STORYMIRROR

ABADHOOT PANDA

Others

3  

ABADHOOT PANDA

Others

ରଙ୍ଗୋତ୍ସବ

ରଙ୍ଗୋତ୍ସବ

1 min
169

ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଯିଏ ବି ହୁଅନ୍ତୁ

ଗୀତ ବୋଲନ୍ତୁ ପ୍ରେମର ଗୁଣୁ ଗୁଣୁ ସ୍ଵରେ

ହେ ମାନବଜାତି! ଆମର ଚର୍ମ ରଙ୍ଗକୁ

ଅନୁମତି ଦିଅ ଦର୍ଶାଇବାକୁ ଆମର

ଦେବୋପମ ଗୁଣାବଳୀକୁ l

ମୋତେ ସମାରୋହ କରିବାକୁ ଦିଅ

ସବୁଗୁଡ଼ା ରଙ୍ଗକୁ ପ୍ରକାଶ ମୋର

ମାନବୀୟ ଇନ୍ଦ୍ରଧନୁରେ ଆଉ ଗାଇବା

ପାଇଁ ଗୀତ ଗୋଟିଏ ଶାନ୍ତିର

କପୋତ ସଦୃଶ l

ଏହି ରଙ୍ଗୀନ ମହୋତ୍ସବ ହୋଲି ପର୍ବ

ପ୍ରକୃତ ପକ୍ଷେ ହେଉ ପବିତ୍ର ଗୋଟିଏ

ମାନବୀୟ ସଂହତି ମୂଳକ ପର୍ବ ପରି

ମାନବ ଏକତ୍ରୀକରଣ ସମାରୋହରେ

ମୋତେ ପ୍ରସନ୍ନଚିତ୍ତରେ ନାଚିବାକୁ ଦିଅ

ଗଭୀର ମାନବଜାତିର ପ୍ରେମରେ

ନିଶ୍ଚୟ ମୁଁ ମୋର ଜାତିମୂଳକ

ଅହମିକାକୁ ଦେବି ଜଳାଞ୍ଜଳି

କରିବାକୁ ଦିଅ ମତେ ଏହି ପର୍ବକୁ ଏକ

ପର୍ବ ଯେଉଁଟିକି ହେବ ମୋର ଦୟାଶୀଳ

ପୁନର୍ଜୀବନ ଲାଭମୂଳକ ପର୍ବ ଫେରାଇ

ଆଣିବାକୁ ମୋର ଅନ୍ତର୍ନିହିତ ଦେବତ୍ୱ

ଆଉ କରିବାକୁ ଉତ୍ସବ ମୁଖରିତ

ମୋର ମାନବଜାତିକୁ ସର୍ବତ୍ର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