Pranati Mishra

Others

2  

Pranati Mishra

Others

ସର୍ବଂସହା

ସର୍ବଂସହା

3 mins
7.1K


ସର୍ବଂସହା (ପ୍ରଣତି ମିଶ୍ର,ପୁରୀ)

ଶ୍ରାବଣର ବର୍ଷା,ପବନରେ କବାଟଟା ଛାଏଁ ଛାଏଁ ବନ୍ଦ ହେଉଥିଲା ଓ ଖୋଲୁଥିଲା। ସବୁଆଡେ ଅନ୍ଧାର,ଅନ୍ଧାର ଆଉ ଅନ୍ଧାର। ଜୁଳୁଜୁଳିଆ ପୋକ ଗୁଡାକ ଲକ୍ଷ୍ୟଭ୍ରଷ୍ଟ ଭାବରେ ବୋଧହୁଏ ଏଣେତେଣେ ଉଡି ବୁଲୁଥାନ୍ତି। ନଡିଆ ଗଛର ପତ୍ରଗୁଡାକ ମଝି ମଝିରେ ଖଡ୍ ଖାଡ୍ ଶବ୍ଦ କରୁଥାନ୍ତି। ଘଡଘଡି ଆଉ ବିଜୁଳି ଦାଉ ସାଧୁଛନ୍ତି ଯେମିତି। ବିଜୁଳିର ଝାପ୍ସା ଆଲୁଅରେ ଅଦୂରରେ ଏକ ଅସ୍ପଷ୍ଟ ଚେହେରା ଦୃଷ୍ଟି ଗୋଚର ହେଉଥିଲା ।ମନରେ ସାହସ ବାନ୍ଧିଲି ପାଖକୁ ଯିବାପାଇଁ। ଦେଖିବାପାଇଁ କାହାର ଛବି। ମତେ ଜମା ଭୟ ଲାଗୁନଥିଲା କାରଣ ସୁମନ୍ତଙ୍କ ଯିବା ପରେ ପରେ ମୋ ମନରୁ ଭୟ ନାମକ କଳା ବାଦଲ ଆପେଆପେ ଅପସରି ଯାଇଥିଲା। ଆସ୍ତେ ଆସ୍ତେ ବଢିଲି ଆଗକୁ ଆଗକୁ। ଏକ ଅସ୍ପଷ୍ଟ ହାତ ଯେମିତି ମତେ ହାତଠାରି ଡାକୁଥିଲା ପାଖକୁ ପାଖକୁ। ମୁଁ ଗଲି ଆହୁରି ପାଖକୁ ପାଖକୁ। ସେ ହାତ ଦୁଇଟି ମତେ ଜଡେଇ ଦରିବାକୁ ବ୍ୟଗ୍ର ହେଉଥିଲା ବୋଧେ। ମୁଁ ନିଃସଙ୍କୋଚରେ ପାଖକୁ ଗଲି। ସେ ହାତ ଦୁଇଟି ମତେ କୋଳାଗ୍ରତ କଲା, ଅସଂଖ୍ୟ ଚୁମ୍ବନରେ ମୋ ତନୁମନ ଉଲ୍ଲସିତ କଲା। ମୁଁ ହଜିଗଲି ସେ ବାହୁ ବନ୍ଧନରେ ଯେମିତି ପୃଥିବି ହଜିଯାଏ ଶ୍ରାବଣର ପ୍ରଥମ ସ୍ପର୍ଶରେ। ଅସ୍ତବ୍ୟସ୍ତ ହୋଇ ପଡୁଥିଲି ମୁଁ ,କିନ୍ତୁ ଫେରି ଆସିବାକୁ ଆଦୌ ମନ କହୁନଥିଲା।ଫିସ୍ ଫିସ୍ କରି କେତେ କଥା କହିଗଲା କାନରେ। ସବୁ ବୁଝି ବି ନବୁଝିବାର ଅଭିନୟ କଲି,କାରଣ ମୁଁ ଛିଡା ହୋଇଥିଲି ମୋ ଅତୀତ ଓ ବର୍ତ୍ତମାନର ଦୋଛକିରେ। ହଜିଲା ଅତୀତ ମତେ ପଛ ଆଡୁ ଜାବୁଡି ଧରୁଥିଲା ଆଉ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲିଦେଉଥିଲା।ତେଣୁ ପଛକୁ ଫେରିବାର ପ୍ରୟାସ ମୁଁ ଆରମ୍ଭ କରିଦେଇଥିଲି।
