ପ୍ରକୃତ ଗୁରୁ କିଏ ?
ପ୍ରକୃତ ଗୁରୁ କିଏ ?
ଦିନକର କଥା ଦ୍ଵାପର ଯୁଗରେ ଅର୍ଜ୍ଜୁନ ନଗର ଭ୍ରମଣ କରୁଥିଲେ । ହଠାତ୍ ଦେଖିଲେ ଗୋଟିଏ ବରଗଛ ମୂଳେ ଅଜସ୍ର ଭିଡ଼ ଲାଗିଛି। ସେଠୁ ସେ ଜଣକୁ ପଚାରିଲେ କାହିଁକି ଏତେ ଗହଳି ? ବ୍ୟକ୍ତିଟି ଉତ୍ତର ଦେଲା ଆମର ଗୁରୁ ଦେବ ଆସିଛନ୍ତି। ସେ ଜଣେ ସିଦ୍ଧ ପୁରୁଷ, ତାଙ୍କର ତପ ବଳରେ ସମସ୍ତଙ୍କର ଅତୀତ ବର୍ତ୍ତମାନ ଭବିଷ୍ୟତ କଥା କହିପାରନ୍ତି।ଏହା ଶୁଣିବା ମାତ୍ରେ ଅର୍ଜ୍ଜୁନ ଦ୍ଵନ୍ଦରେ ପଡିଗଲେ । ତାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲା। ସେ ଭାବିବାରେ ଲାଗିଲେ ଗୁରୁଙ୍କର ପରିଭାଷା ହେଲେ ତାଙ୍କ ମନକୁ ପାଇଲା ନାହିଁ। ସେଠୁ ସେ ତୁରନ୍ତ ନିଜର ସଖା ଶ୍ରୀକୃଷ୍ଣଙ୍କ ପାଖକୁ ଧାଇଁଲେ ଉତ୍ତର ପାଇବ ପାଇଁ।
ହଠାତ୍ ଅର୍ଜ୍ଜୁନଙ୍କୁ ଦେଖିବା ମାତ୍ରେ ଶ୍ରୀକୃଷ୍ଣ ତାଙ୍କୁ ଆସିବାର କାରଣ ପଚାରିଲେ। ତାପରେ ଅର୍ଜ୍ଜୁନ କହିଲେ
ହେ ! ସଖା ,
ଜୀବନର ଅଜ୍ଞାନ ରୂପକ ଅନ୍ଧକାରରେ ଜ୍ଞାନର ପ୍ରଦୀପ ପ୍ରଜ୍ଜ୍ୱଳନ ପାଇଁ ଗୁରୁର ଆବଶ୍ୟକତା ରହିଛି।
ହେଲେ ଗୁରୁ କିପରି ହେବା କଥା ?
ଶ୍ରୀକୃଷ୍ଣ ମୁରୁକି ହସି କହିଲେ
ହେ ! ପାର୍ଥ ,
ଗୁରୁ ହିଁ ହେଉଛନ୍ତି ପୂର୍ଣ୍ଣତା,ଗୁରୁ ବିନା ଜୀବନର ସମସ୍ତ ଶିକ୍ଷା ଦୀକ୍ଷା ଅପୂର୍ଣ୍ଣ। ଯଦି ଗୁରୁ ଜୀବନରେ ପୂର୍ଣ୍ଣତା ଆଣି ପାରନ୍ତି ତେବେ ଗୁରୁର ବି ବିଶେଷ କର୍ତ୍ତବ୍ୟ ରହିବା ଆବଶ୍ୟକ ।
ଯଦି ଗୁରୁ ତା'ର କର୍ତ୍ତବ୍ୟକୁ ବୃତ୍ତି ଭାବି କର୍ମକୁ ସମ୍ପାଦନା କରେ ତେବେ ସେ ମଧ୍ୟ ଉପଯୁକ୍ତ ଗୁରୁ ନୁହେଁ ବରଂ ସେ ଜଣେ ବଣିକ । ପ୍ରକୃତ ଗୁରୁ ତ ସେ ଅଟେ ପାର୍ଥ ,ଯେ କର୍ତ୍ତବ୍ୟ କୁ ବ୍ରତ ମାନେ କରେ ଓ ନିଜର କର୍ମ ପଥରେ ନିର୍ଭୟ , ନିର୍ଦ୍ଵନ୍ଦରେ ଆଗେଇ ଚାଲେ।
ଏତିକି କଥା ଶୁଣି ସାରିବା ପରେ ଅର୍ଜ୍ଜୁନ ଅତ୍ୟନ୍ତ ଖୁସି ହୋଇଗଲେ ଓ ତାଙ୍କର ମନରେ ଥିବା ଦ୍ୱନ୍ଦ ଦୂର ହୋଇ ଗଲା।
