STORYMIRROR

ABADHOOT PANDA

Children Stories Fantasy

4  

ABADHOOT PANDA

Children Stories Fantasy

ପିଶାଚପ୍ରେତମାନଙ୍କ ସ୍ବପ୍ନ ରାଜ୍ୟ

ପିଶାଚପ୍ରେତମାନଙ୍କ ସ୍ବପ୍ନ ରାଜ୍ୟ

3 mins
181


ଦିନେ ବବଲୁ ତାର ମାମୁଁ ଘରେ ଆଈଙ୍କ ପାଖରେ ଶୋଇଥିଲା l ରାତିରେ ଗୋଟାଏ ସ୍ବପ୍ନ ଦେଖିଲା ଯେ ସେ ଅଜଣା ଜାଗାରେ ଅଛି l ସେଠି ଏକ ବିରାଟ କୋଠା ମଶାଣି ଭିତରେ ଅଛି lଯେଉଁଠି ଅନେକ ଭୂତ ପ୍ରେତାତ୍ମା ପିଶାଚ ସବୁ ଭିନ୍ନ ଭିନ୍ନ ରୂପରେ ଅଛନ୍ତି l ଈଗଲ, ଶାଗୁଣା, ପେଚା, ବାଦୁଡ଼ି,ଗଧିଆ ଆଦି ରୂପରେ ବୁଲୁଛନ୍ତି l ବବଲୁକୁ ଦେଖି ସେମାନେ ତା ଚାରି ପାଖେ ଘେରି ଗଲେ l କାହିଁକି ନା ସେ ସେଠି ନୂଆ l ସେମାନଙ୍କର କିଲିକିଲା ରାବରେ ବବଲୁ ଘାବରେଇ ଗଲାନି l କିନ୍ତୁ ସାହସ ବାନ୍ଧି ପଚାରିଲା, "ତୁମେ ସବୁ କିଏ? ଏଠି କଣ କରୁଛ?" ଭୁତ ମାନେ କହିଲେ, " ଆମେ ଏଠି ଯୁଗ ଆରମ୍ଭରୁ ରହି ଆସୁଛୁ l ଇଏ ଆମ ରାଜ୍ୟ l ଈଶ୍ୱର ଆମ ପାଇଁ ଏହି ଜାଗାକୁ ବାଛିଛନ୍ତି l ଆମକୁ ବର ଦେଇଛନ୍ତି ଆମେ ସବୁ ଅସମ୍ଭବ କାମକୁ ସମ୍ଭବ କରିପାରିବୁ l " ବବଲୁ ପଚାରିଲା, "ଆଚ୍ଛା ମୁଁ ଯାହା କହିବି କରି ପାରିବ?" ଉତ୍ତର ମିଳିଲା, " ହଁ ମାତ୍ର ଆମ ରାଜାଙ୍କ ଅନୁମତି ମିଳିଲେ ସବୁ କରିବୁ l"