ବର୍ଷା ଆହୁରି ବିକଟାଳ ରୂପ ଧାରଣ କରୁଥିଲା ଆସ୍ତେ ଆସ୍ତେ। ହଠାତ୍ ଏକ ପରିଚିତ ବାସ୍ନା ଭାସିଆସି ମୋ ଶରୀରକୁ ବୁଡେଇଦେଲା। ମୁଁ ମନଭରି ଆଘ୍ରାଣ କଲି, କାରଣ ସେ ବାସ୍ନା ସହିତ ମୋର ପରିଚୟ ଥିଲା ବହୁଦିନର। ଅବେଳରେ ମତେ ଏକା ଛାଡି ଚାଲିଯାଇଥିବା ପ୍ରାଣପ୍ରିୟଙ୍କୁ ଆଣି ଶ୍ରାବଣ ମତେ ଯେମିତି ଉପହାର ସ୍ୱରୂପ ସମର୍ପି ଦେଇଥିଲା ମୋ ହାତରେ। ମୁଁ କୋଟିନିଧି ପାଇଲା ଭଳି ଅନୁଭବ କରୁଥିଲି ଆଉ ଶ୍ରାବଣକୁ ଧନ୍ୟବାଦ୍ କହିବାପାଇଁ ମୋ ପାଖରେ ଭାଷା ନଥିଲା। ମୁଁ ମନଭରି ଉପଭୋଗ କରୁଥିଲି ପ୍ରିୟଙ୍କର ମଧୁର ସ୍ପର୍ଶକୁ।
ହଠାତ୍ କାଉ କୋଇଲିଙ୍କ ରାବରେ ମୋ ନିଦ ଭାଙ୍ଗିଗଲା। ହଜିଗଲା ମୋ ମଧୁର ସ୍ୱପ୍ନ , ଚାଲିଗଲେ ପ୍ରିୟ ପୁଣି ସେଇ ଅଜଣା ରାଇଜକୁ ଯୋଉଠାରୁ ଆସିଥିଲେ ,ମୁଁ ନିଃସଙ୍ଗ ହେଇଗଲି। ଚାରିଆଡେ ଆଖିବୁଲାଇ ଆଣିଲି। କିଏ ବି କୋଉଠି ନଥିଲେ। ସମାଜର ଲକ୍ଷ୍ମଣ ରେଖା ଭିତରେ ମତେ ରହିବାକୁ ପଡିବ ଭାବି ନିତ୍ୟକର୍ମରେ ମନ ଦେଲି। ଅସହାୟ ଲାଗୁଥିଲା ବହୁତ କାହିଁକି କେଜାଣି। ବର୍ଷା ଟିକେ କମିଆସିଲାଣି। ମୋ ଆନ୍ତରଟା କ୍ଷତବିକ୍ଷତ ହୋଇଯାଉଥିଲା। ତୁମର ଅନୁପସ୍ଥିତି ମୁଁ ବହୁବାର ଅନୁଭବ କରୁଥିଲି। ଗୋଡରେ ମୋର ସମାଜର କୋରଡାବେଡି ।ତୁମ କଥା ଭାବିବାକୁ ମନା , ତୁମକତା ଲେଖିବାକୁ ମନା, ତୁମପାଇଁ ଲୁହ ଝରେଇବାକୁ ମନା। ଏଇ ମନା ମନା ଶବ୍ଦ ଶୁଣି ଶୁଣି ଅତିଷ୍ଠ ଲାଗୁଥିଲା ମତେ। ତଥାପି ଉପାୟ ଶୁନ୍ୟ।
ବିଶ୍ୱାସର ଦ୍ୱାହି ଦେଇ ସମାଜ ଆଉ ତୁମେ ବିଶ୍ୱାସଘାତକତା କରିଥିଲ ମୋ ସହିତ। ମୋ ନିଃସଙ୍ଗତା ମତେ ବାରମ୍ବାର ଆଘାତ କରୁଥିଲା ଆଉ ଆଘାତର ଦ୍ୱାରଦେଶକୁ ସମାଜ ମତେ ଅନାୟାସରେ ଠେଲିଦେଇପାରୁଥିଲା। ନିଜକୁ ସମ୍ଭାଳି ସମ୍ଭାଳି ମୁଁ ଥକି ପଡୁଥିଲି ଯେମିତି । ହୃଦୟଟା କ୍ଷତବିକ୍ଷତ ହେଇ ଯାଉଥିଲା। ଅମାନିଆଁ ଲୁହ ଅନିଚ୍ଛା ସତ୍ତ୍ୱେ ଗଣ୍ଡଦେଶ ଦେଇ ବୋହିଯାଉଥିଲା। ଲୁହକୁ ଲୁଚେଇବାକୁ ଚେଷ୍ଟା କରି ବେଳେ ବେଳେ ହାରିଯାଉଥିଲି। ହାରିବା ଯେମିତି ମୋ ଭାଗ୍ୟରେ ଲେଖା ହେଇରହିଛି ଆଗରୁ । ମୁଁ କଣ ସତରେ ଭୁଲ କରିଥିଲି ତମକୁ ଭଲ ପାଇ ,ମୋର ସର୍ବସ୍ୱ ତମକୁ ସମର୍ପଣ କରିଦେଇ , ଯୋଉଥିପାଇଁ ବଳକା ଜୀବନଟା ମତେ ତମବିନା କାଟିବାକୁ ପଡିବ ।
