STORYMIRROR

NIBEDITA DAS

Children Stories Inspirational Others

4  

NIBEDITA DAS

Children Stories Inspirational Others

ସଂଘର୍ଷ

ସଂଘର୍ଷ

4 mins
6

" ଏକ ରାସ୍ତା ହେଲେ


ମଣିଷ ହେଲା ତା ବାଟୋଇ


ରାସ୍ତାର ଆରମ୍ଭ ଜନ୍ମରୁ ହେଲେ


ଶେଷ ହୁଏ ମୃତ୍ୟୁ ହୋଇ "


ଏପରି ଲେଖିବାର ମାନେ ହେଲା ଜୀବନର ଦୁଇଟି ଜିନିଷ ହିଁ ସତ୍ୟ । ଯାହା ହେଉଛି ଜନ୍ମ ଆଉ ମୃତ୍ୟୁ । ଯେତେବେଳେ ମଣିଷ ଜନ୍ମ ନିଏ ସେତେବେଳ ଠାରୁ ନେଇ କି ଜୀବନର ଅନ୍ତିମ ପର୍ଯ୍ୟନ୍ତ ମଣିଷ ଖାଲି ସଂଘର୍ଷ ହିଁ କରୁଥାଏ । କେତେ ଚିହ୍ନା ଅଚିହ୍ନା ଲୋକ ଦେଖା ହୁଅନ୍ତି । କେତେ ଯେ ସମ୍ପର୍କରେ ମଣିଷ ବନ୍ଧା ହୁଏ । କେତେ ଚିହ୍ନା ଲୋକ ସମୟ ଅନୁସାରେ ପର ହୋଇଯାନ୍ତି ତ କେତେ ଅଚିହ୍ନା ଲୋକ ହୃଦୟରେ ଘର କରି ବସନ୍ତି । ଶେଷରେ କଣ ହୁଏ ନା ମଣିଷ ହଳିଯାଏ ଏଇ ଚିହ୍ନା ଅଚିହ୍ନା ସମ୍ପର୍କରେ ।


ଜୀବନରେ ବହୁତ ଭାବିଛି । ଏତେ ବଡ଼ ଦୁନିଆରେ କେତେ ଯେ ଲୋକ, ଯେତେବେଳେ ଛୋଟ ଥୁଲି କିଛି ଜାଣି ପାରୁ ନଥୁଲି କିନ୍ତୁ ଯେତେବେଳେ ବଡ଼ ହେଲି ଆଉ ରାସ୍ତାରେ ଚାଲିବା ଶିଖିଲି ଜାଣି ପାରିଲି ଯେ କାହା ଜୀବନରେ କେତେ ପ୍ରକାରର ଦୁଃଖ, କିଏ ବଡ଼ ମଣିଷଟିଏ ହେବା ପାଇଁ ସଂଘର୍ଷ କରୁଛି ତ କିଏ ପାଠ ପଢ଼ି ଭଲ ରେଜଲ୍ଟ କରିବା ପାଇଁ । ଏକ ସୁନ୍ଦର କାହାଣୀଟିଏ ଏଠାରେ ମୁଁ ଲେଖିବା ପାଇଁ ଚାହୁଛି ଆଶା ସମସ୍ତଙ୍କୁ ଭଲ ଲାଗିବ । ମୋର ଏକ ନିଜସ୍ଵ ଅନୁଭୂତି । ସଂଘର୍ଷମୟ ଜୀବନ ବିଷୟରେ ବିଶେଷ କିଛି ଅଭିଜ୍ଞତା ତ ମୋର ନ ଥିଲେ ବି ସୁଦ୍ଧା କିଛି ବିଷୟ ଉପରେ ଉପସ୍ଥାପନା ମୁଁ ଦେବାକୁ ଚାହିଁବି ।


