STORYMIRROR

Ritansubala Padhi

Others

3  

Ritansubala Padhi

Others

"ସ୍ମୃତି ", " ମୁଁ ଓ ମୋର ସ୍ମୃତି "

"ସ୍ମୃତି ", " ମୁଁ ଓ ମୋର ସ୍ମୃତି "

1 min
839

ମୁଁ ମୋର ଏଇ ଛୋଟ କବିତାଟି ସମ୍ପର୍କରେ କିଛି ଲେଖିବାକୁ ଚାହେଁ, ପ୍ରଥମତଃ : ଏ ମୋର ଦୁଇଟି କବିତା ଅଲଗା ନୁହେଁ l ଗୋଟିଏ କବିତାର ଦୁଇଟି ସ୍ତମ୍ଭ l 

ଦ୍ୱତୀୟତଃ : ପ୍ରତ୍ୟେକ ମନୁଷ୍ୟଙ୍କ ପାଇଁ 'ସ୍ମୃତି ' ଅଲଗା ଅଲଗା ହୋଇଥାଏ l ଏ କବିତା ମୋର ନିଜସ୍ୱ ' ସ୍ମୃତି' ସମ୍ପର୍କରେ l

     ସ୍ମୃତି

ସ୍ମୃତି ନୁହଁ ଦୂରଦିଗବଳୟର ଛାୟା କୁହେଳି

ଅବା ଚୀରମରୁର ଦଗ୍ଧିଭୂତ ଯନ୍ତ୍ରଣା...

ସ୍ମୃତି ନୁହଁ ଶ୍ରାବଣର ଖଣ୍ଡ ଭସାବାଦଲ

    କ୍ଷଣିକେ ଯିବ ସେ ଝରି...

ସେ ଯେ ଅନିମିଳିତ ଗୋଲାପ

ମନେକେବେ ଯାଏନା ମଉଳି

ସାଇତା ସେ ହୃଦୟ ଗହ୍ୱରେ..

ଚିରିବନି, ଲିଭିବନି ଅବା ହଜିବନି l

      ମୁଁ ଓ ମୋର ସ୍ମୃତି

ବରଂ...

ବରଂ ଖୁବ ଭଲହୁଅନ୍ତା

ମୁଁ ଓ ମୋର ସ୍ମୃତି ଏକ ହୋଇଥାଆନ୍ତୁ

ପଥିକ ବନନ୍ତୁ ଶୂନଶାନ ପଥରେ

ନିଶ୍ଚିହ୍ନତାକୁ ସାଥିରେ ନେଇ....

ଦୁଃଖ ବlଢିବସନ୍ତୁ ନିରବତା ଆଗରେ

କେଉଁ ଏକ ଅନ୍ଧାରୀ ଇଲାକାରେ...

ଆଙ୍କିବସନ୍ତୁ ନୂଆକିଛି

ଭାବନାର କ୍ୟାନଭାସରେ...

ପାଶୋରିପକାନ୍ତୁ ଅସନ୍ତୋଷ ସବୁକୁ

ଆଞ୍ଜୁଳା ଆଞ୍ଜୁଳା ଅତୃପ୍ତିକୁ...

ମେଞ୍ଚା ମେଞ୍ଚା କୋହକୁ

ଠେଲିଦିଅନ୍ତୁ ଦୂରକୁ ବହୁଦୂରକୁ..

ଅହମିକାର ଅପନ୍ତରlକୁ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