମା ଭୂଲ କରୁଥିଲେ ସେହି ଭୂଲ କୁ ସେମାନେ ମାନିବେ ସମ୍ମାନ ଦେବେ l ତାଙ୍କ ଭିତରେ ପ୍ରବଳ ବିଦ୍ରୋହ ଭାବନା ବଢି ବଢି ଯାଏ l କାରଣ ଯଦି ବାପା ଚିତ୍କାର କରି କରି କଥା କୁହେ ତେବେ ପିଲା ମଧ୍ୟ ସେହି ଚିତ୍କାର କରିବା ଶିଖିଯାଏ l
ଯଦି ଉଭୟ ବାପା ମା ପରସ୍ପରକୁ ବହୁତ ଭଲପାନ୍ତି
କାରଣ ସେମାନେ ତାଙ୍କ ର ବୈବାହିକ ଜୀବନ ବା ବୈବାହିକ ସମ୍ବନ୍ଧ ଖୁବ ଭଲ ରଖିବାକୁ ଚାହାଁନ୍ତି ତେବେ ତାଙ୍କ ଲାଗି ପିଲାଟିଏ ହେବ ଏକ ଅଭିଶାପ l ସେମାନେ ମାନସିକ ସ୍ତରରେ ପ୍ରସ୍ତୁତ ନଥାନ୍ତି ପିଲାଟିଏ କରିବାକୁ l ସେମାନେ ଆହୁରି ଖୁସୀ ବାସ ରେ ଦିନ ବିତାଇବାକୁ ଚାହାଁନ୍ତି l ଏପଟେ ଅର୍ଥ ଉପାର୍ଜନ କରିବାକୁ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ହୁଏ l ସବୁବେଳେ ନିଜ କର୍ମ କ୍ଷେତ୍ର ରେ ବ୍ୟସ୍ତ ରୁହନ୍ତି l ସେମାନେ ପିଲାଟିକୁ ସମୟ ଦେଇପାରନ୍ତିନି l ଖେଳିବା ବୁଲିବା, ଜିମ୍ସ ଯିବା, ସନ୍ତରଣ କରିବା, ବିଭିନ୍ନ ଜାଗା ବୁଲିବା, କ୍ଲବ ପାର୍ଟି ଏସବୁ ଯିବାକୁ ହିଁ ବହୁତ ଭଲପାନ୍ତି l
ତେବେ ପିଲାଟି ସେମାନଙ୍କ ଇଛା ସହିତ ନିଜକୁ ଖାପ ଖୁଏଇ ଚଳିବl କୁ ଶିଖେ l ତାକୁ ଶିଖିବାକୁ ହୁଏ l ସେ ବାଧ୍ୟ୍ୟ ହୁଏ ବାପା ମା ଙ୍କ କଥା ମାନିବାକୁ l ଏପଟେ ତାକୁ ସମର୍ଥନ କରନ୍ତିନି ବାପା ମା l ସେମାନେ ବରଂ ଖୁବ କଠୋର ହେଇପଡନ୍ତି ପିଲାଟି ପ୍ରତି l ପିଲାଟିର ମନେହୁଏ ତାର କଥା ଶୁଣିବାକୁ କେହି ନାହାନ୍ତି l ବୁଝିବାକୁ ବି କେହିନାହାନ୍ତି l କେବଳ ନୀତି ନିୟମ ଅନୁଶାସନରେ ସେ ବାନ୍ଧି ହେଇଯାଏ ସେ l ତାର ବୟସ ମାତ୍ର ଚାରି କି ପାଞ୍ଚ ବର୍ଷ l କେମିତି ସେ ବୁଝିପାରିବ ବାପା ମା ଙ୍କ ର ଏତେ କ୍ଲୀଷ୍ଟ ମନୋଭାବ କୁ l ଯୋଉଠି ସେମାନଙ୍କର ବହୁତ ଅର୍ଥ ବି ଲୋଡ଼ା l ସଂଚୟ ବି ଲୋଡ଼ା l ସେମାନେ ଘର ଦ୍ୱାର, ଗାଡି, ସୋଫା, ଚୌକି, ଆଲମିରା, ଖଟ ଫ୍ରୀଜ଼, ଏୟାର କଣ୍ଡିସନ ଏସବୁ ର ଯତ୍ନ ନେଉଥାନ୍ତି ଆଉ ପିଲlଟିକୁ ସମୟ ଦେବାକୁ ଚାହିଁଲେବି ସମୟ ନଥାଏ l
ଆଉ ସେମାନେ ଭାବନ୍ତି ପିଲାଟି ବଡ ପିଲା ପରି ସବୁ ବୁଝିଯିବ ବାପା ମା କଥା ବୁଝିପାରିବ କିଛି ଜିଦି କରିବନି ସୁନା ପିଲା ହେଇ ତଳେ ସାଙ୍ଗ ମାନଙ୍କ ସହିତ ଖୁସୀ ରେ ଖେଳିବ l ପିଲାଟି ବାପା ମା ଙ୍କ ର ସବୁ କଷ୍ଟ ଯେମିତି ବୁଝିପାରିବ l ମା ପାଖରେ ସମୟ ନାହିଁ l ସେ ଗାଡି ଚଳେଇ ଅଫିସ ଯିବ l ସକାଳୁ ପାଞ୍ଚ ଟାରୁ ମା ଊଠି ତାର କାମ ରେ ଲାଗିଯାଏ l ପିଲାକୁ ପ୍ରସ୍ତୁତ କରି ସ୍କୁଲ ବସ ରେ ଛାଡିବାଠୁ ତାର ଟିଫିନ, ଲଞ୍ଚ ସବୁ ତିଆରି କରିବାର ତତ୍ତ୍ୱlବଧାନ ନେବ l ଏହାଛଡା ପିଲାଟିର ପାଠ ହୋମ ୱାର୍କ କରେଇବା ତାର ସମସ୍ତ ପଢ଼ା ର ଦାୟିତ୍ୱ ନେବା କାରଣ ପିଲାଟି ମା ସହିତ ଟିକେ ଅlତ୍ମୀୟତା ଘନିଷ୍ଠତା ଅଧିକ ରଖେ l ମା ସହିତ ଖୋଲାଖୋଲି କଥା ହେଇପାରେ l
ଯଦି ତାର ଭାଇ କିମ୍ବା ଭଉଣୀ ଥାନ୍ତା ସେ ନିଶ୍ଚୟ ତା ସହିତ ନିଜର ମନୋଭାବ କୁ ବାଣ୍ଟି ପାରନ୍ତା, କହିବି ପାରନ୍ତା କିନ୍ତୁ ସେ ଯେ ଏକୁଟିଆ ପିଲା ସେଥିରେ ପୁଣି ଏକକ ପରିବାର l ଜେଜେ ବାପା, ଜେଜେ ମା, ଆଈ ଅଜା କେହି ନାହାନ୍ତି ଯାହା ସହିତ ନିଜ ମନୋଭାବକୁ ବାଣ୍ଟି ପାରିବ l ଛୋଟ ଶିଶୁ ଟିଏ ଜାଣେ ଯେ ବାପା ମା ପରସ୍ପର କୁ ଭଲ ପାଉଛନ୍ତି ହେଲେ ପିଲାଟିକୁ ଏକୁଟିଆ କରିଦେଉଛନ୍ତି ତାର କଥା ବୁଝୁନାହାନ୍ତି l ତାକୁ ଅନୁଶାସନ ରେ ବାନ୍ଧି ଦେଉଛନ୍ତି l ଏହା ଛଡା ପିଲାଟି ଯେତେବେଳେ ଦେଖେ ଯେ ତାର ସାଙ୍ଗ ସାଥିମାନେ ଆନନ୍ଦ ରେ ଭାଇଭଉଣୀ ଙ୍କ ସଙ୍ଗେ ଖେଳୁଛନ୍ତି ସେତେବେଳେ ଏକୁଟିଆ ପିଲାଟି ଖୁବ ଦୁଃଖୀ ହେଇଯାଏ l ତାକୁ କୌଣସି ସ୍ୱାଧୀନତା ମିଳେନା ଆଉ ତାର ମନ ବିଦ୍ରୋହ କରିଉଠେ l ଏକ ରେ ତ ସେ ଛୋଟ ପିଲା ତାର ସଂସାର ଜ୍ଞାନ ନଥାଏ l ଧନ ସମ୍ପତ୍ତି ଗାଡି ଘର ଆସବାବ ପତ୍ର ର ମୂଲ୍ୟ ସେ କିପରି ବୁଝିବ?? l ସେତ ଅଧଘଣ୍ଟା ରୁ ଅଧିକ ପଢିବାକୁ ବି ଧ୍ୟ୍ୟlନ ଦେଇପାରିବନି l ଏକlକlର ଏକାଗ୍ରଚିତ୍ତ ହୋଇ ସେ କେଵଳ ଗୋଟେ ଘଣ୍ଟା ପଢିବାକୁ ସକ୍ଷମ ହୁଏ l ତାପରେ ତାର ମନ ଅସ୍ଥିର ହୋଇଉଠେ ଖେଳିବା ବୁଲିବାକୁ ମନ ଡାକେ l ପୁଣି ଏତେ ସବୁ ହୋମ ୱlର୍କ୍ସ ଇଂରାଜୀ, ହିନ୍ଦି ଗଣିତ ବିଜ୍ଞାନ,ସାମାଜିକ ବିଜ୍ଞାନ ଏତେ ସବୁ ପାଠ ପଢିବାକୁ ପଡେ ତାକୁ l ତେଣୁ ସେ କଣ କରିପାରିବ l ସପ୍ତାହ ସାରା ସ୍କୁଲ ଯିବାକୁ ହୁଏ କେବଳ ରବିବାର ଛାଡି ଦେଲେ l
ସ୍କୁଲ କୁ ମଧ୍ୟ ସକାଳ ଛଟାରୁ ଊଠି ପ୍ରସ୍ତୁତ ହୁଏ ଯିବାକୁ ଆଉ ଫେରେ ଅପରାହ୍ନ 3ଟlରେ ତା ମଧ୍ୟ ବସ ରେ ଦୀର୍ଘ ସମୟ ଯିବା ଆସିବା କରିବାକୁ ହୁଏ l କାରଣ ବାପା ମା ପିଲାଟିକୁ ଖୁବ ଭଲ ସ୍କୁଲ ରେ ପାଠ ପଢେଇବାକୁ ସ୍ଥିର କରନ୍ତି l ବହୁତ ଅର୍ଥ ଖର୍ଚ୍ଚ କରନ୍ତି ଆଉ ବହୁତ ପାଠ କୋମଳ ଶିଶୁ ଟିକୁ ପଢିବାକୁ ହୁଏ l ପିଲାଟିର ମନ ବିଦ୍ରୋହ କରି ଉଠେ ସେ ଚାହେଁ କେଵଳ ତାର ଶୈଶବ ରେ ଖେଳିବା ଖୁସୀ ହେବା, ଅଳ୍ପ ପଢିବା ଏବଂ ଲେଖିବା l ଯାହା ନିଜ ମନ ହେବ ଖୁସୀ ରେ ଟିକେ ଖାଇବା l ଖୁସୀ ରେ ଟିକେ ବୁଲିବା l ବାପା ମା ମଧ୍ୟ ଯେମିତି ସବୁବେଳେ ଖୁସୀ ରହିବେ ସେ କଥା ସେ ଭାବେ l ସେ ଖୋଜେ ସ୍ୱାଧୀନତା ତା ଇଛା ରେ ସେ ଖେଳିବ ବୁଲିବ ଆଉ ତା ଇଛା ରେ ଶୋଇବ ଉଠିବ l ତା ଇଛା ରେ ଲେଖିବ, ହୋମ ୱାର୍କ କରିବ l ତାକୁ ଯେମିତି କେହି ଶୃଙ୍ଖଳା ରେ ବାନ୍ଧିଦେବେନି l
ତାର ବି ନୈତିକତା ସେବା ପରାୟଣ ମନୋଭାବ ତ୍ୟାଗ ବଳିଦାନ ଏ ସବୁ ଶିଖିବାର ବୁଝିବାର ସାମର୍ଥ୍ୟ ହୋଇନି l ବୁଝିବାର ମନୋଭାବ ହେଇନି l ଏ ସବୁ ଭଲ କଥା ପିଲାଟି ବାରମ୍ବାର ଅଭ୍ୟାସ ଦ୍ୱାରା ଶିଖେ l ଅଭ୍ୟାସ ଦ୍ୱାରା ଶିଖିବାକୁ ଚେଷ୍ଟା କରେ l ଅନେକ କଥା ସେ ଯୌଥ ପରିବାର ରୁ ଶିଖେ l ଯୌଥ ପରିବାରରେ ଜେଜେବ, ଜେଜୀ ମା, କାକା ଖୁଡୀ ସମସ୍ତ ଙ୍କ ସାଥି ରେ ଭଲ ରେ ଚଳିବl ଶିଖେ l ଦେବା ନେବା ତ୍ୟାଗ ବଳିଦାନ ସବୁ କିଛି ଶିଖିପାରେ l ଏକକ ପରିବାର ରେ କେବଳ କ୍ରୋଧ ଘୃଣା ସ୍ୱାର୍ଥପରତା ଲୋଭ ଅସହିଷ୍ଣୁତା ହିଁ ଶିଖେ l ନୀତି ନିୟମ ଆଦର୍ଶ ବାଦ କିଛି ବି ଶିଖେନି l ବରଂ ଏକୁଟିଆ ଅନୁଶାସନ ଶୃଙ୍ଖଳା ରେ ରହି ରହି ବିଦ୍ରୋହ କରିଉଠେ ତାର ମନ l
ଯେଉଁ ସମାଜ ରେ ସେ ରୁହେ ସେହି ସମାଜ ର ନିୟମାବଳୀ କୁ ମାନି ଚଳିବl କୁ ହୁଏ l ଯଦି ଧନୀ ସମାଜ ରେ ରୁହେ ତେବେ କେବଳ ଧନ ପ୍ରlଚୁର୍ଯ୍ୟ ଧନ ସମ୍ପତ୍ତି ବିଷୟରେ ଭାବେ l ଖୁବ ଲୋଭୀ ସ୍ୱାର୍ଥlନ୍ଧୀ ହୋଇପଡେ l ବିଦ୍ରୋହ ଉତଶୃଙ୍ଖଳିତ ହୋଇ ବିଦ୍ରୋହୀ ହେଇଯାଏ ତାର ମନ l ସେହି ପିଲାମାନେ 'ଅସଟିଷ୍ମ' Austism ରୋଗ ର ଶିକାର ହୁଅନ୍ତି ସେ ରୋଗ କୁହେ ପିଲାଟି ଅସ୍ଥିର ମନ ଅଶାନ୍ତ ମନ ହୁଏ l ଖୁବ ଭୟଭୀତ ସଂକୋଚ ଆଉ ଲଜ୍ୟା ସଂକୋଚ କରେ l କୌଣସି କାମ ରେ ତାର ସୃହା ଆସେନା l ସ୍ୱାଧୀନତା ପାଇବାକୁ ମନ ବିଦ୍ରୋହ କରେ l ଯେଉଁଠି ଯୌଥ ପରିବାର ଭାଇ ଭଉଣୀ ମିଶିକି ରହିବା ଦେଖେ ସେଠି ତାର ମନ ବିଦ୍ରୋହ କରିଉଠେ l ସେ ଯୌଥ ପରିବାରରେ ବହୁତ ଖୁସୀ ହୁଏ l ଭାଇ ଭଉଣୀ ସାଙ୍ଗ ସାଥି ବହୁତ ଖୋଜେ l କାରଣ ବାପା ମା ତାକୁ ସାଙ୍ଗ ପରି ଦେଖନ୍ତି ନାହିଁ l
ସେମାନେ ତାକୁ କେବଳ ବାପା ମା ଙ୍କ କଥା ମାନିବାକୁ ବାଧ୍ୟ୍ୟ କରନ୍ତି l ଯୋଉ ବାପା ମା ମାରପିଟା କରନ୍ତି ସେଇଠି ଏକୁଟିଆ ପିଲା ନିଜକୁ ବହୁତ ଅସହାୟ ମାନେ କରେ l ଯଦି ତାର ଭାଇ ଭଉଣୀ ଥାନ୍ତା ସେ ଏପରି ଏକୁଟିଆ ଶୃଙ୍ଖଳା ଏବଂ ଅନୁଶାସନ ରେ ବାନ୍ଧି ହେଇ ରହିନଥାନ୍ତା l ତାର ଦୁଃଖ ବୁଝିବାକୁ ତାର ସାଥି ଟିଏ ଥାନ୍ତା l
ବାପା ମା ଯଦି ପିଲାଙ୍କୁ ନିଜ ହାତରେ ସବୁ କରିବା କୁ ବାଧ୍ୟ୍ୟ କରନ୍ତି ଯେପରିକି ପାଣି ଆଣିବାଠୁ ନିଜ ହାତରେ ଖାଇବା ଯାଏଁ ନିଜ ଜୋତା ପିନ୍ଧିବାଠୁ ବ୍ୟାଗ ବସ୍ତାନି ବୋହିକି ନେବl ଯାଏ ତେବେ ପିଲାଟି ସେହି ଭଳି ରୁକ୍ଷ କଠୋର ହେଇଯାଏ ଛୋଟ ଭାଇ ଭଉଣୀ ପ୍ରତି l ଆଉ ମଧ୍ୟ ସବୁବେଳେ ଅନ୍ୟ ର ଦୋଷ ତ୍ରୁଟି ଦେଖେ l ସବୁବେଳେ ସବୁକଥାରେ ଖୁବ ଯୁକ୍ତି ତର୍କ କରିବସେ ଅନ୍ୟ ସହିତ l ଯଦି ପିଲାଟିକୁ ଅତି ଛୋଟ ପିଲା କହି ବାଧ୍ୟ୍ୟ ବାଧ୍ୟକତା ରେ ରଖାଯାଏ ତେବେ ଖରାପ ହୁଏ l
ଯଦି ପିଲାଟିକୁ ଖୁବ ବଡ ହୋଇଯାଇଛି ଭାବି ଆତ୍ମନିର୍ଭର ଶୀଳ ହେବାକୁ ସବୁ କାମ ନିଜେ କରିବାକୁ ଶୃଙ୍ଖଳା ଅନୁଶାସନ ରେ ବାଧ୍ୟ୍ୟ ରଖlଯାଏ ତେବେ ମଧ୍ୟ ପିଲାଟି ବଡ଼ ହୋଇ ସ୍ୱାର୍ଥପର କ୍ରୋଧୀ ବିଦ୍ରୋହୀ ହୋଇଯାଏ l ତାର ବାପା ମା ଙ୍କୁ ସେ ଘୃଣା କରେ l ଇର୍ଷା କରେ କ୍ରୋଧ କରେ l ସେ ନିଜକୁ ସ୍ୱାଧୀନ ହେଇଯିବାକୁ ଚାହେଁ l