STORYMIRROR

Pandit Padmalochan Dash

Others

3  

Pandit Padmalochan Dash

Others

ସୀତାଚୋରି Seetaa Chori

ସୀତାଚୋରି Seetaa Chori

1 min
14.8K


ଜୀବନର ସ୍ୱଚ୍ଛତା ହିଁ ସୀତା l ଭାବନାର ଶୁଦ୍ଧତା ହିଁ ସୀତା ll ବଞ୍ଚିବାର ଶିଷ୍ଟତା ଆଉ.. ବ୍ୟବହାରର ମିଷ୍ଟତା ହିଁ ସୀତା ll1ll ଭାବିବା କହିବା କରିବା ସବୁର ଗୋଟେ ସୀମା ଥାଏନା ! ଏହାହିଁ ବ୍ୟକ୍ତିତ୍ୱର ଲକ୍ଷ୍ମଣରେଖା l ଏ ପାଖରେ ସୀତା.. ସେ ପାଖରେ କଳୁଷର ରାବଣ ମାଗୁଥାଏ ବିଧ୍ୱଂସର ଭିକ୍ଷା ll2ll ଦିଆସିଲି କାଠି ପରି ନିରୀହ- ନଗଣ୍ୟବେଶ ଧରି ଆସେ l କ୍ଷଣକରେ ଆଜୀବନ ସାଧନାର- ଖାଣ୍ଡବକୁ ଜାଳିଦେଇ ବସେ ll3ll ପିନ୍ଧିଲେ ତୁଳସୀମାଳି ବାଘ କ'ଣ ଘାସ କେବେ ଖାଏ?- ପାପ କେବେ ଆତିଥ୍ୟର ପାତ୍ର ହୋଇପାରେ??..l ଜୀବନରେ,ଜୀବିକାରେ,କୌଣସି- ବୟସ ବା ପରିସ୍ଥିତିରେ ll4ll ଭ୍ରମବଶତ8 ଯଦିକେହି.. ପରିସ୍ଥିତିର ଦ୍ୱାହି ଦେଇ- ଲକ୍ଷ୍ମଣର ଗାର ଡେଇଁଯାଏ l ପବିତ୍ରତାର ଲାବଣ୍ୟ-ବିଗ୍ରହ ସୀତା ଚୋରି ହୋଇଯାଏ ll5ll ମୋର ବ୍ୟକ୍ତିତ୍ୱ କ'ଣ "ମର୍ଯ୍ୟାଦା ପୁରୁଷୋତ୍ତମ ସମର୍ଥ ରାମଚନ୍ଦ୍ର".. ରାବଣକୁ ମାରି ଯିଏ ଉଦ୍ଧରିବ ସୀତା !! ସମୁଦ୍ର ବାନ୍ଧିବା କ'ଣ ସମ୍ଭବ ମୋ'ପକ୍ଷେ- ବୁଡ଼ିମରିବାଟା ସାର ! ଆଉ- ଫେରିହେବନି ଅଯୋଧ୍ୟା ଆଉ ଫେରିହେବନି ଅଯୋଧ୍ୟା ll6ll ***************************


Rate this content
Log in

More oriya story from Pandit Padmalochan Dash