ମଧୁପୁର ଗ୍ରାମର ବାସିନ୍ଦା ଅନୁରାଗ ବାବୁ । ତାଙ୍କ ଧରମପନ୍ଥୀଙ୍କର ନାମ ସରିତା । ସରିତାଙ୍କ ବାହାଘର ଦଶବର୍ଷ ପର୍ଯ୍ୟନ୍ତ କୌଣସି ସନ୍ତାନ ଜାତ ହୋଇ ନଥିଲା, ସେଥିପାଇଁ ସବୁ ସମୟରେ ଦମ୍ପରି ଦୁଇଜଣ ମନ ଦୁଃଖରେ ସମୟ ଅତିବାହିତ କରୁଥିଲେ । କିନ୍ତୁ ଦିନେ ସମୟ ଆସି ପହଞ୍ଚିଲା ଯେ ତାଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ଲାଭ କଲା । ସ୍ନେହରେ ପୁଅଟିର ନାମ ଦେଲେ ଅରୁଣ । ଆଉ ତାଙ୍କ ସ୍ନେହରେ ତାକୁ ଥିଲେ ଅରୁ ବୋଲି । ଅତି ମଧ୍ୟରେ ପରିବାରରେ ସମସ୍ତେ ହସଖୁସିରେ ଦିନ ଅତିବାହିତ କରୁଥିଲେ । କିନ୍ତୁ ସମୟର ତାଡ଼ନା ଥିଲା ହିଁ କିଛି ଅଲଗା। ଖୁସିରେ ଅତିବାହିତ କରୁଥିବା ପରିବାରରେ କେଜାଣି କାହା ନଜର ଲାଗିଗଲା । ସେତେବେଳେ ଅରୁଣକୁ ହୋଇଥିଲା ଜମାରୁ ୧୨ ବର୍ଷ । ଏତେ କଅଁଳିଆ ବୟସରେ ଅନୁରାଗ ବାବୁଙ୍କର ଧରମପନ୍ଥୀ ସରିତାଙ୍କର ମାନସିକ ସନ୍ତୁଳନ ବିଗିଡ଼ିଗଲା । ଯେମିତି କି ସେ ହଠାତ୍ କଣ କରୁଥିଲେ କଣ କହୁଥିରେ ସେ କିଛି ବୁଝିପାରୁ ନଥିଲେ । ଅନୁରାଗ ବାବୁ ଡାକ୍ତରଙ୍କ ପରାମର୍ଶ ନେଇ ଜାଣିବାକୁ ପାଇଲେ ଯେ ସରିତା ଦେବୀ ପୁରାପୁରି ଭାବରେ ପାଗଳି ହୋଇ ଯାଉଛନ୍ତି । ଯେମିତିକି ଅନୁରାଗ ବାବୁଙ୍କର ମୁଣ୍ଡରେ ବଜ୍ରପାତ ପଡ଼ିଗଲା । ଆଉ ଅରୁଣ ତ କିଛି ବୁଝି ହିଁ ପାରୁ ନଥୁଲା । ଏମିତିରେ କଟିଗଲା ୧୦ ବର୍ଷ । ଅରୁଣ ସେତେବେଳେ ପଢୁଥାଏ କଲେଜରେ । ପିଲାଟି ସବୁବେଳେ ହସୁଥାଏ । ସମସ୍ତଙ୍କ ସହିତ ଖୁସିରେ ମିଶୁଥାଏ । ପାଠ ମଧ୍ୟ ଭଲ ପଢୁଥାଏ । ଏତେ ସାଙ୍ଗସାଥୀ ମିଶିଲା ପରେ ମଧ୍ୟ କୌଣସି ସାଙ୍ଗସାଥୀ ଜାଣିପାରୁ ନଥିଲେ, ଯେ ଅରୁ ଖୁସିରେ ଅଛି କି ଦୁଃଖରେ ଅଛି । ସମସ୍ତେ ଭାବୁଥାରି ଦୁନିଆର ସବୁଠୁ ଖୁସି ମିଜାଳ୍ ପିଲା ସେ କିନ୍ତୁ କଥା ହିଁ ଥିଲା କିଛି ଅଲଗା । ହସଖୁସିରେ କଟାଉଥବା ପିଲାଟିର ମନ ଯେ ସବୁ ବେଳେ ଅସ୍ଥିରତା ଭିତରେ ଗତି କରୁଥିଲା ସେ କଥା କିଏ ଜାଣେ, ସାଙ୍ଗସାଥୀ ମାନଙ୍କର କଳ୍ପନା ଜଳ୍ପନା ପରେ ହିଁ ଧରା ପଡ଼ିଥିଲା ଯେ ଅରୁ କେତେ ଦୁଃଖିତ । ମା'ଙ୍କର ସେବା ଧର୍ମ ସହିତ ବାପାଙ୍କର ଖାଇବା ପିଇବା ଖବର ସବୁ ଅରୁ ହାତରେ । ଘର କଥା ସହିତ ବାହାର ଖବର ତା ସହିତ ପୁଣି ପାଠ ପଢ଼ିବା ସଂଘର୍ଷ ସବୁ ଏକା ସହିତ କରୁଥିଲା ଅରୁଣ । କଣ କରିବ ସଂଘର୍ଷ ପିଲାଟି ଯେ ୧୨ ବର୍ଷରୁ ସଂଘର୍ଷ କରୁଥିଲା । ମା’ର ସ୍ନେହ, ମମତାରୁ ପିଲାଟି ବଞ୍ଚିତ ଥିଲା । ସବୁ ପିଲାମାନେ ପାଠ ପଢ଼ିବା ସମୟରୁ ମା ହାତ ରୋଷେଇ ଖାଉଥିବା ବେଳେ ଅରୁ କରୁଥିଲା ନିଜେ ରୋଷେଇ ସବୁ କାମ ଏକା ଏକା, ଇତି ମଧ୍ୟରେ ସବୁ ସେବାଧର୍ମ କରି ଯେତେବେଳେ ସେ କଲେଜ ପାଠ ପଢ଼ିବା ପାଇଁ ଯାଉଥିଲା ତାର ଚେହେରାଟିରେ ଟିକିଏ ବି ଦୁଃଖର ପରିଭାଷା ଦେଖିବାକୁ ମିଳୁ ନଥିଲା । କାରଣ ସେ ଜାଣି ହେଇଥିଲା ଯେ ଏଇଟା ହିଁ ଜୀବନର ସତ୍ୟ, ଏହି ପରିସ୍ଥିତିରେ ହିଁ ତାକୁ ବଞ୍ଚିବାକୁ ପଡ଼ିବ ଆଉ ବଞ୍ଚେଇବାକୁ ପଡ଼ିବ । ଘରର ଏକମାତ୍ର ପୁଅ ବୋଲି ସେ ତା'ର ଜୀବନଟି ଉତ୍ସର୍ଗ କରି ଦେଇଥୁଲା । ନିଜ ପରିବାର ମୁହଁରେ ଟିକିଏ ହସ ଫୁଟାଇବାକୁ । କିନ୍ତୁ ସମୟର ବିଡ଼ମ୍ବନା ହିଁ ଥିଲା କିଛି ଅଲଗା। ମାନସିକ ସନ୍ତୁଳନ ହରାଇଥ‌ିବା ତାର ମାଆ ଦିନେ ଡାକ୍ତରଖାନାରେ ପଡ଼ିବେ ବୋଲି ସେ କି 

