SUKANTA KHANDA

Children Stories Inspirational

4  

SUKANTA KHANDA

Children Stories Inspirational

ଫୁଲ ଆଉ କଣ୍ଟା

ଫୁଲ ଆଉ କଣ୍ଟା

3 mins
397



ଫୁଲ ଆଉ କଣ୍ଟା ଗୋଟିଏ ଡାଳରେ ବସିଥିଲେ। ସେମାନଙ୍କ ପରସ୍ପର ପ୍ରତି ସ୍ନେହ,ପ୍ରେମ ଓ ଭଲ ପାଇବା ଅକ୍ଷୁର୍ଣ୍ଣ ରହିଥିଲା କିନ୍ତୁ ସମୟ ବୋଧେ ସହି ପାରିଲା ନାହିଁ ତ ଦୁହିଁଙ୍କ ମଧ୍ୟରେ ହଠାତ ବଚସା ହେଲା। କଣ୍ଟା ଫୁଲକୁ ଝିଙ୍ଗାସି କହିଲା,"ଫୁଲ ! ତୁ ନିଜର ସୁରକ୍ଷା ନିଜେ କରିନୁ କାହିଁକି? ମୁଁ ତୋ ପାଇଁ କେତେ ଆଉ ଖଟିବି। ଦିନରାତି ତୋର ସେବା କରିକରି ନୟାନ୍ତ ହୋଇ ପଡ଼ିଲିଣି ଆଉ ନୁହଁ ତୋର କଥା ତୁ ଆଜିଠାରୁ ବୁଝୁ ଅନ୍ୟଥା ମୋତେ କୌଣସି ଦୋଷ ଦେବୁନାହିଁ।" ଫୁଲଟି ଟିକିଏ ମୁରୁକି ହସି ଦେଲା ଆଉ କୌଣସି କିଛି ନ କହି ନୀରବ ରହିଲା। ଫୁଲର ମୌନତା କଣ୍ଟାକୁ ଆହୁରି ଆଘାତ ଦେଲା। ସେ ପୁଣି ଗଳା ଫଟେଇ କହିଲା,"ଫୁଲ ! ତୋତେ କ'ଣ କହୁଛି ଶୁଭୁଚି ନା ନାହିଁ?" କଣ୍ଟାର ଏ କଥା ଶୁଣି ଫୁଲ ପୁଣି ମୁରୁକି ହସି ନୀରବ ରହିଲା। କଣ୍ଟା ଆହୁରି ଜୋରରେ ରାଗିକି କହିଲା,"ଫୁଲ ! କାଲ ହୋଇଗଲ ନା କ'ଣ? ମୁଁ କ'ଣ କହୁଛି ଉତ୍ତର ଦେଉନୁ କାହିଁକି?" ଏଥର ମଧ୍ୟ ଫୁଲର ସେଇ ନୀରବତା ସେଇ ହସହସ ମୁଖ ତ କଣ୍ଟାର ହୃଦୟରେ ନିଆଁ ଲାଗିଗଲା। ସେ ତକ୍ଷଣେ ଶପଥ ନେଲା କି ଏବେଠୁ ସାହାଯ୍ୟ ଓ ସହଯୋଗ ନ କଲେ ବୁଝିବ ନୀରବତାର ଫଳ କ'ଣ?" 

       କଣ୍ଟାର କଥା ସରି ନାହିଁ ଜଣେ ଲୋକ ଫୁଲ ତୋଳିବାକୁ ଆସିଲା। ସେ କିଛି ବି ଭାବିବା ଆଗରୁ କେବଳ ଫୁଲ କାହିଁକି ଡାଳକୁ ମଧ୍ୟ ଭାଙ୍ଗି ଧରିକି ଚାଲିଗଲା। ସବୁ ଫୁଲ,କଣ୍ଟା ଓ ପତ୍ର ମଧ୍ୟ ସେ ଲୋକର ହସ୍ତଗତ ହେଲା ତ ମନ ଆନନ୍ଦରେ ନିଜ ଘରକୁ ଚାଲିଗଲା। ଲୋକଟି ନିଜ ଘରେ ପହଞ୍ଚି କଣ୍ଟାକୁ କାଢ଼ିକି ଅଲଗା ରଖିଲା ଆଉ ଫୁଲ ଓ ପତ୍ରକୁ ପୂଜା କାମରେ ଲଗାଇବା ପାଇଁ ଖୁବ ଯତ୍ନରେ ଚାଙ୍ଗୁଡ଼ିରେ ସଜାଡ଼ି ରଖିଲା। ଏ ଦୃଶ୍ୟ ଦେଖୁଥିଲା କଣ୍ଟା ତ ଅନୁତାପରେ କୁହାଟ ଛାଡ଼ିଲା,"ଫୁଲ ! ତୋତେ ମୁଁ ବଡ଼ ରାଗୁଥିଲି କି ତୋର ସୁରକ୍ଷା ତୁ ନିଜେ ହିଁ କର ମାତ୍ର ମୁଁ ବି ନିଜର ସୁରକ୍ଷା ନିଜେ କରି ପାରିଲି ନାହିଁ। ଏବେ ଡେମ୍ଫରୁ ଛିଣ୍ଡା ହେବା ପରେ ବି ତୋର ଗୁଣ ବିକଶିତ ହେଲା। ତୋତେ ଆଦର ଓ ଯତ୍ନ ସହକାରେ କୋଳେଇ ନେଇ ପୂଜାର ମଣ୍ଡପରେ ସଜା ହେଲା ଅଥଚ ମୁଁ ଅଲୋଡ଼ା। ମୋତେ ଅଳିଆ ଭାବି ଅଲଗା ରଖିଲେ। ଜଣା ଯାଉଛି କି ଖତ ଗଦାକୁ ଅବଶ୍ୟ ଯିବି ଆଉ ପଚିକି ଖତ ସହିତ ମିଶିବି।"

