ABADHOOT PANDA

Children Stories

4.1  

ABADHOOT PANDA

Children Stories

ଯାଦୁକରଙ୍କ ଘର

ଯାଦୁକରଙ୍କ ଘର

3 mins
316



ଥରେ ଜଣେ ବିଖ୍ୟାତ ଯାଦୁକର ଏକ ସହରତଳି ଗାଁରେ ଵାସ କରୁଥିଲେ l ତାଙ୍କର ନାଁ ରବୀନ l ତାଙ୍କର ଏକ ମାତ୍ର ଝିଅ ତାହାର ନାଁ ଗୀତା l ପିଲାବେଳୁ ମା ଛେଉଣ୍ଡ l ତେଣୁ ବାପାଙ୍କ ଅତି ଗେହ୍ଲା ଝିଅ ଆଉ ଭାରି ଜିଦିଆ l ରବୀନ ବାବୁ ଗୀତାର ସବୁ ଜିଦ୍ଦି ପୂରଣ କରନ୍ତି l ଗୀତା ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼େ l ତାଙ୍କର ସ୍କୁଲର ଜଣେ ଦିଦି ରବୀନ ବାବୁଙ୍କ ଜଣେ ପଡ଼ୋଶୀଙ୍କ ଘରେ ଭଡ଼ାରେ ରହୁଥାନ୍ତି l ଝିଅ ଗୀତାକୁ ପାଠ ପଢ଼ାଇବା ସକାଶେ ତାଙ୍କ ଘରକୁ ଆସନ୍ତି ଓ ବେଳେ ବେଳେ ନବୀନ ବାବୁଙ୍କୁ ରୋଷେଇ କାମରେ ସାହାଯ୍ୟ କରନ୍ତି l ରବୀନ ବାବୁ ବାହାରକୁ ଯାଦୁ ଦେଖାଇବା ପାଇଁ ଗଲେ ଘରେ ଆସି ଦିଦି ରୁହନ୍ତି l ଆଉ ଗୀତାକୁ ପଢ଼ାଇବା ସହିତ ସବୁ ଘର କାମ କରନ୍ତି l


ଦିନେ ସନ୍ଧ୍ୟା ବେଳେ ରବୀନ ବାବୁ ଘରେ ପହଞ୍ଚିଲେ l ରବୀନ ବାବୁଙ୍କୁ ଦେଖି ଦିଦି ତାଙ୍କ ବସାକୁ ଫେରିଗଲେ l ରବୀନ ବାବୁ ଲକ୍ଷ୍ୟ କଲେ ଯେ ଗୀତା ସେଦିନ କାହିଁକି ମୁହଁ ଶୁଖେଇ ବସିଛି l ରବୀନ ବାବୁ ପଚାରିଲେ, " ଗୀତା କଣ ହେଲା? ତୋ ମନ କାହିଁକି ଆଜି ଦୁଃଖ l ଦେଖ ତୋ ପାଇଁ କେତେ ଖେଳନା ଆଉ ଗୋଟାଏ ଲେଡ଼ିଜ ସାଇକେଲ ଆଣିଛି l ସାଇକେଲ ଚଢ଼ି ସ୍କୁଲ ଯିବୁ l " ଗୀତା କହିଲା, " ନାଇଁ ବାପା ଏ ସବୁ ମୋର ଦରକାର ନାହିଁ l" ରବୀନ ପଚାରିଲେ, "ଆଉ ତୋର କଣ ଦରକାର ଖୋଲି କହ l" ଗୀତା ଉତ୍ତର ଦେଲା, "ମୋର ଜଣେ ବୋଉ ଦରକାର ଆଣି ଦିଅ ବାପା ନହେଲେ ମୁଁ କିଛି ଖାଇବିନି କି ସ୍କୁଲ ଯିବିନି "ଝିଅର ଜିଦ୍ଦି ଦେଖି ନବୀନ ବାବୁ ଘାବରେଇ ଯାଇ କହିଲେ, "ତୋ ବୋଉ ତୁ ଛୋଟ ଥିଲା ବେଳୁ ସ୍ୱର୍ଗକୁ ଚାଲି ଯାଇଛନ୍ତି l ଆଉ ଅବିକା କୋଉଠୁଁ ବୋଉ ଆଣିବି l ବୁଝିବାକୁ ଚେଷ୍ଟା କର l" ଗୀତା ନ ଛୋଡ଼ ବନ୍ଦା l ଜୋରରେ କାନ୍ଦି କାନ୍ଦି କହିଲା, " ଆମ ଦିଦି ବାହା ହୋଇ ନାହାନ୍ତି ବାପା l ତାଙ୍କୁ ବୋଉ କରି ଆମ ଘରକୁ ଆଣ l ମୋତେ ପାଠ ପଢ଼େଇ ଘରକାମ ସବୁ କରିବେ, ତୁମକୁ ରିହାତି ମିଳିବ l"


