suchismita behera

Children Stories

2  

suchismita behera

Children Stories

ରାଜାଲୀ

ରାଜାଲୀ

2 mins
3.3K


ଶିଆଳି ଶାଳ ଭରା ବଣ । ଟିକେ ଖରା ଟିକେ ଛାଇ । ସତେ ଯେମିତି ଚାଲିଥାଏ ଖରାଛାଇର ଲୁଚକାଳି ଖେଳ ।ଆଉ କୁହୁଡ଼ି ଭରା ସେହି ମାୟା କାଞ୍ଚନରେ ଶୁଭୁଛି ପକ୍ଷୀମାନଙ୍କ ମନମତାଣିଆ ରାବ । ଶିଆଳିର ପତ୍ର ସବୁ ମେଲି ହୋଇ ଖରା ସେକୁଥାନ୍ତି ନିଜ ଦୁଇ ପାପୁଲିକୁ ।ଲାବଣ୍ୟବତୀ ଝରଣା ପାହାଡ଼ର ବନ୍ଧୁରତା ଲଂଘି ଆଗେଇ ଚାଲିଛି କୁଳୂ କୁଳୂ ନାଦରେ । ଝରଣାର ନିର୍ମଳ ପାଣିରେ ନିଜ ଛାଇ ଦେଖି ଗଛଗୁଡିକ କୁଣ୍ଢେମୋଟ ।

ଶିଆଳିର ଲଟା ଭିତରୁ ହଠାତ୍ ବାହାରି ଆସିଲା ତନୁ ପାତଳୀ କନ୍ୟାଟିଏ । ଆଖି ଦୁଇଟି ବନ ମୃଗୁଣୀ  ପରି ଚଳଚଞ୍ଚଳ । ଶ୍ୟାମ ବର୍ଣ୍ଣା, ନୀରସ ଅଧର । ଧୀରେ ଧୀରେ ଲତା ଗହଳରେ ପୁଣି ଲୁଚାଯିବାକୁ ଚେଷ୍ଟା କରୁଛି ।ହେଲେ କିଏ ଏହି ଚପଳାଙ୍ଗୀ ? କାହାଠାରୁ ଲୁଚିବାକୁ ଚେଷ୍ଟା କରୁଛି? 

ଜଙ୍ଗଲର ଅନତି ଦୂରରେ ଏକ କଚ୍ଚା ରାସ୍ତା। ୟୁନିଫର୍ମ ପିନ୍ଧି ବସ୍ତାନି ମୁଣ୍ଡାଇ ସାଇକେଲରେ ଯାଉଛନ୍ତି ଦୁଇ ତିନି ଜଣ ।ରାସ୍ତା ଖାଲି ହେଲା ପରେ ପତ୍ର ଉହାଡରୁ ବାହରି ଆସିଲା ବାର ତେର ବର୍ଷର ଝିଅଟିଏ ।ହାତରେ ଶିଆଳି ପତ୍ରରେ ଭରା ବାଉଁଶ ଟୋକେଇ।ପତ୍ର ତୋଳି ତୋଳି ଆଖି ପଡିଛି ଏହି ସ୍କୁଲ  ଗଲା ପିଲାଙ୍କ ଉପରେ ଆଉ ଲୁଚି ପଡିଛି ପତ୍ର ସବୁଜିମା ଭିତରେ ।ଟିକେେ ଆଶ୍ବସ୍ତି ମାରି ଲାଗି ପଡିଲା ପୁଣି ପତ୍ର ତୋଳାରେ।ତୋଳୁ ତୋଳୁ ଶିଆଳିର ଚକା ଚକା ପତ୍ର ଉପରେ ଭାସି ଆସିଲା ତାର ପୁରୁଣା ଦିନର ସ୍ମୃତି ସବୁ ।ସାଙ୍ଗ ସାଥୀଙ୍କ ମେଳ ଆଉ କାନ ପାଖକୁ ଭାସି ଆସିଲା "ରାଜାଲୀ ପ୍ରଧାନ ",ହାତ ଟେକି ସେ କହି ଉଠିଲା present sir...ହେଲେ ଚାରିଆଡେ ଅନେଇଲା ବେଳେ ସବୁ ଶୂନ୍ ଶାନ୍। ବଣର ଲତା ଗହଳରେ ନିଜକୁ ନିଃସ୍ବ ମନେ କରିି ଧୀରେ ଧୀରେ ହାତ ତଳକୁ କରି ଆଣିଲା।ଆଖି ଛଳ ଛଳ କରି ମନେ ପକାଇଲା ତାର ପୁରୁଣା ଦିନର ସ୍ମୃତି କୁ ।ସେ ବି ଦିନେ ସାଙ୍ଗ ମେଳରେ ସ୍କୁଲ  ଯାଉଥିଲା ।କ୍ଲାସରେ ପଢୁଥିବା ଦୃଶ୍ୟ, ଖେଳ ପିରିୟଡର ଖେଳ, ବଗିଚା କାମ, ପୂଜା ଭୋଜି, ଅଗଷ୍ଟ ପନ୍ଦର, ଜାନୁଆରି ଛବିଶିର ପ୍ୟାରେଡ୍............କ୍ରମଶଃ



Rate this content
Log in