STORYMIRROR

Niharika Sahu

Others

2  

Niharika Sahu

Others

ଶିଳ୍ପ ଓ ଶିଳ୍ପୀ

ଶିଳ୍ପ ଓ ଶିଳ୍ପୀ

1 min
3.4K


ମୁଁ ମୋର କଳ୍ପନା ଆଉ ମୁଁ ବାସ୍ତବର ଏକ ନମୁନା ମୁଁ ବଞ୍ଚି ପାରେନା ତୁମ ବିନା ଆଉ ତୁମେ କିଛିନୁହଁ ମୋ ବିନା । ମୁଁ ନିଜକୁ ଦେଖେ ତୁମ ଦେହର କୋଣେ ଅନୁକୋଣେ । ମୋହିତ ହୁଏ ଢେର ସମୟ ହଜିଯାଏ ସବୁ ଭୁଲି ଯାଏ ଖାଲି ତୁମକୁ ଛୁଇଁବାକୁ ମନହୁଏ । ଆଉ ତୁମେ ଚାହଁ ମୁଁ ଛୁଇଁ ଯାଆନ୍ତିକି ବାରବାର ପ୍ରିତୀର ଫଗୁ ଵୋଳନ୍ତି ତୁମ ଦେହସାରା । ଜେବେବି ଆସେ ତୁମ ପାସେ ଫେରିବାକୁ ମନ ମନା କରେ ତୁମେବି ମନେ ମନେ କୁହ ତୁମେ ଖାଲି ମୋର ପାସେ ଥାଅ । ଆଉ ମୋତେ ଖାଲି ଦେଖୁଥାଅ ମୁଁ ସେମିତି ସୁଂଦର ଅଛିନା ? ଯେମିତି ତୁମ କଲ୍ପନା ଦିଶେ ? ମୁଁ କହେ ନା ତୁମ ଓଠର ହସ ଟିକେ କମିଗଲା, ତୁମେ କୁହ ସବୁ ଖୁଣତକ ଠିକ କରିଦିଅ,ଆଉ ଜଣେଇଦିଅ ମୁଁ ନାହିଁ ତ ତମେ ନାହଁ ।। ଏମିତି ପ୍ରେମାଳାପରେ କେତେ ରାତି ବିତେଇଛେ ଉଯାଗରେ । ଚୁପ ଚାପ୍ ଥାଇ କେତେ କଥା ହୋଇଛେ ଖାଲି ଆଖିରେ ଆଖିରି.... ହେଲେ ତମକୁ ଆଉ କିଏ ଆସି ମୋଟା ଟଙ୍କା ଦେଇ ନେଇଗଲା ମୋ ଠାରୁ କେତେ ସହଜରେ ଆଖିରେ ଳୁହକୁ ଚାପି ଛାତିରେ ପଥର ରଖି ତୁମକୁ ତା ହାତେ ତୋଳି ଦେଲି ଘରେ ମୋର ଚୁଲ୍ଲି ଜଳିବା ବୋଲି । ତୁମେବି ମୋ କଥା ଜାଣିଥିଲା ତେଣୁ ଉପରେ ସେମିତି ହସୁଥିଲା ଯେମିତ ଆଗରୁ ହସି ମୋତେ ହସାଅ ... ତୁମେ ସଜୁଛା କାହା ମହଲରେ ଚକ ଚାକ୍ କାଚଘରେ ଏଠି ମୁଁ ଝୁରି ହୁଏ ତୁମକୁ ଆଉ ମନକୁ ଏୟା କହି ବୁଝାଉଚି ଆମ ସମ୍ପର୍କ ଟା କଣ କି??? ତୁମେ ମୋ ଶିଳ୍ପ ଆଉ ମୁଁ ତୁମ ଶିଳ୍ପୀ....

ନିହାରିିକା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