      ଫୁଲ ପୂଜା ମଣ୍ଡପରେ ବସିଥିଲା ସେ ଅଳ୍ପ ସମୟ ପରେ ଠାକୁରଙ୍କ ମୁଣ୍ଡରେ ବସିବ। ଫୁଲ ପୂଜା ମଣ୍ଡପରେ ଥାଇ କହିଲା,"କଣ୍ଟା ! ଆମେ ଦୁହେଁ ଗଛର ଅଂଶ ଆମର ଦେଇ ଜଗତରେ କେତେ ଉପକାର ହେଉଛି। କିଏ କେତେ ପ୍ରକାର କାମରେ ଲଗାଉଛନ୍ତି ଅଥଚ ଆମେ ପ୍ରତିକ୍ଷଣ ପରସ୍ପର ରାଗ,ହିଂସା ଓ ତିକ୍ତତା ସହ ବଞ୍ଚୁଥିଲେ। ଆମେ ପରସ୍ପର ଗୋଟିଏ ମାଆର ସନ୍ତାନ ଭାବି ଚାଲିବାର ଥିଲା। ଆଉ ଈଶ୍ବରଙ୍କ ଇଚ୍ଛା ଓ ଆଶାକୁ ସଫଳ କରିବାର ଥିଲା। ଈଶ୍ୱର ତୁମକୁ ଜନ୍ମ ଦେଇଛନ୍ତି କି ଗଛକୁ ସୁରକ୍ଷା ଦେବା ଆଉ ମୋତେ ସୁରଭି ବାଣ୍ଟିବା ସହ ପରିବେଶକୁ ସୌନ୍ଦର୍ଯ୍ୟ ମଣ୍ଡିତ କରିବା। ତୁମେ ଆମର ସୁରକ୍ଷା ଦେବା କଥା ହେଲେ ବିଲକୁଲ ଦେଲ ନାହିଁ। କେବେ ଗଛର ସୁରକ୍ଷା ଦେବ ନାହିଁ ତ ଗଛ ବିଲକୁଲ ଧ୍ଵଂସ ଅବଶ୍ୟ ହୋଇଯିବ। କେବଳ ଗଛ କାହିଁକି ଆମକୁ ମଧ୍ୟ ଧ୍ଵଂସ ହେବାକୁ ବାଧ୍ୟ।" ଏ କଥା ଶୁଣି କଣ୍ଟା ନିଜର ଭୁଲ ବୁଝିଲା ଓ ଆଖିରୁ ଲୁହ ଗଡ଼େଇ ଦେଲା। ସେ ଦେଖିଲା ଫୁଲ ଯଥାଶୀଘ୍ର ଦେବତାଙ୍କ ମୁଣ୍ଡରେ ଚଢି ଶୋଭା ପାଉଛନ୍ତି। ଫୁଲ ଦେବତାଙ୍କ ମୁଣ୍ଡରେ ବସି ମୁରୁକି ହସିଦେଲା ଅଥଚ କଣ୍ଟା ଅଳିଆ ଗଦାରେ ପଡ଼ି ଲୁହ ଗଡ଼େଇ କାନ୍ଦୁଥିଲା।

         କଣ୍ଟା ଅନୁତାପ ଗ୍ଲାନିରେ ପଡ଼ି ରହିଲା ଓ ସେଇଠି ଥାଇ ଭାବିଲା ଯଦି ସେ ସୁକର୍ମ କରିଥାନ୍ତା ଓ ନିଜର ମୁନିଆଁ କଣ୍ଟାରେ ଲୋକଟିର ଦେହକୁ ଫୋଡ଼ି ଦେଇଥାନ୍ତା ତ ନିଜର ଜୀବନ ସହ ମାତା ଗଛଙ୍କ ସହ,ଡାଳ,ପତ୍ର,ଫୁଲ ଓ ନିଜେ ମଧ୍ୟ ସୁରକ୍ଷା ହୋଇଥାନ୍ତୁ। କଣ୍ଟା ଖତ ଗଦାରେ ଥାଇ ଫୁଲ କଥା ଭାବିଭାବି ଶୁଖିବା ଆରମ୍ଭ ହେଲା ଓ ଶେଷରେ ପଚି ଖତରେ ମିଶିଗଲା। 

        ସତରେ ! କାହାକୁ ରାଗ,ହିଂସା ଓ ଦ୍ୱେଷ ଭାବ ହୃଦୟରେ ଧାରଣ କରିବା ତ ବେଶି ନିଜର ହିଁ କ୍ଷତି ହେବ ଏଇ ଯେମିତି କଣ୍ଟା ତାର ଉଚିତ ଫଳ ପାଇଲା।


Rate this content
Log in