ABADHOOT PANDA

Children Stories Children

3  

ABADHOOT PANDA

Children Stories Children

ପି...... ପୋ...... କ...... ଶୋ..

ପି...... ପୋ...... କ...... ଶୋ..

2 mins
217



   ପ୍ରାୟ 300 ବର୍ଷ ପୂର୍ବର କଥା l ଗୋଟିଏ ରାଜ୍ୟରେ ଜଣେ ରାଜା ଶାସନ କରୁଥିଲେ l ତାଙ୍କ ନାମ ଥିଲା ସଂଗ୍ରାମ କେଶରୀ l ସେ ଜଣେ ଆଦର୍ଶବାନ ରାଜା ଥିବାରୁ ନିଜ ପ୍ରଜାମାନଙ୍କ ବ୍ୟତୀତ ଅନ୍ୟ ପଡୋଶୀ ରାଜ୍ୟର ରାଜା ଓ ପ୍ରଜାମାନଙ୍କ ପାଖରେ ପ୍ରଶଂସା ଭାଜନ ହୋଇ ପାରିଥିଲେ l


   ଥରେ ତାଙ୍କ ମନରେ ପ୍ରଜାମାନଙ୍କର ଭଲ ମନ୍ଦ ଜାଣିବା ପାଇଁ କୌତୁହଳ ଜାତ ହେଲା l ଅନୁସନ୍ଧାନ ପରେ ଜାଣିଲେ ଯେ ରାଜ୍ୟର ଅଧିକାଂଶ ଲୋକେ କାମ ଦାମ ନ କରି ଅଳସୁଆ ହୋଇ ଯାଉଛନ୍ତି |ସବୁଠାରୁ ଅଳସୁଆ ଲୋକଙ୍କୁ ଚିହ୍ନିବା ପାଇଁ ସେ ଏକ ଗୁପ୍ତ ଯୋଜନା ପ୍ରସ୍ତୁତ କଲେ l ଯୋଜନା ଅନୁସାରେ

ଏକ ବିରାଟ ଚାଳ ଘର ନିର୍ମାଣ କଲେ ଯେଉଁଥିରେ ପ୍ରାୟ 2000 ଲୋକ ରହିବା ସକାଶେ ବ୍ୟବସ୍ଥା ଥିଲା l ପାଳି କରି ପ୍ରଜାମାନେ ଏକ ସପ୍ତାହ ଠାରୁ ବେଶୀ ଦିନ ରହି ପାରିବେ ନାହିଁ l ସମସ୍ତଙ୍କ ପାଇଁ ଭଲ ସୁସ୍ୱାଦୁ ଖାଦ୍ୟ ପେୟର ବ୍ୟବସ୍ଥା ରହିବ l   50ଟି ପାଳି ଶେଷ ହେବା ପରେ 51 ନମ୍ବର ପାଳିର ଶେଷ ଦିନ ରାଜାଙ୍କ ଆଦେଶ ମୁତାବକ ଚାଳ ଘରେ ନିଆଁ ଲଗାଇ ଦିଆଗଲା l ଶୀତ ଦିନ ରାତି l ନଡ଼ା ଛାଉଣୀ ଛାତ ହୁତ ହୁତ ହୋଇ ଜଳିବାକୁ ଲାଗିଲା l ଦରପୋଡ଼ା ବାଉଁଶ ଆଉ ନଡ଼ା ଘରେ ପଡ଼ିବାକୁ ଲାଗିଲା l ଲୋକମାନେ କିଲିକାଲିଆ ହୋଇ ଘରୁ ବାହାରି ବାହାରେ ଭୀଷଣ ଶୀତରେ ଥରି ବାକୁ ଲାଗିଲେ l ସନ୍ଦେହ ହେବାରୁ ଚାରିଜଣ ସିପାହୀ ମୋଟା ରେଜେଇ ଘୋଡ଼ି ହୋଇ ଘର ଭିତରେ ଧସେଇ ପଶିଲେ l ଯାହା ଦେଖିଲେ ସେମାନଙ୍କ ଆଖି ଖୋସି ହୋଇଗଲା l ସେମାନେ ଦୁଇ ଜଣ ତାଗଡ଼ା ଲୋକ ଏକ ଖଟିଆ ଉପରେ ଶୋଇ ଥିବାର ଦେଖିଲେ l 

