Ajit Raut

Others

1.0  

Ajit Raut

Others

ସାହାଯ୍ୟ

ସାହାଯ୍ୟ

4 mins
5.7K


କାର୍ତ୍ତିକ ମାସର ଅନ୍ତିମ ପର୍ଯ୍ୟାୟରେ ମଦନ ତାହାର ଚାଷର ଅମଲ ଶେଷ କରିଛି। ବିଗତ ବର୍ଷ ଅପେକ୍ଷା ଏ ବର୍ଷ ଅମଲ ବହୁତ କମ ହୋଇଛି। ତିତଲୀ ବାତ୍ୟା ତାର ସବୁ ଧୂଲିସାଦ୍ କରି ଦାଉ ସାଧି ଚାଲିଗଲା। ଜମିର ଫସଲ ରେ ସେ ବର୍ଷ ସାରା ଭଲରେ ଚଲି ଯାଉଥିଲା। ହେଲେ ଏ ବର୍ଷ ଦୁଇ ମାସ ପାଇଁ ମଧ୍ଯ ଅଢିଆ ହେବନାହିଁ। ଘରେ ତାର ମା, ସ୍ତ୍ରୀ ଆଉ ବାର ବର୍ଷର ଝିଅ ଏହି ଚାରିଜଣଙ୍କୁ ନେଇ ତାର ହସ ଖୁସିର ସଂସାର।

ପରିବାର ଚଲିବ କିପରି ? ମନରେ ଏ ଗୋଟେ ପ୍ରଶ୍ନ ଉଙ୍କି ମାରୁଥାଏ ।ତେଣେ ଝିଅର ପାଠ ପଢା ପାଇଁ ଲୁଗାପଟା,ବହିପତ୍ର ,ସ୍କୁଲ ଫିସ୍ କେତେ କଣ ଖର୍ଚ୍ଚ ଅଛି । ଏତେ ଟଙ୍କା କୋଉଁଠୁ ଆଣିବ ।ଏ କଥା ଭାବି ଭାବି ପେଟର ଭୋକ ମରିଯାଏ ଆଉ ଆଖିର ନିଦ ହଜିଯାଏ ।

ଚିନ୍ତାରେ ତାର ମଥା ଘୁରିଯାଉଥାଏ । ଏ ସମୟରେ ମଦନର ମନେ ପଡିଲା ତା ପିଲା ଦିନର ସାଂଗ ମହେଶ୍ଵର କଥା।ମହେଶ୍ବର ଜଣେ ସରକାରୀ କର୍ମଚାରୀ । ବହୁତ ଭଲରେ ହସଖୁସିରେ ତା ସଂସାର ଚଲେ ।ମହେଶ୍ଵର ଏବେ ରହୁଛି ଗାଁରୁ ଷାଠିଏ କିଲୋମିଟର ଦୂରରେ ଥିବା ଭୁବନେଶ୍ଵରରେ । ସେ କୋଟି କୋଟି ଟଙ୍କାର ମାଲିକ । ବିଭିନ୍ନ ପ୍ରକାରର ବ୍ୟବସାୟ ମଧ୍ୟ କରୁଥିଲା । ମଦନ ମନରେ ଅନେକ ଆଶା ଓ ବିଶ୍ବାସ ରଖି ସକାଳର ବସରେ ଭୁବନେଶ୍ଵର ବାହାରିଲା।ମହେଶ୍ଵରକୁ ଭେଟି ତାରି ଅସୁବିଧା କଥା ଜଣେଇଲା ଓ କିଛି ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରି କାକୁତି ମିନତୀ ହେଲା।କିନ୍ତୁ ମହେଶ୍ବର ସବୁ କଥା ଶୁଣି ସାହାଯ୍ୟ କରିବା ପାଇଁ ରୋକ୍ ଠୋକ୍ ମନା କରିଦେଲା । ଆଉ କହିଲା -ତୋତେ କଣ ସାହାଯ୍ୟ କରିବି ? ଦିନେ ଦୁଇ ଦିନ ,ପାଞ୍ଚଦିନ ସିନା ତତେ ଖାଇବାକୁ ଦେବି। ତୋର ଚାଷ ଭଲ ହେଲିଣି ବୋଲି କଣ ତୋତେ ତୋ ପରିବାରକୁ ବରଷ ସାରା ମୁଁ ପ୍ରତିପୋଷଣ କରିବି । ଛୋଟ ବେଳେ ସିନା ମୋ ଖାଇବାରୁ ତୋତେ ଅଧା ଦେଇ ଭାଗବଣ୍ଟା କରୁଥିଲି,ମୋ ଠାରୁ ଖାତା ,ପେନ୍ ,ବହି ନେଉଥିଲୁ,ତୋତେ ପୁରୁଣା ସାର୍ଟପ୍ୟାଣ୍ଟ ଦେଉଥିଲି ,ହେଲେ ତୁ ଭୁଲିଯାଆନା ମଦନ ସେଇ ସମୟ ଥିଲା ପିଲାବେଳ ଆଜି ଆଉ ସେ ସମୟ ଆଉ ନାହିଁ ।ମଦନର ମନ କାଚ ଗ୍ଲାସ ଭଲି ଭାଙ୍ଗି ଖଣ୍ଡ ବିଖଣ୍ଡ ହେଇଗଲା ।ମହେଶ୍ବରର କେଇ ପଦ କଠୋର କଥାରେ । କିଛି ସମୟ ନିରବ ରହି କହିଲା - ମୁଁ ତୋତେ ମାହାଲିଆ କିଛି ମାଗିବାକୁ ଆସିନି ।ମୁଁ ତୋ ପାଖରେ ରହି କିଛି କାମ କରିବି ମୋ ପରିବାର ପୋଷିବାକୁ।ତୁ ଯାହା କହିବୁ ସାଙ୍ଗ ମୁଁ ତାହା କରିବି ।ଦରକାର ପଡିଲେ ତୋ ଘରର କାମ ଦାମ କରିବି, ଲୁଗାପଟା ସଫା ,ଘର ସଫା, ବଗିଚା କାମ ସବୁ କରିବି ।ହେଲେ ମୋତେ ଏଡାଇ ଦିଏ ନାରେ ସାଙ୍ଗ ।ମୋ ଉପରେ ଟିକେ ଦୟାକର ।ମହେଶ୍ବର କିଛି ବି ଶୁଣିଲାଣି ମନା କରିଦେଇ କହିଲା-ମୁଁ ତୋର କିଛି ବି କରିପାରିବିନି ଚାଲିଯା ଏଠୁ ।ମୁହଁ ଶୁଖେଇ ମଦନ ଫେରି ଆସିଲା ମହେଶ୍ବର ଘରୁ , ମନରେ ଅନେକ ପ୍ରକାର ର ଭାବନା ଦୋହଲୁଥାଏ ।କେତେ ଆଶା ନେଇ ଆସିଥିଲି ସବୁ ପାଣି ଫୋଟକା ପରି ଫାଟି ଗଲା ।କଣ କରିବି ବୁଦ୍ଧି ଦିଶୁନାହିଁ ।କେମିତି ପରିବାରର ତିନି ପେଟକୁ ଦାନା ଦେବି ।ଛି ଏମିତି ଜୀବନ ଜୀଇବା ।ଏମିତି ନିଜକୁ ନିଜେ କହି ହେଉଥାଏ । ବସ୍ ଷ୍ଟାଣ୍ଡକୁ ଆସି ବସ୍ ରେ ବସିଲା । ଭାବୁଥାଏ ଖାଲି ଗୋଟିଏ କଥା ପରିବାର କେମିତି ଚଲିବ ।କେମିତି ସେ ଯୋଗାଡ କରିବ ଅର୍ଥ । ବେଳେବେଳେ ନିଜ ଜୀବନକୁ ଧିକ୍କାର ମଧ୍ୟ କରୁଥାଏ । କଣ ସେ କରିବ ବୁଦ୍ଧି ଦିଶୁନଥାଏ ।କୁଆଡେ ଯିବ ଘରକୁ ଗଲେ ନିଶ୍ଚୟ ମା ଆଉ ସ୍ତ୍ରୀ ପଚାରିବେ କଣ କାମ ମିଲିଲା ।ଟଙ୍କା ନେଇ ଆସିଛ କି ।ଏମିତି ଅନେକ ପ୍ରଶ୍ନ ପଚାରିବେ। କି ଉତ୍ତର ଦେବି ।ହଠାତ୍ ଏତିକି ବେଳେ ମଦନର ଆଉ ଜଣେ ସାଙ୍ଗ ମନୋଜ ସହ ଦେଖାହେଲା । ଯିଏ କି ସ୍କୁଲ୍ ରେ ପଢୁଥିବା ସମୟରେ ବହୁତ ମାର୍ ପିଟ୍ କରୁଥିଲା ମଦନ ସହ ।ମଦନକୁ ବହୁତ ହଇରାଣ

କରୁଥିଲା ।ବହି ପତ୍ରକୁ ଛଡେଇ ନେଇ ଚିରା ଫୋପଡା କରୁଥିଲା ।ମଦନକୁ ଦେଖି ମନୋଜ କହିଲା କି ରେ ମଦନ ସାଙ୍ଗ କୁଆଡେ ଯାଇଥିଲୁ ।ମୋତେ ଚିହ୍ନି ପାରିଲୁଟି । ମୁଁ ମନୋଜ ତୋ ସ୍କୁଲ୍ ସାଙ୍ଗ । ମଦନ କହିଲା ହଁ ହଁ ଚିହ୍ନି ପାରିଲି । ମଦନର ଶୁଖା ମୁହଁକୁ ଆଉ ଛଳଛଳ ଆଖିକୁ ଦେଖି ମନୋଜ ପୁଣି