ସ୍ୱାଧୀନ ଭାବରେ ରହିବାକୁ ଭଲ ପାଏ l ବାପା ମା ଠାରୁ ବହୁତ ଦୂରେଇଯାଏ l ସବୁବେଳେ ସାଙ୍ଗ ମାନଙ୍କ ବିରୁଦ୍ଧରେ କହେ l କୌଣସି କଥା ରେ ସନ୍ତୁଷ୍ଟ ହେଇପାରେନି l ସବୁକଥାରେ ଅସନ୍ତୋଷ ଦେଖାଏ l ଇର୍ଷା କ୍ରୋଧ ଘୃଣା ଏ ସବୁ ଭାବନା ଆଜିକାଲି ପିଲାମାନଙ୍କ ଭିତରେ ପ୍ରବଳ ମାତ୍ର ରେ ବଢିଯାଉଛି l ସମାଜ ଅସହିଷ୍ଣୁ ଘୃଣା ପରଶ୍ରୀକାତର ହେଇଯାଉଛି l
ଏ ସବୁ ର ସମାଧାନ ଅଛି କେବଳ ଯୌଥ ପରିବାରରେ l ବର୍ତ୍ତମାନ ଯୌଥ ପରିବାରର ପୁନଃ ଉଦ୍ଧାର କରି ଜେଜେ ବାପା ଜେଜେ ମା ପିଲାମାନଙ୍କର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ l ରାଗ ରୋଷ ମାନ ଅଭିମାନ ଭୂଲି ପିଲାମାନଙ୍କ ସହିତ ରହିବା ଦରକାର l ନାତି ନାତୁଣୀ ଙ୍କ ସହିତ ଅନେକ ଦୁଃଖ ସୁଖ ଭଲ ମନ୍ଦ ସୁଵିଚାର କଥା ବାର୍ତ୍ତା ହେବା ଦରt୪rକାର l କାହାଣୀ ମlଧ୍ୟ୍ୟମ ରେ ସେମାନଙ୍କୁ ବହୁତ ହିତୋପଦେଶ ଦେଇପାରିବl l ଜୀବନ ର ଆଦର୍ଶ ମୂଲ୍ୟ.ବୋଧ ତଥା ଜୀବନ ଦର୍ଶନ, ଆଧ୍ୟ୍ୟlତ୍ମିକ ଚେତନା ଭାବନା ର ବିଶ୍ଳେଷଣ l ଜୀବନ ର ଲକ୍ଷ୍ୟ, ମଣିଷ ଜନ୍ମ ର ମହତ ଆକାଂକ୍ଷା ଉଦ୍ଦେଶ୍ୟ ସହିତ ସୁ କର୍ମ ର ଫଳ ପାପ ପୁଣ୍ୟ ଦୁଷ୍କର୍ମ ର ଫଳ ସବୁର ସଂଜ୍ଞା ବିଶ୍ଳେଷଣ କରି ପୁଙ୍ଖାନୁପୁଙ୍ଖ ତର୍ଜମା ସହିତ ପିଲାମାନଙ୍କୁ ବୁଝାଇପାରିବେ l ତା ଛଡା ଗୀତl ଭାଗବତ ରାମାୟଣ ମହାଭାରତ ର କାହାଣୀ ଉପାଖ୍ୟାନ ମାନ ଖୁବ ଭଲ ଭାବରେ ବୁଝାଇ ପାରିବେ l ଯୌଥ ପରିବାରରୁ ପିଲା ସବୁ ଭଲ କଥା ଶିଖେ l ତ୍ୟାଗ ଭଲ ପାଇବା ପରୋପକାର ନିସ୍ଵାର୍ଥପର ସେବା ମନୋଭାବ ବଡ ମାନଙ୍କୁ ଆଦର ସମ୍ମାନ ଭଲ ପାଇବା ସବୁକିଛି ଶିଖିପାରନ୍ତି l