ନିଆଁ ହୁଳା ଖଣ୍ଡେ ଖଣ୍ଡେ ଛିଣ୍ଡି ପଡୁଥାଏ l ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅନ୍ୟକୁ କହୁ ଥାଏ," ପି............ ପୋ" ଅନ୍ୟ ଜଣକ ଉତ୍ତର ଦେଉଥାଏ, "କ............. ଶୋ," ଅର୍ଥାତ ସେଇ ଦୁଇଜଣ ଏତେ ଅଳସୁଆ ଯେ କଥା କହିବାରେ ବି ସେମାନଙ୍କ ଅଳସୁଆମି ରହୁଥିଲା l ଯଥା:- ପି..... ପୋ... ମାନେ ପିଠି ପୋଡ଼ିଗଲା l ସେହିପରି କ.... ଶୋ... ମାନେ କଡ଼ ମାଡ଼ି କରି ଶୋଇଯାଅ l


   ରାଜାଙ୍କ ନିକଟରେ ଏ ଖବର ପହଁଚିଲା l ରାଜା ଘଟଣା ସ୍ଥଳରେ ପହଞ୍ଚି ସେଇ ଦୁଇଜଣଙ୍କୁ ଘରୁ ବାହାରକରି ଆଣିବାକୁ ଆଦେଶ ଦେଲେ | ଆଦେଶ କାର୍ଯ୍ୟକାରୀ ହେଲା l ସେତେବେଳକୁ ଜଣଙ୍କର ଆଣ୍ଠୁ ଆଉ ଜଣଙ୍କ ଡାହାଣ ହାତ ନିଆଁ ଧାସ ରେ ସିଝି ଯାଇ ଥାଏ | ରାଜା ସେହିଠି ଠିଆ ହୋଇ ରହି ଘୋଷଣା କଲେ, "ଏହି ଦୁଇଜଣ ଆମ ରାଜ୍ୟରେ ସବୁଠାରୁ ଅଳସୁଆ ଲୋକ | ରାଜ୍ୟ ସାରା ଡେଙ୍ଗୁରା ଦେଇ ସମସ୍ତଙ୍କୁ ଜଣାଇ ଦିଅ l ଆଉ ଏ ଦୁଇଜଣଙ୍କୁ ନେଇ ଜେଲରେ ଭର୍ତ୍ତି କରିଦେଇ ଘଣା ପେଲାଅ l "ସଙ୍ଗେ ସଙ୍ଗେ ମନ୍ତ୍ରୀ ମହାଶୟ ସେଇୟା ହିଁ କଲେ | ପ୍ରାୟ ବର୍ଷେ ବିତିଗଲା ପରେ ରାଜା ସେଇ ବନ୍ଦୀ ଅଳସୁଆଙ୍କୁ ନିଜ ରାଜ ପ୍ରସାଦକୁ ଆଣିଲେ ଓ ସେମାନଙ୍କ ଅଭ୍ୟାସର ଆଶାତୀତ ପରିବର୍ତ୍ତନ ଦେଖି ଖୁବ ଖୁସି ହେଇ ମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କଲେ l ତାପରେ ବର୍ତ୍ତମାନର କାମିକା ଅଳସୁଆ ଦୁଇଜଣଙ୍କୁ ନିଜ ନାଟ୍ୟଶାଳର ଜଗୁଆଳ ତଥା ତତ୍ତ୍ୱାବଧାରକ ଭାବେ ନିଯୁକ୍ତି ଦେଲେ ଏବଂ ଉପଯୁକ୍ତ କନ୍ୟା ବାଛି ବିବାହ କରାଇଦେଇ ସେମାନଙ୍କ ଘର ବସାଇ ଦେଲେ ।


Rate this content
Log in