ତାପରେ ବବଲୁକୁ ସାଙ୍ଗରେ ନେଇ ପିଶାଚ ଭୂତମାନେ ରାଜାଙ୍କ ପାଖକୁ ଗଲେ l ରାଜା ପଚାରିଲେ, "ତୁମେ କିଏ ଏଠିକି କଣ ପାଇଁ ଆସିଛ? " ବବଲୁ କହିଲା, "ମୁଁ ଏଠିକି ସ୍ବପ୍ନରାଜାଙ୍କ ସାଙ୍ଗରେ ବୁଲି ଆସିଛି l ଆମ ଗାଁ ମସ୍ତି ପୁର l " ରାଜା କହିଲେ, " ଆଛା ତୁମର କଣ ଦରକାର କୁହ l ମୁଁ ତୁମ ଆଶା ପୂର୍ଣ୍ଣ କରିବି l " ଭୂତ ରାଜା କଥା ଶୁଣି ବବଲୁ ମନ ଖୁସି ହୋଇ ଗଲା l କାରଣ ସେ ଗୋଟିଏ ପର ଉପକାରୀ ପିଲା ଥିଲା l ଗାଁ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁ ଥିଲା l ସମସ୍ତେ ତାକୁ ଭଲ ପାଉଥିଲେ l ପିଶାଚ ରାଜାଙ୍କୁ କହିଲା, "ଆଜ୍ଞା ଆମ ଗାଁ ଭିତରେ ଆମ ଘର ସବୁଠାରୁ ଧନୀ l ଆଉ ସମସ୍ତେ ଗରିବ l ନଈ କୁଳିଆ ଗାଁ l ପ୍ରତି ବର୍ଷ ନଈ ବଢ଼ିରେ ଆମ ଗାଁର ଅଧିକାଂଶ ଘର ପାଣି ଘେର ଭିତରେ ରୁହେ l କେତେ ଲୋକ ପାଣି ସୁଅରେ ଭାସି ଯାଆନ୍ତି l ଚାଳ ଘର ଭାସିଯାଏ l ଲୋକ ଖାଇ ବାକୁ ନ ପାଇ ମରିଯାନ୍ତି l ମୋ ବାପା ଶକ୍ତି ଅନୁସାରେ ଗାଁ ଲୋକଙ୍କୁ ସାହାଯ୍ୟ କରନ୍ତି l ଆମ ଘର କୋଠା ଉପରେ ଲୋକେ ଆଶ୍ରୟ ନିଅନ୍ତି l ଆପଣ ପିଶାଚ ରାଜା ଆପଣ ଇଚ୍ଛାକଲେ ଆମ ଗାଁର ମଙ୍ଗଳ ନିଶ୍ଚୟ କରିପାରିବେ l " ଭୂତ ରାଜା ବବଲୁ ଉପରେ ଭାରି ଖୁସି ହୋଇ ଗଲେ l ଆଉ କହିଲେ, " ଠିକ ଅଛି l ତୁ ଏଠି ମୋ ପଲାଙ୍କରେ ଟିକେ ଶୋଇ ପଡ଼ l ମୁଁ ଯାହା କରିବା କଥା କରିବି l" ବବଲୁ ପିଶାଚ ରାଜା କଥା ମାନି ଶୋଇ ପଡ଼ିଲା l ଚାହୁଁ ଚାହୁଁ ରାତି ପାହିଗଲା l ନିତ୍ୟ କର୍ମ ସାରି ମାମୁଁଙ୍କ ସାଙ୍ଗରେ ନିଜ ଗାଁକୁ ଫେରିଆସିଲା l ଖରାଦିନ ଦ୍ବିପହର l ବବଲୁ ଗାଁ ବୁଲି ଗଲା ଯାହା ଦେଖିଲା ତା ଆଖି ଖୋସି ହେଇଗଲା l ସେ ଦେଖିଲା ତାଙ୍କ ଗାଁ ରେ ସମସ୍ତଙ୍କ ଉଞ୍ଚା ପିଣ୍ଢା କୋଠା ଘର ତିଆରି ହୋଇ ଯାଇଛି l ନଈ କୁଳକୁ ଯାଇ ଦେଖିଲା ନଈ କୂଳରେ ପାଞ୍ଚ ମିଟର ଉଚ୍ଚର ଟାଣୁଆ ସିମେଣ୍ଟ ବନ୍ଧ ତିଆରି ହୋଇ ଯାଇଛି l ଏ ସବୁ ଅସମ୍ଭବ କାଣ୍ଡ ଦେଖି ବବଲୁ ଅତି ଖୁସିରେ ଆଖିରୁ ଲୁହ ଗଡ଼େଇ ଈଶ୍ୱରଙ୍କୁ ଅନେକ ନମସ୍କାର ଓ ଧନ୍ୟବାଦ ଜଣାଇଲା l ତାର ସ୍ବପ୍ନର ପିଶାଚ ରାଜାଙ୍କୁ ମନେ ମନେ କୃତଜ୍ଞତା ସହିତ ଗାଁ ବାଲାଙ୍କ ତରଫରୁ ଆନ୍ତରିକ ଅଭିନନ୍ଦନ ଜଣାଇ ଘରକୁ ଫେରିଗଲା l ଏ ସବୁ ଆଶ୍ଚର୍ଯ୍ୟ କର ଅଦ୍ଭୁତ ସ୍ବପ୍ନ ବିଷୟ ମାଙ୍କୁ ଜଣାଇଲା l ମା ତା ଗାଲରେ ସ୍ନେହରେ ଚୁମା ଦେଇ ବାପା ଆଣିଥିବା କାଡବରିଜ ଚକୋଲେଟ ଖାଇବାକୁ ଦେଲେ l ସେଦିନ ରବିବାର ଥିବାରୁ ମା ଆଉ ପୁଅ ଦୁଇଜଣ କ୍ୟାରମ ଖେଳି ବସିଲେ l 


Rate this content
Log in