ପଚାରିଲା - କଣ ହେଇଛି ସାଙ୍ଗ ତୋ ମୁହଟା ଶୁଖିଯାଇଛି କାହିଁକି ? କଣ ଅସୁବିଧା ହୋଇଛି କି ।ଆରେ ମତେ କହ । ମୁଁ ଆଉ ସେଇ ସ୍କୁଲ୍ ସାଙ୍ଗ ନାହିଁ ପୁରାପୁରି ବଦଲି ଯାଇଛି ।ମଦନ କାନ୍ଧରେ ହାତ ରଖି ମନୋଜ ଆଉ ଥରେ କହିଲା ଲୁଚାନି ସାଙ୍ଗ କଣ ହେଇଛି ମୋତେ କହ ।ମଦନ ହା କରି କାନ୍ଦି ପକେଇଲା ଆଉ ମନୋଜକୁ କୁଣ୍ଢେଇ ଧରି ତା’ର ଅସୁବିଧା ସବୁ କହିଲା ।ମନୋଜ ସବୁ କଥା ଶୁଣି ସାରି ମଦନ ଆଖିର ଲୁହକୁ ପୋଛି କହିଲା - ଚିନ୍ତା କରନି ସାଙ୍ଗ ମୁଁ ତୋତେ ସାହାଯ୍ୟ କରିବି । ମନୋଜ ଜଣେ କଲେଜର ଅଧ୍ୟାପକ ଏବଂ ଜଣେ ଜଣା ଶୁଣା ପରିଚିତ ଲୋକ ।ସମାଜରେ ସେ ବହୁତ ସମ୍ମାନ ପ୍ରତିଷ୍ଠା ଅର୍ଜନ କରିଛି । ଘରେ ତା’ର ଦୋକାନ ମଧ୍ୟ ଅଛି ।ମନୋଜ ମଦନକୁ କହିଲା- ତୋର କିଛି ଅସୁବିଧା ହେବନି ରେ ସାଙ୍ଗ ମୁଁ ଥାଉ ଥାଉ ।

ମନରେ ସାହାସ ଦେଇ କହିଲା ସାଂଗ ତୁ ମୋ ପାଖରେ ରହିବୁ। ଆଉ ମୁଁ ତୋତେ କିଛି ଅର୍ଥ ସାହାଯ୍ୟ କରିବି। ମଦନ ସହମତି ପ୍ରକାଶ କରି କହିଲା ହଁ ସାଂଗ ଆସନ୍ତା କାଲି ଠାରୁ ମୁଁ ତୋ ପାଖରେ ରହିବି ।କାଲି ସକାଳୁ ତୋ ଘରକୁ ଯିବି ମନୋଜ ହଁ କହିଲା। ମଦନ ଆର ଦିନ ସକାଳୁ ମନୋଜ ଘରକୁ ଗଲା ।ଦେଖି କି ନିଜ ଆଖିକୁ ବିଶ୍ୱାସ କରିପାରିଲାନି ।ମନୋଜ ଦୋକାନ ଚାବିକୁ ବଢେଇ ଦେଇ କହୁଛି ସାଙ୍ଗ ଆଜିଠୁ ଦୋକାନର ଭଲମନ୍ଦ ବୁଝିବୁ ନେ ଚାବିକାଠି ।ଏତିକି ଶୁଣି ମଦନ ଆଖିରୁ ଖୁସିର ଲୁହ ଝରିପଡୁଥାଏ ।ମଦନ ଖାଲି ଚାହିଁ ରହିଥାଏ ମନୋଜକୁ ।ମନୋଜ ମଦନକୁ କହିଲା ଆରେ କାହିଁକି

ଏମିତି ଚାହିଛୁ ମୁଁ କଣ ତୋ ପାଇଁ ଏତେ ଟିକେ କରିପାରିବିନି । ମଦନ କହିଲା ସାଙ୍ଗ ମୁଁ ତୋତେ କ’ଣ କହି ଧନ୍ୟବାଦ ଦେବି ନିଜେ ଜାଣିପାରୁନି

।ତୋର ଏ ସାହାଯ୍ୟ ଜୀବନରେ କେବେ ଭୁଲିପାରିବିନି ।ଦୋକାନାର ଭଲମନ୍ଦ ବୁଝି ମଦନ ଭଲ ଦୁଇ ପଇସା ରୋଜଗାର କଲା ଏବଂ ଚାରି ପେଟକୁ ଦାନା ଦଉଛି ।ମଝିରେ ମଝିରେ ଗ୍ରାମ କୁ ଯାଏ। ତା ପରିବାରକୁ ଦେଖିବା ସହ ଜମି ବାଡି ମଧ୍ୟ ଦେଖାଶୁଣା କରି ବହୁତ ସୁବିଧାରେ ଚଲୁଛି। ମନରେ

ମନୋଜ କଥା ଭାବିଲେ ତା ଆଖିରୁ ଦୁଇଟୋପା ଖୁସିର ଲୁହ ଝରିପଡେ । ସତରେ ମଦନ ଏ ସାହାଯ୍ୟକୁ ଜୀବନରେ କେବେ ଭୁଲି ପାରିବନି।


Rate this content
Log in

More oriya story from Ajit Raut