ପାଉଁଜି
ପାଉଁଜି
ଝିଙ୍କାରୀର ଝିଁ ଝିଁ ଶଦ୍ଦ ରେ ରାତ୍ରି ର ଗଭୀରତା ବଢ଼ୁଥାଏ । ମାନସୀ ମଧ୍ୟ ନିଘୋଡ ନିଦରେ ଶୋଇଯାଇଛି। କାହିଁକି କେଜାଣି ନିଦ ଆସୁ ନ ଥାଏ। ଏପଟ ସେପଟ ହୋଇ କଡ ଲେଉଟାଉଥାଏ । ପୁରୁଣା ଡାଇରୀ ରୁ ଗୋଟାଏ ଫୋଟ ବାହାର କରି ଦେଖୁ ଥାଏ ନିର୍ନିମେଷ ନୟନରେ । ଦୀର୍ଘଶ୍ୱାସ ଟିଏ ଟାଣି ଦେଇ ପୁଣି ଯଥା ସ୍ଥାନରେ ରଖି ଦିଅନ୍ତି ।
ବାଥ୍ ରୁମ୍ କୁ ଯାଇ ପୁଣି ଶୋଇ ପଡିଲେ ।
ନିଘୋଡ଼ ନିଦରେ ଶୋଇ ସ୍ଵପ୍ନ ଦେଖୁଥିଲା
--ହାଇ ସାଗର, ତମେ ଏମିତି ବିଚଳିତ ଦେଖାଯାଉଛ, କଣ କିଛି ଘଟିଛି କି ?
-- ନା ଝରଣା, ମୁଁ ଗାଁ କୁ ଚାଲିଯିବି
-- କାହିଁକି ? କଣ ହେଇଛି କି ?
-- କିଛି ନୁହଁ, ତମର ସେ କଥା ଜାଣିବାର କିଛିଆବଶ୍ୟକତା ନାହିଁ। କାରଣ
-- ଅଟକି ଗଲ ଯେ- କହିଲା ଝରଣା।ସେ କିଛି ନୁହଁ କହି ଚାଲିବାକୁ ଆରମ୍ଭ କରନ୍ତେ ବାଧା ଦେଲା ଝରଣା।
-- ଆରେ କଣ ହେଇଛି, ମୋତେ ଖୋଲି କରିକହୁନୁକାହିଁକି, ମୁଁ କଣ ତମର କେହିନୁହଁ। ଯଦି ନ କହିବ ତେବେ ମୁଁ ବୁଝିବି। ଅଟକି ଗଲା ଝରଣା। କାରଣ ଝରଣା ଥିଲା ବାପା ମାଆଙ୍କରଏକ ମାତ୍ର କନ୍ୟା।ସେ ଯାହା ବୁଝି ଥାଏ ତାହାହିଁ କରିଥାଏ। ଏଇ କଥା ସାଗର ସ୍ପଷ୍ଟ ଭାବରେ ଜାଣିଛି। ବାଧ୍ୟ ହୋଇ ସତ କଥା କହିଲା। ଆଜକୁ ପ୍ରାୟ ତିନି ମାସ ହଷ୍ଟେଲ ଖର୍ଚ୍ଚ ବାକି ଅଛି, ପୁଣି ଏଇ ମାସ ଦେବା ପାଇଁ ଆଦୌ ଟଙ୍କା ନାହିଁ, ତେଣୁ,ମୁଁ ବାଧ୍ୟ ହୋଇ ହଷ୍ଟେଲ ଛାଡ଼ି ଘରକୁ ଚାଲିଯିବି।
-- ଓଃ ,ଏଇ କଥା ତାହା ହେଲେ। ଏଇ ସାମାନ୍ୟ କଥା ପାଇଁ ତମେ ତମର ଭବିଷ୍ୟତ ନଷ୍ଟ କରିଦେବ। ମୁଁ ତମର ସହପାଠୀ ହୋଇ ତମକୁ ସାହାଯ୍ୟ ନକଲେ ସାଙ୍ଗ ର ମର୍ଯ୍ୟାଦା କିଏ ରକ୍ଷା କରିବ ?
ଇତି ମଧ୍ୟରେ ଏକ ବର୍ଷ ବିତିଯାଇଛି। ଏଇ ଏକ ବର୍ଷ ଭିତରେ ଅତି ଆପଣାର ହୋଇଗଲେ ସାଗର ଆଉ ଝରଣା। ସତେ ଯେମିତି ସାଗର ର ଉତ୍ତାଳ ତରଙ୍ଗ ରେ ଝରଣା ନିଜକୁ ହଜେଇ ଦେବ, ଭିଜେଇ ଦେବ, ଆଉ ତା'ର ସାନିଧ୍ୟ ପାଇବାପାଇଁ । ଏଇ ଭଳି ଅନ୍ତରଙ୍ଗ ମୁହୂର୍ତ୍ତ ରେ ସାଗରର ବେଳାଭୂମି ବୁଲୁ ବୁଲୁ ଦିନେ ଗୋଟାଏ ଦୋକାନରେ ଆଖି ପଡ଼ିଲା ଝରଣାର।
-- ସାଗର ଏଇ ଦୋକାନରେ ଝୁଲୁଥିବା କେଉଁ ଜିନିଷଟି ତମର ବହୁତ୍ ପସନ୍ଦ କହିଲ- କହିଲା ଝରଣା ।
-- ମୁଁ କହିବି ଆରେ ନା ବାବା ମୋର ପୁଣି ଗୋଟାଏ ପସନ୍ଦ କଣ ?- କହିଲା ସାଗର ।
ହେଉ ଯଦି କହୁଛ ତାହା ହେଲେ ହଁ ହଁ ଏଇ"ପାଉଁଜି"ହଳକ ମୋର ବହୁତ୍ ପସନ୍ଦ , କହିକିନା
ଉହୁଁ ଅଟକି ଗଲ ଯେ-- କହିଲା ଝରଣା।
କହି ପାରିଲାନି କେମିତି କହିବ ସାଗରର ବେଳାଭୂମିରେ ରୁଣୁ ଝୁଣୁ ଶବ୍ଦରେ ଏ "ପାଉଁଜି" ସବୁଦିନ ବାଜୁଥିବ । ଆଖିରେ ଆଖିଏସପନ ନେଇ କିଛିସମୟହଜିଗଲା । ଆରେ, ଆରେ କଣଭାବୁଛ। ପ୍ରକୃତିସ୍ଥ ହେଇ ସାଗର ଝରଣାର ପାଦରେ ଅତି ଶ୍ରଦ୍ଧାରେ ନାଇଦେଲ। ରୁଣୁ ଝୁଣୁ ଶବ୍ଦରେ ପାଦର ପାଉଁଜି ଆତ୍ମବିଭୋର ହୋଇପଡ଼ିଲା ସାଗର।
ସତରେ,ଭଗବାନଙ୍କର କିବିଚିତ୍ର ଲୀଳା, ପରିବର୍ତ୍ତନଶୀଳ ଦୁନିଆଁ ରେ ସବୁ କିଛି ପରିବର୍ତ୍ତନ ହୋଇଯାଏ। ଆଜିକଥା କାଲିକି ନିଆରା ।କରୋନା କଟକଣା ଭିତରେ କଲେଜ ବନ୍ଦ୍ ହୋଇଗଲା। ୟାରୀ ଭିତରେ ଝରଣାରବିବାହ ଅନ୍ୟତ୍ର ହୋଇଯାଇଛି। ଖବର ପାଇ ମାନସିକ ସ୍ତରରେ ଭାଙ୍ଗିପଡ଼ିଛି ସାଗର । ସାଙ୍ଗ ସାଥି, ବାପା ମାଆ ସମସ୍ତେ ବୁଝାଇବାକୁ ଲାଗିଲେ। କିଛି ଦିନ ପରେ ମାନସୀ ସହିତସାଗରର ବାହାଘର ହେଲା। ନୂଆ ଦୁନିଆଁ ରେ ପାଦ ଥାପିଲେ ମଧ୍ଯ କାହିଁକି କେଜାଣି ସବୁବେଳେ ଉଦାସୀ ମନରେ ରହିଥାଏ ସାଗର। ଇତି ମଧ୍ୟରେ ବାହାଘର ୬ ମାସ ବିତି ଯାଇଛି। ତଥାପି ମଧ୍ୟ,
ମନେ ପଡ଼ିଯାଏ ସେଦିନର ସାଗର ବେଳାଭୂମିରେ କିଣିଥିବା "ପାଉଁଜି"ର ରୁଣୁ ଝୁଣୁ ଶବ୍ ଚିତ୍କାର କରି ଉଠିଲା ସାଗର, ଝରଣା ଝରଣା ତମେ ମତେ ଛାଡ଼ି ଯାଇପାରିବନି ଝରଣା । ତମର ସେହି ରୁଣୁ ଝୁଣୁ ପାଦର ପାଉଁଜି
-- ସାଗର"' ସାଗର କଣ ହେଇଛି, ଏମିତି କିଛି ସ୍ଵପ୍ନ ଦେଖିଲ କି ?
ହଁ ମାନସୀ ମୋ ଝରଣା ଆସିଥିଲା। ଏ ମାନସୀ , ତମେ ଶୁଣିପାରୁଛ ସେହି ରୁଣୁ ଝୁଣୁ ଶବ୍ଦର ପାଦର ପାଉଁଜି କୁ ।