ଝିଅ ଗୀତାର ଏପରି ପରାମର୍ଶ ଶୁଣି ରବୀନ ବାବୁଙ୍କ ମୁହଁରୁ କଥା ବାହାରିଲାନି l ଝିଅର ମନ ଭୁଲାଇବାକୁ ବିଭିନ୍ନ ରକମର ମ୍ୟାଜିକ ଦେଖାଇବାକୁ ଲାଗିଲେ l ନିଜର ଟୋପି ଭିତରୁ ଅନେକ ଗୁଡ଼ିଏ ହୀରା ନୀଳା ମୋତୀ ମାଣିକ୍ୟପୂର୍ଣ୍ଣ ରଙ୍ଗ ବେରଙ୍ଗ କାଚ ବୋତଲ ଇତ୍ୟାଦି ବାହାର କଲେ l ହାତରେ ଧରିଥିବା ଇଣ୍ଡିଆନ ୱାଟର ବୋତଲରୁ ପାଣି କାଢ଼ି ଘରର ଚଟାଣ ଉପରେ ଛିଞ୍ଚି ଅନେକ ପ୍ରକାରର କଣ୍ଢେଇ ବାହାର କଲେ l କାଠ ଢାବଲ ଭିତରେ ପଶି ଉପରେ ଘୋଡ଼ଣୀ ଦେଇଦେଲେ l ଗୀତା ପ୍ରାୟ ପାଞ୍ଚ ମିନିଟ ପରେ ଢାଙ୍କୁଣୀ ଖୋଲି ବାପାଙ୍କୁ ନଦେଖି ବ୍ୟସ୍ତ ହୋଇ ପଡ଼ିଲା l " ଗୀତା ମୁଁ ଏଠି " ଗାଧୁଆ ଘର ଭିତରୁ ବାପାଙ୍କ ସ୍ୱର ଶୁଣି ଗୀତା ଚମକି ପଡ଼ିଲା l ତାପରେ ବାପାଙ୍କୁ କୁଣ୍ଢେଇ ପକାଇଲା l " ଝିଅର ଏପରି ବ୍ୟବହାର ଦେଖି ରବୀନ ବାବୁ ମନେ ମନେ ଗୁଡ଼ ଖାଇବାକୁ ଲାଗିଲେ l କିନ୍ତୁ ଗୀତା ଭୁଲିବାର ଜନ୍ତୁ ନୁହଁ l ପୁଣି ଜିଦ୍ଦି ଧରିଲା ବୋଉ ଆଣିବାକୁ l ବାପା ମନା କଲାଠୁଁ ରାଗି ଗଲା ଓ ବାପାପାଙ୍କର ତିଆରି ମ୍ୟାଜିକ ରତ୍ନ ବୋତଲ ମାଜିକ ସରଞ୍ଜାମ ସବୁ ନେଇ ଘର ପଛ ଗାଡ଼ିଆ ଭିତରକୁ ଫୋପାଡ଼ି ଦେଲା l ଦୌଡ଼ି ଯାଇ ଦିଦିଙ୍କୁ ଡାକି ଆଣିଲା l ପାଖ ନନାଙ୍କୁ ଡାକି ଆଣିଲା l ବାପ ଝିଅଙ୍କ ମଧ୍ୟରେ ଏପରି କଥା ଶୁଣି ଗାଁ ମୁଖିଆ ଓ ସରପଞ୍ଚଙ୍କ ସହିତ ଆଉ ଦୁଇ ଜଣ ଭଦ୍ରଲୋକ ଘରେ ପହଞ୍ଚିଲେ l ରବୀନ ବାବୁଙ୍କୁ ସମସ୍ତେ ବୁଝାଇଲେ l ଶେଷରେ ସେ ଝିଅର ଓ ଘରର ଭଲ ପାଇଁ ରାଜି ହେଲେ l ଗାଁ ମନ୍ଦିରରେ ଏକ ଆଦର୍ଶ ବିବାହ ଅନୁଷ୍ଠିତ ହେଲା l ମନ୍ଦିର ପ୍ରସାଦ ପାଇ ଗାଁ ଲୋକେ ଓ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀମାନେ ଖୁବ ଖୁସି ହେଲେ l ନବୀନ ବାବୁଙ୍କ କାନ୍ଧରେ ବସି ଗୀତା ଘରକୁ ଫେରିଲା ଆଉ ଦିଦି ଓରଫ ବୋଉଙ୍କୁ ମୁଣ୍ଡିଆ ମାରି ଘରେ ପଶିଲା l ଗୀତାକୁ ସମସ୍ତେ ଧନ୍ୟବାଦ ଦେଲେ l

              


Rate this content
Log in