ଜାଣିଥୁଲା, କାରଣ ଡାକ୍ତର ସବୁଦିନ ପାଇଁ ତାଙ୍କୁ ଡାକ୍ତରଖାନାରେ ରହିବାର ଅନୁମତି ଦେଇଥିଲେ । ଯାହାଙ୍କୁ ଅରୁ ମନା ମଧ୍ୟ କରି ପାରି ନଥିଲା । ପରିସ୍ଥିତି ଚାପରେ ତା’ର ମାଆର କଣ ଯେ ଅବସ୍ଥା ହେବ ସେ କି ଜାଣିଥିଲା କିନ୍ତୁ ସେ ସଂଘର୍ଷ କରିବା ଛାଡ଼ି ନଥୁଲା ।


ଏହି ଛୋଟ ପ୍ରବନ୍ଧରୁ ଏହି କଥା ଜଣା ପଡ଼େ ଯେ ସମସ୍ତଙ୍କର ହସ ପଛରେ କି କାହାଣୀ ଲୁଚି ରହିଛି କାହାକୁ ବା ଜଣା, ଏଇ ଯେପରି ଅରୁର କାହାଣୀ । କେବେ କେବେ ଗୋଟିଏ କଥା ଭାବିଲେ ବହୁତ ଦୁଃଖ ଲାଗେ ଯେ ସଂଘର୍ଷ ବିନା କି ଜୀବନ ପୁରା ମଣିଷ ସମାଜ ‘ସଂଘର୍ଷ’ ନାମକ ଏଇ ଛୋଟିଆ ଶବ୍ଦ ପଛରେ ଧାଇଁଛନ୍ତି । ଆଉ ସଂଘର୍ଷର ଏଇ ବାଟରେ ଚାଲି ଚାଲି ଯିଏ ଏହାର ସ୍ଵାଦ ଚାଖିଛି ସେ ହିଁ ମଣିଷଟିଏ ପରି ମଣିଷ ହୋଇ ପାରିଛି। ଆଉ ଅରୁଣ ଏହାର ଉଦାହରଣ ।


ସଂଘର୍ଷ ମୟ ଜୀବନ, ଅଟଇ ଯାହାର ମନ ଚଳିଛି ଆଉ ଚଳି ପାରିଛି ଦୁନିଆର ଏଇ ଛକିଶୂନ ।”


Rate this content
Log in