Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

suchismita behera

Tragedy


3  

suchismita behera

Tragedy


ମମତା ର ବେଦନା

ମମତା ର ବେଦନା

2 mins 165 2 mins 165

ମୋର ଏହି ଅନୁଭୂତି ମୋତେ ଯନ୍ତ୍ରଣା ରେ ଭରି ଦିଏ।ତେଣୁ ତାକୁ ମାନସପଟ୍ଟ ରୁ ଆଣି କାଗଜ ପ୍ରଚ୍ଛଦ ରେ ଆଙ୍କି ମନ କୁ ହାଲୁକା କରିବା ର ଏକ ପ୍ରୟାସ ।


ଧୂ ଧୂ ଖରାବେଳ ର ଏକ ଦ୍ବିପ୍ରହରରେ ।ବିଦ୍ୟାଳୟ ହୋତା ର ସପ୍ତମ ଶ୍ରେଣୀ ପ୍ରକୋଷ୍ଠ ର ଝରକା ପାଖ ଚୌକି ରେ ବସି ମଳୟ ର ସ୍ପର୍ଶାଘାତ ରେ ପଡୁଥିବା ଗଛ ର ଅସହାୟ ପତ୍ର ଗୁଡିକୁ ଦେଖୁଥିଲି ।ହଠାତ୍ ଆଖି ରେ ପଡିଲା ଏକ ଅନ୍ତଃସତ୍ବା ।ମୁଖ ମଣ୍ଡଳ ର ଆବେଗ ଭରା ଆନନ୍ଦ ଆଉ ମନ୍ଥର ଗତି ଦେଖି ମନେ ପଡିଗଲା ମୋର ସେହି ସମୟ ଟି କୁ।ମନଟା କେଜାଣି ଆନନ୍ଦରେ କୁରୁଳି ଉଠିଲା ଆଉ ଆଙ୍କି ହୋଇ ଗଲା ଦି ଧାର ହସ।ସତ ରେ କି ଅନୁଭୂତି ସେ! କି ଖୁସି ଭରା ସେ ସମୟ! ଏକ ନୂତନ ଆଗନ୍ତୁକ ର ସ୍ବାଗତ ସମୟ କୁ ଅନାଇ ରହୁଥିବା ଏ ବ୍ଯାକୁଳ ମନ କେତେ ଯେ ସ୍ବପ୍ନ ର ବୁଢିଆଣି ଜାଲ ବୁଣିଥାଏ! ପ୍ରକ୍ରୁତି ର ଏଇ ସ୍ବତନ୍ତ୍ର କ୍ଷମତା କୁ ଅଙ୍ଗୀଭୂତ କରି ମନ ହୋଇ ଯାଏ ଖୁସି ରେ କୁଣ୍ଢେମୋଟ।ହାତ ଆପେ ଆପେ ଉଠି ଆସି ସାଉଁଳି ପକାଏ ଫୁଲି ଉଠୁଥିବା ଉଦର କୁ।ଅବିଶ୍ବସନୀୟ ଏ ଖୁସି।ବାସ୍ତବ ରେ ଅବର୍ଣନୀୟ ।ମନ ରେ ଭାସି ଉଠେ ଅସୁମାରି ଆନନ୍ଦ ର ପ୍ରଶ୍ନ ଓ ଦ୍ବନ୍ଦ୍ବ ।ଏକ ନିଆରା ଅନୁଭୂତି ସେ, ନିଜ ଭିତରେ ସ୍ରୁଷ୍ଟି ହେଉଥିବା ଏକ ନୂଆ ଜୀବନ କଥା ଭାବିଲେ ମନଟି ଅବୋଧ ଶିଶୁ ଭଳି ପ୍ରଶ୍ନ କରି ବସେ-ସତ ରେ ମୋ ପେଟ ଭିତରେ ବି ଏକ ନୂଆଁ ମଣିଷ ତିଆରି ହେଉଛି? ଆରେ ବାଃ! ସ୍ରଷ୍ଟା ଙ୍କ ଏକ ବିଚିତ୍ର ସ୍ରୁଷ୍ଟି ।

ହେଲେ କିଛି ସମୟ ଅନ୍ତରେ ଅଶ୍ରୁ ଭରି ଚକ୍ଷୁ ବାଡ ଡେଇଁ ଗଲା।ଆଉ ଧୋଇ ଦେଲା ସେହି ମୂହୁର୍ତ୍ତ ର ସମସ୍ତ ଅନୁଭୂକ୍ତ ସୁଖ।ନିଜ ଶୂୂନ୍ୟ କୋଳ ଆଡକୁ ମନ ଆଙ୍ଗୁଳି ନିର୍ଦ୍ଦେଶ କରି କହି ପକାଇଲା କାହିଁ?କାହିିଁ ସେ ବାତ୍ସଲ୍ୟତା ରେ ବାଡ ଘେରା ହୋଇଛି ?କାହିଁ ସେ ସୁୁୁୁଖ ରେ ସୀମା ନିର୍ଦ୍ଧାରିତ?ମନ ଆଗରେ ନିରୁୁୁତ୍ତର ହୋଇ ହ୍ରୁଦୟ ଟିି ମିଛ ଆଶ୍ବାସନା ବାଢି କହେ ଏଇ ତ ଅଛି ମୋର ସେ ମମତା ର ସୁଖ ।ତାହାରିି ପାଇଁ ତ ଏ ବାଧ୍ୟତାମୂଳକ ବିିିଚ୍ଛେଦ।ତାହାରି ସୁଖ ପାଇଁ ତ ପରିସ୍ଥିତିର ଅସହାୟ ପାତ୍ରୀ ।

ନଅ ମାସ ର କଅଁଳା ଶିଶୁ କୁୁ ଛାଡି ଅପନ୍ତରା ଜାଗା ରେ ଜୀବିକା ପାଇଁ ପଡି ରହିବା ଗୋଟିଏ ମାଆକୁ କେତେ ଯେ ଯମ ଯନ୍ତ୍ରଣା ତାହା ଅକଥନୀୟ।

ହେଲେ ସତରେ କଣ ଏଥିରେ ତାର ସୁୁଖ?ମମତା ର ସ୍ପର୍ଶ ନ ପାଇ ସେ କଣ ସୁୁଖୀ?

ଲୁହଝରା ଆଖି ଆଉ ପ୍ରଶ୍ନ ଭରା ମନ ର ସାମ୍ନ୍ନା କରୁ କରୁ ଥକି ପଡିିିଲିିିଣି। ଆଉ ବେଳେ ବେଳେ ଶୁଣିବାକୁୁ ପଡୁଥିବା କଟାକ୍ଷ ସବୁ ବାରମ୍ବାର ପ୍ରତିଧ୍ବନିତ ହୋଇ ଭାଙ୍ଗି ପକାଏ ମୋର ଧର୍ଯ୍ୟ ର ଦୁର୍ଗ।

ଆଉ ବୋହି ଯାଉଥିବା ଏ ଅଶ୍ରୁୁ ପଡିି ପୁଣିି କିିିଛି ଶବ୍ଦ ଗୁଡିକୁ ଇତସ୍ତତଃ କରି ପକାଏ।


Rate this content
Log in

More oriya story from suchismita behera

Similar oriya story from Tragedy