ବର୍ଷା କମି ଆକାଶଟା ଫର୍ଚ୍ଚା ଦିଶିଲାଣି । ହାୟରେ ଗରମ କଫି କପ୍ ।ମନକିନ୍ତୁ ସେଇ ବର୍ଷା ପାଖରେ ଅଟକି ରହିଛି । ସୁଖଦ ଅନୁଭବ ଗୁଡାକ ଗୁଡେଇ ତୁଡେଇ ହେଉଛନ୍ତି ମନ ଭିତରେ ।ମନ କହୁଛି ସାତ ସମୁଦ୍ର ତେର ନଈ ପାର ହୋଇ ଯାଇ ତମ କୋଳରେ ମୁଣ୍ଡରଖି ଭୋ ଭୋ କାନ୍ଦିଦିଅନ୍ତି ବୁହେ। ତାପରେ ମନଟା ଶାନ୍ତ ପଡିଯାଆନ୍ତା । ହେଲେ ତମ କୋଳ ମୋପାଇଁ ସ୍ୱପ୍ନ ଭଳିଥିଲା ।ତମକୁ ପାଖରେ ପାଇବାର ବିଫଳ ପ୍ରୟାସ କରୁଥିଲି । ତମ ମୋ ଭିତରେ ନିଷ୍ଠୁର ଭଗବାନଙ୍କୁ ଆଣି ଛିଡା କରଉଥିଲି ଆଉ ପଚାରୁଥିଲି କାହିଁକି କାହିଁକି ପ୍ରଭୁ ଏ ଦୁଃଖ ଏ ଯନ୍ତ୍ରଣା, କାହିଁକି ଏ ବିଛେଦର ଦୁଃଖ କେବଳ ନାରୀ ଜୀବନରେ ଭରିଦେଇଛ? ପୁରୁଷ ପ୍ରଧାନ ସମାଜରେ ନାରକୁ କାହିଁକି ହସିବା ମନଖୋଲା ହସ ହସିବାକୁ ମନା, ମନକଥା ଖୋଲିକରି କହିବାକୁ ମନା, ମନଭରି ମୁଠାଏ ଖାଇବାକୁ ମନା ।କାହିଁକି କାହିଁକି ଏ ପାତର ଅନ୍ତର ପ୍ରଭୁ ତୁମର? ସମାଜର ନୀତି ନିୟମ କାହିଁକି କେବଳ ନାରୀ ମାନଙ୍କ ପାଇଁ ,ପୁରୁଷ ମାନଙ୍କପାଇଁ କାହିଁକି ନୁହେଁ? ଏ ନିୟମ ଏ କାନୁନ୍ କଣ ତୁମର ନା ଏ ସମାଜର? ପ୍ରତି ମୁହୂର୍ତ୍ତରେ ଯୋଉ ନିୟମରୂପୀ ରାକ୍ଷସ ଅବଳାମାନଙ୍କୁ ଶୋଷଣ କରିଚାଲିଛନ୍ତି ସେମାନଙ୍କ ପାଇଁ କଣ କିଛି ନିୟମ କାନୁନ୍ ନାହିଁ? କେତେବେଳୁ ବର୍ଷା ତାବାଟରେ ସେ ଚାଲିଗଲାଣି ତା ଲୀଳା ଖେଳା ସାରି। ବାରଟା ବାଜିଲାଣି ଏଯାଏଁ ଚୁଲି ବି ଲାଗିନି । ମୁଁ ଯାଉଥିଲି ରୋଷେଇ ଘର ଆଡକୁ ଆଊ ପରିବାବାଲା ମଉସା ବାହାରେ ରଡି ଛାଡି ଛାଡି ଡାକୁଥିଲେ ......................................।


Rate this content
Log in

More oriya story from Pranati Mishra